ଉପାନ୍ତବାସୀଙ୍କ ସୁରକ୍ଷା ଚିନ୍ତାରେ ସୁଶୀଳା

The Sakala Picture
Published On

ପାତ୍ରପୁର: ସେ ନିଜେ ଦିବ୍ୟାଙ୍ଗ; ହେଲେ ସକ୍ଷମଙ୍କ ପରି ସବୁଥରେ ଆଗୁଆ । ବୟସ ୪୫ ପାର୍ ହେଲାଣି; ହେଲେ ବି ଥକିନି ପାଦ । ଲୋକଙ୍କ କଥା କହିଲେ ସେ ସବୁଥ୍‌ରେ ଆଗଭର ହୋଇ ବାହାରି ପଡ଼ନ୍ତି । ଏମିତି ଜଣେ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗାଁର ଅଙ୍ଗନବାଡ଼ି ଦିଦି ସୁଶୀଳା ଗୌଡ଼। ଗଞ୍ଜାମ ଜିଲ୍ଲା କରୋନାର ହଟ୍ସଟ୍ ପାଲଟିଥିବା ବେଳେ ସାଧାରଣଲୋକଙ୍କୁ ସଚେତନ କରାଇବା ସହ ପ୍ରବାସୀମାନଙ୍କ ଘରବାହୁଡ଼ାର […]

ପାତ୍ରପୁର: ସେ ନିଜେ ଦିବ୍ୟାଙ୍ଗ; ହେଲେ ସକ୍ଷମଙ୍କ ପରି ସବୁଥରେ ଆଗୁଆ । ବୟସ ୪୫ ପାର୍ ହେଲାଣି; ହେଲେ ବି ଥକିନି ପାଦ । ଲୋକଙ୍କ କଥା କହିଲେ ସେ ସବୁଥ୍‌ରେ ଆଗଭର ହୋଇ ବାହାରି ପଡ଼ନ୍ତି । ଏମିତି ଜଣେ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗାଁର ଅଙ୍ଗନବାଡ଼ି ଦିଦି ସୁଶୀଳା ଗୌଡ଼।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଗଞ୍ଜାମ ଜିଲ୍ଲା କରୋନାର ହଟ୍ସଟ୍ ପାଲଟିଥିବା ବେଳେ ସାଧାରଣଲୋକଙ୍କୁ ସଚେତନ କରାଇବା ସହ ପ୍ରବାସୀମାନଙ୍କ ଘରବାହୁଡ଼ାର ହିସାବକିତାବ ସବୁ ଅଙ୍ଗନବାଡ଼ି ଦିଦି ସୁଶୀଳାଙ୍କ ହାତରେ। ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ହେଉ କି ଲୋକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ ହେଉ, ଅବା ଅମ୍ଳଜାନ୍ ସ୍ତର ଯାଞ୍ଚ, ସବୁବେଳେ ସବୁ କ୍ଷେତ୍ରରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି। ମହାମାରୀ

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

କରୋନାକୁ ଦୃଷ୍ଟିରେ ରଖ୍ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସୁଶୀଳା। ଗର୍ଭବତୀ ଏବଂ ପ୍ରସୂତିମାନଙ୍କ ପାଇଁ ସେ ସର୍ବଦା ସଚେତନ ହୋଇ ସେମାନଙ୍କ ଯତ୍ନ ନେଇଥା’ନ୍ତି। ବର୍ତ୍ତମାନ ସୁଦ୍ଧା ନିଜ କେନ୍ଦ୍ର ଅଧୀନରେ ୫ଗର୍ଭବତୀ ରହିଥିବା ବେଳେ ୬ ପ୍ରସୂତି ଅଛନ୍ତି। ୨୫ ଜଣ ଶିଶୁଙ୍କ ଦେଖାଶୁଣା କରିବା ସହ ସେମାନଙ୍କୁ କିପରି ଛତୁଆ ଏବଂ ଅଣ୍ଡା ମିଳିପାରିବ ସେଥପ୍ରତି ଧ୍ୟାନ ଦିଅନ୍ତି ସୁଶୀଳା ଦିଦି । ସକାଳୁ ନିଜ ନିତ୍ୟକର୍ମ ସାରି ପରିବାର କଥା ବୁଝି କର୍ମକ୍ଷେତ୍ରରେ ବାହାରି ଯାଆନ୍ତି। ପ୍ରତିଦିନ ହିତାଧିକାରୀଙ୍କୁ ପରିପୂରକ ଖାଦ୍ୟ ବଣ୍ଟନ, ସ୍ଵାସ୍ଥ୍ୟ ପରୀକ୍ଷା, ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବା, ପ୍ରତିଷେଧକ ଟିକା ପ୍ରଦାନ, ପୁଷ୍ଟି ସମ୍ବନ୍ଧୀୟ ଚିକିତ୍ସା ଏବଂ ଶିଶୁଙ୍କ ଶିକ୍ଷା ପ୍ରତି ସେ ଗୁରୁତ୍ବ ଦିଅନ୍ତି। ଶିଶୁ ମୃତ୍ୟୁ ହାର ଏବଂ ମାତୃମୃତ୍ୟୁ ଉପରେ ଲୋକଙ୍କୁ ସଚେତନ କରାଇ ଏହାକୁ କମାଇବା ପ୍ରଧାନ ଲକ୍ଷ୍ୟ ବୋଲି ସୁଶୀଳା କୁହନ୍ତି| ମହାମାରୀ କରୋନାକୁ ନେଇ ସବୁବେଳେ ସଚେତନ ରହୁଥିବା ସୁଶୀଳା ଦିଦି ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି କାର୍ଯ୍ୟାଳୟ କାମ ସାରି ପ୍ରତିଦିନ ୧୦ରୁ ୨୦ ଘର ବୁଲନ୍ତି। ଲୋକଙ୍କ ସ୍ବାସ୍ଥ୍ୟ ବିଷୟ ବୁଝିବା ତାଙ୍କ ଦାୟିତ୍ଵ ଭାବି କାମ କରନ୍ତି । କରୋନା ଟିକା ନେବା ପାଇଁ ସାଧାରଣ ଲୋକଙ୍କୁ ବୁଝାଇଥାନ୍ତି। କୌଣସି ଲୋକଙ୍କ ନିକଟରେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଥିବା ଦେଖିଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଥାନ୍ତି। ଲୋକଙ୍କ ମନରେ କରୋନା ପ୍ରତି ଥିବା ସନ୍ଦେହ ଦୂର କରିବା ପାଇଁ ସ୍ଥାନୀୟ ଭାଷାରେ ଲୋକଙ୍କୁ ବୁଝାଇଥାନ୍ତି। କରୋନା ଦ୍ଵିତୀୟ ଲହରରେ ତାଙ୍କୁ ଏହି କାମରେ ସହାୟିକା, ଆଶା ଦିଦି ସମସ୍ତ ପ୍ରକାର ସହଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଶିଶୁ ଓ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସୁଶୀଳା ଦିଦି ଅଧିକ ଯତ୍ନଶୀଳ ହୋଇ କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଗାଁର ମହାଦେଇପେଣ୍ଠ ସାହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରର ସେ କାମ କରୁଛନ୍ତି। ମୁଁ ଜଣେ ଦିବ୍ୟାଙ୍ଗ ହେଲେ ସୁଦ୍ଧା କେବେ ବି ନିଜକୁ ଛୋଟ ମନେ କରିନାହାନ୍ତି | ଘର ଘର ବୁଲି ଲୋକଙ୍କୁ ସଚେତନ କରିବାଠୁ ଆରମ୍ଭ ଗର୍ଭବତୀ ତଥା ପ୍ରସୂତିମାନଙ୍କ ଯତ୍ନ ନେବାରେ ସେ ମାହିର୍ । ଏମିତି ନିଜ ପ୍ରଚେଷ୍ଟାରେ ନିଜ ଅଙ୍ଗନୱାଡ଼ି ସେଣ୍ଟରକୁ ମଡେଲ ସେଣ୍ଟର ଭାବେ ଗଢ଼ି ତୋଳିଛନ୍ତି। ମହାମାରୀ କରୋନା ସମୟରେ ନିଜ କେନ୍ଦ୍ର ଅଧୀନରେ ଥିବା ସମସ୍ତ ଜନସାଧାରଣଙ୍କୁ ସଚେନତ କରି ଜଣେ କରୋନା ଯୁଦ୍ଧାର ପରିଚୟ ସୃଷ୍ଟି କରି ପାରିଛନ୍ତି । ୧୯୯୯ ମସିହା ଠାରୁ ଅଙ୍ଗନବାଡ଼ି ଦିଦି ଭାବେ ଚାକିରି ପାଇଲା ପରେ ନିଜ ଜୀବନର ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା | ସେ ଅଙ୍ଗନବାଡ଼ି କର୍ମୀ ଭାବେ ଦାୟିତ୍ଵ ନେଇ ଲୋକଙ୍କ ପାଇଁ ଆରମ୍ଭ କରିଥିଲେ କାମ କେବଳ କରୋନା ନୁହେଁ; ଚାକିରି ଆରମ୍ଭ ଦିନରୁ ଆଜିଯାଏ ସର୍ବଦା ଲୋକଙ୍କୁ ସେବା, ସଚେତନ କରିବାରେ ସେ ସବୁ ବେଳେ ଆଗରେ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର