ସୁଷମାଙ୍କ କଣ୍ଠରୁ ଶୁଭୁଛି ଅଭୟ ଆଶ୍ବାସନାର ବାର୍ତ୍ତା

The Sakala Picture
Published On

ଭୁବନେଶ୍ବର: ଏବେବି କରୋନାଟ ପ୍ରଭାବରେ ପ୍ରଭାବିତ ଉପକୂଳ ଓଡ଼ିଶା। ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଜନସାଧାରଣ କରୋନା ତାଡ଼ନାରେ ଅଧିକ ବିଚଳିତ। ପ୍ରତିଦିନ ପ୍ରିୟଜନଙ୍କ ମୃତ୍ୟୁ ଲୋକଙ୍କ ମାନସିକତାକୁ ଯେତିକି ଦୁର୍ବଳ କରୁଛି, କରୋନା ସଂକ୍ରମଣର ଖବର ମନରେ ସେତିକି ଛନକା ପକାଉଛି। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପିପିଲି ଅଞ୍ଚଳ ପାଇଁ ଅଭୟ ଆଶ୍ବାସନାରା ବାର୍ତ୍ତା ବାଣ୍ଟୁଛନ୍ତି ଅଙ୍ଗନବାଡ଼ି ଦିଦି ସୁଷମା କୁମାରୀ ମହାପାତ୍ର | ଘରକୁ ଘର ଯାଇ ଲୋକଙ୍କୁ କରୋନା ସମ୍ପର୍କରେ […]

ଭୁବନେଶ୍ବର: ଏବେବି କରୋନାଟ ପ୍ରଭାବରେ ପ୍ରଭାବିତ ଉପକୂଳ ଓଡ଼ିଶା। ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଜନସାଧାରଣ କରୋନା ତାଡ଼ନାରେ ଅଧିକ ବିଚଳିତ। ପ୍ରତିଦିନ ପ୍ରିୟଜନଙ୍କ ମୃତ୍ୟୁ ଲୋକଙ୍କ ମାନସିକତାକୁ ଯେତିକି ଦୁର୍ବଳ କରୁଛି, କରୋନା ସଂକ୍ରମଣର ଖବର ମନରେ ସେତିକି ଛନକା ପକାଉଛି। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପିପିଲି ଅଞ୍ଚଳ ପାଇଁ ଅଭୟ ଆଶ୍ବାସନାରା ବାର୍ତ୍ତା ବାଣ୍ଟୁଛନ୍ତି ଅଙ୍ଗନବାଡ଼ି ଦିଦି ସୁଷମା କୁମାରୀ ମହାପାତ୍ର | ଘରକୁ ଘର ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଭିତରେ ନିଜକୁ ବାନ୍ଧି ନ ରଖ୍ ଏବେ ସେ ସଂକ୍ରମିତଙ୍କ ଘରକୁ ବି ନିଜେ ସାନିଟାଇଜ୍ କରୁଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସକାଳୁ ସନ୍ଧ୍ୟା ଯାଏଁ ଘରକୁ ଘର ବୁଲି ସେ ଲୋକଙ୍କୁ ସଚେତନତା କରିବା କାମରେ ସମୟ କାଟୁଛନ୍ତି | ପ୍ରତି ସପ୍ତାହରେ ଗାଁ କଲ୍ୟାଣ ସମିତି ବୈଠକ ଡାକି ସଦସ୍ୟମାନଙ୍କ ସହ ଗାଁର ଭଲମନ୍ଦ କଥାର ଆଲୋଚନା କରୁଛନ୍ତି । ଗାଁର ସୁବିଧା ଓ ଅସୁବିଧା ବିଷୟ ସବୁକୁ ନୋଟ୍ ଖାତାରେ ଲେଖୁ ଏହାର ସମାଧାନ ବାଟ ତିଆରି କରୁଛନ୍ତି | ଗାଁ କଲ୍ୟାଣ ପାଇଁ ଆସୁଥିବା ଅର୍ଥକୁ ବିନିଯୋଗ କରି କିପରି ପ୍ରତି ଘରେ ସାନିଟାଇଜର୍ ଓ ମାସ୍କ ପହଞ୍ଚିବ ଓ ଲୋକଙ୍କ ଘର ଅଗଣା ସାନିଟାଇଜ୍ ହୋଇ ପାରିବ ସେ କଥା ଦେଖୁଛନ୍ତି । କେବଳ ସେତିକି ନୁହେଁ; ପ୍ରତିଦିନ ୨୦ରୁ ୨୫ ପରିବାର ବୁଲି ଥଣ୍ଡାଜ୍ୱରର ଲକ୍ଷଣ ଦେଖାଦେଉଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଉଛନ୍ତି। କରୋନା କାଳରେ ନିଜ ଆୟରୁ ଅର୍ଥ ଖର୍ଚ୍ଚ କରି ସେ ଜନସେବାରେ ଉତ୍ସର୍ଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ପ୍ରଶାସନର ସହାୟତା ପହଞ୍ଚିବା ଆଗରୁ ସୁଷମାଙ୍କ ସହାୟତା ପହଞ୍ଚିଯାଏ ଲୋକଙ୍କ ପାଖରେ। ପୁବାଶାସନ ଅଙ୍ଗନବାଡ଼ି କେନ୍ଦ୍ର ଦାୟିତ୍ବରେ ଥିବା ସୁଷମା ୧୯୯ଟି ପରିବାରର ୬୭୬ଜଣ ଲୋକଙ୍କ ସବୁ ଖବର ରଖୁଛନ୍ତି। ଗାଁକୁ କିଏ ଆସିଲା, କିଏ ଗଲା ତାର ପଞ୍ଜୀକରଣ କରୁଛନ୍ତି। ସଂକ୍ରମିତଙ୍କୁ ପାଖ ଡାକ୍ତରଖାନାରେ ପହଞ୍ଚାଇବା ସହ ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରିବା ଓ ଅମ୍ଳଜାନ ମାତ୍ରା ମାପିବା, ସାମାନ୍ୟ ଥଣ୍ଡା ଜ୍ଵର ହେଲେ ନିଜର ଯତ୍ନ କିପରି ନେବେ, ସେକଥା ବି ବୁଝୁଛନ୍ତି । ପୁବାଶାସନ, ପଡ଼ାଗାଁ, ପିତେଇ ପୋଖରୀ ସାହି ବୁଲି ବୁଲି ଲୋକଙ୍କୁ ଏବେ ସେ କରୋନା ପାଠ ପଢ଼ାଉଛନ୍ତି। ଲୋକଙ୍କୁ କରୋନା କାଳରେ କିପରି ନିଜର ଯତ୍ନ ନେବେ ଓ ସାମାଜିକ ଦୂରତା ରକ୍ଷା କରିବେ ସେ କଥା ବି ବୁଝାଉଛନ୍ତି। କରୋନାର ଦ୍ବିତୀୟ ଲହର ଆରମ୍ଭ ଯଦିଓ ଦକ୍ଷିଣ ଓଡ଼ିଶାରୁ; ହେଲେ ଏହା ଅଧିକ ପ୍ରଭାବିତ ହୋଇଛି ପୁରୀ ଖୋର୍ଦ୍ଧା, କଟକ ଅଦି ଜିଲ୍ଲାକୁ। ଏବେବି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାର କରୋନା ପ୍ରଭାବିତ ତାଲିକାରେ | କରୋନା ଯୋଗୁଁ ଘରୁ ବାହାରିବା ମୁସ୍କିଲ ଥିଲାବେଳେ କୁନି କୁନି ପିଲାମାନେ ଯେପରି ପ୍ରଭାବିତ ନ ହୁଅନ୍ତି ସେଥ୍‌ପାଇଁ ଘରେ ଘରେ ମା’ମାନଙ୍କ ଦ୍ବାରା ଅରୁଣିମା କାର୍ଯ୍ୟକ୍ରମ ଜାରି ରଖୁଛନ୍ତି। ପ୍ରସ୍ତୁତି ଓ ଗର୍ଭବତୀଙ୍କ ପାଇଁ ଅନ୍ନପ୍ରାସନ୍ନ, ପୋଷଣ, ସଦ, ମମତା ଦିବସ, ଅଙ୍କୁର ଦିବସ ଭଳି କାର୍ଯ୍ୟକ୍ରମ ବି ଆୟୋଜନ କରୁଛନ୍ତି। କିଶୋରୀମାନଙ୍କ ପାଇଁ ବି ସ୍ୱତନ୍ତ୍ର ଦିବସର ଆୟୋଜନ କରୁଛନ୍ତି ସୁଷମା। ତାଙ୍କର ସ୍ଥାନୀୟ ଲୋକଙ୍କ ପ୍ରତି ଏ ସହୃଦୟତା କରୋନାର ପ୍ରଥମ ଲହର I ବେଳୁ ହିଁ ଆରମ୍ଭ ହୋଇଯାଇଛି। ସେତେବେଳେ ଟିଏମ୍‌ସିଠାରୁ ଆରମ୍ଭ କରି ପ୍ରବାସୀଙ୍କ ଦାୟିତ୍ଵ ଥିଲା ବେଳେ ଏବେ ଘରେ ରହି କିପରି ଲୋକେ ସଙ୍ଗରୋଧ ନିୟମର ଅନୁପାଳନ କରିବେ ତାହା ପରଖୁଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏ ବାବଦରେ ସୁଷମା କହନ୍ତି, କରୋନାର ପ୍ରଥମ ଲହର ବେଳେ ବେଶୀ ଭୟ ଲାଗୁଥିଲା । ଏବେ ସେମିତି ଭୟ ଆଉ ନାହିଁ; ହେଲେ ଅନେକ ଆହ୍ବାନ ଅଛି। ପ୍ରତିଦିନ ସଂକ୍ରମିତଙ୍କୁ ଯାଇ ଭେଟିବା ସହ ସେମାନଙ୍କୁ ଡାକ୍ତରଖାନା ପଠାଇବା ସବୁଠୁ ବେଶୀ କଷ୍ଟକର ବ୍ୟାପାର । ତଥାପି ନିଜକୁ ସଙ୍ଗରୋଧ ରଖ୍ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ନିଜ ପରିବାର ସହ ଗାଁ ଲୋକଙ୍କ ଯତ୍ନ ନେଉଛି। ଏ ଅନୁଭୂତି ଖୁବ୍ ଆନନ୍ଦଦାୟକ।

08 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର