ମଣିଷପଣିଆ ଦେଖାଇଛନ୍ତି ସତ୍ୟବତୀ

The Sakala Picture
Published On

ଭୁବନେଶ୍ୱର: ପ୍ରତିଦିନ କରୋନା ସହ ଲଢ଼ୁଛି ଜୀବନ। କିଏ ଡାକ୍ତରଖାନାରେ ତ ଆଉ କିଏ ରୋଗୀ ସହ। କରୋନା କୋପରୁ ଟିକିଏ ବର୍ତ୍ତିବା ପାଇଁ କିଏ ଘର ଘର ବୁଲି ଲୋକଙ୍କୁ ସଚେତନ କରିବାର ଲଢ଼େଇରେ ବ୍ୟସ୍ତ ତ ଆଉ କିଏ ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନକୁ ମୁକୁଳାଇବାକୁ ଲଢ଼ୁଛି ପ୍ରତି ମୁହୂର୍ଣ । କରୋନାର ଏ ଲମ୍ବା ଲଢ଼େଇରେ କେତେବେଳେ ମଣିଷ ନିଜେ ହାରୁଛି ତ ଆଉ କେତେବେଳେ ନିଜ ପ୍ରିୟ ମଣିଷକୁ ହରାଉଛି; […]

ଭୁବନେଶ୍ୱର: ପ୍ରତିଦିନ କରୋନା ସହ ଲଢ଼ୁଛି ଜୀବନ। କିଏ ଡାକ୍ତରଖାନାରେ ତ ଆଉ କିଏ ରୋଗୀ ସହ। କରୋନା କୋପରୁ ଟିକିଏ ବର୍ତ୍ତିବା ପାଇଁ କିଏ ଘର ଘର ବୁଲି ଲୋକଙ୍କୁ ସଚେତନ କରିବାର ଲଢ଼େଇରେ ବ୍ୟସ୍ତ ତ ଆଉ କିଏ ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନକୁ ମୁକୁଳାଇବାକୁ ଲଢ଼ୁଛି ପ୍ରତି ମୁହୂର୍ଣ । କରୋନାର ଏ ଲମ୍ବା ଲଢ଼େଇରେ କେତେବେଳେ ମଣିଷ ନିଜେ ହାରୁଛି ତ ଆଉ କେତେବେଳେ ନିଜ ପ୍ରିୟ ମଣିଷକୁ ହରାଉଛି; ତଥାପି ଅଣ୍ଟା ଦମ୍ଭ କରି ଛିଡ଼ା ହୋଇ ଆସନ୍ତା ଦିନର ସ୍ୱପ୍ନ ଦେଖୁଛି । ମଣିଷପଣିଆକୁ ଉଜ୍ଜୀବିତ କରି ନିଜ ସହ ଅନ୍ୟକୁ ବଞ୍ଚାଇବାର ଶପଥ ନେଉଛି। ନିଜ ପ୍ରିୟ ମଣିଷକୁ ହରାଇ ବି ମଣିଷପଣିଆ ଦେଖାଇ ପାରିଥିବା ଏମିତି ଜଣେ ସାହସୀ ଆଶାଦିଦି ହେଲେ ସତ୍ୟବତୀ ବିଶ୍ବାଳ |

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

କରୋନାର ଦ୍ୱିତୀୟ ଲହରରେ ନିଜେ କରୋନା ଆକ୍ରାନ୍ତ ହେବା ସହ ଏହି ଯୁଦ୍ଧରେ ନିଜ ସ୍ଵାମୀକୁ ବି ହରାଇଛନ୍ତି; ତଥାପି ହାରିଯାଇନାହାଁନ୍ତି ସତ୍ୟବତୀ। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ବର-ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଅଞ୍ଚଳବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଢାଲ ପରି ଛିଡ଼ା ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସୀମନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢ଼ିଯାଇଥିବା ବେଳେ ସତ୍ୟବତୀ ଘରକୁ ଘର ବୁଲି ଲୋକଙ୍କୁ କରୋନା ସଚେତନତାର ପାଠ ପଢ଼ାଇବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜ୍‌ର ବ୍ୟବହାର ବାବଦରେ ବୁଝାଇବା, ସାମାଜିକ ଦୂରତା ପାଇଁ ସଚେତନ କରିବା ଏବେ ତାଙ୍କ ପାଇଁ ଏକ ନିତିଦିନିଆ କାର୍ଯ୍ୟ। ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ଗାଁରେ ବୁଲି ବୁଲି ଲୋକଙ୍କୁ ରକ୍ତ ପରୀକ୍ଷା ପାଇଁ ବୁଝାଉଛନ୍ତି ଏବଂ ଥର୍ମାଲ୍ ସ୍କ୍ରିନିଂ କରିବା ସହ ଅକ୍ସିମିଟରେ ଅମ୍ଳଜାନ ମାତ୍ରା ମାପୁଛନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ସତ୍ୟବତୀ ଏବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତର ଗଡ଼ିଘାଟି, ଅସ୍ତଗନିଆ ଓ କୀର୍ଭନିଆପାଳ ଗାଁର ୭୨୫ ପରିବାରର ସୁଖ ଦୁଃଖରେ ସେବାରେ ଯୋଗ ଦେବାଠାରୁ ଆଜିଯାଏଁ ପ୍ରତିଟି ସୁବିଧା ଅସୁବିଧାରେ ସେ ଲୋକଙ୍କ ପାଖେ ପାଖେ ଛିଡ଼ା ହୋଇଛନ୍ତି କରୋନାର ପାଇଁ ସଚେତନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ଅଯଥା ଭିଡ଼କୁ ନ ଯିବାକୁ ସଚେତନ କରୁଥିଲେ। ଆଉ ଏବେ କରୋନାର ଦ୍ଵିତୀୟ ଲହରରେ ଟିକାକରଣ ଭଳି ଗୁରୁ ଦାୟିତ୍ଵର ଭାର ନେଇଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ୪୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ନେବାକୁ ସଚେତନ କରୁଛନ୍ତି। ଘରକୁ ଘର ବୁଲି ଲୋକଙ୍କ ସର୍ଭେ କରିବା, ବାହାରୁ ଆସୁଥିବା ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିବା ସହ ସେମାନଙ୍କୁ ପଞ୍ଜିକୃତ କରିବା ଭଳି ଦାୟିତ୍ୱ ତୁଲାଉଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ପ୍ରଥମ ଲହରରେ ବି ସେ ଗାଁ ଲୋକଙ୍କୁ ମାସ୍କ, ସାନିଟାଇଜର୍ ବ୍ୟବହାର କରିବା କରୋନା ମହାମାରୀ ଲଢ଼େଇରେ ସତ୍ୟବତୀ ନିଜକୁ ସମାଜ ପାଇଁ ସମର୍ପିତ କରିଥିବା ବେଳେ ଏହି ଯାତ୍ରାରେ ନିଜର ସ୍ଵାମୀ ପ୍ରଦୀପ କୁମାର ପାତ୍ରଙ୍କ ଅବଦାନକୁ ସ୍ବୀକାର କରିଛନ୍ତି। ସତ୍ୟବତୀ କହନ୍ତି, ଜଣେ ଦାୟିତ୍ୱବାନ ଶିକ୍ଷକ ଭାବେ କରୋନା ସମୟରେ ପ୍ରଦୀପ ସମସ୍ତ ଦାୟିତ୍ବ ତୁଲାଇବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ। ମୁଁ ମଧ୍ୟ ସେହି ଲଢ଼େଇରେ ତାଙ୍କ ସହ ଥିଲି; ହେଲେ ଜୀବନ ଯୁଦ୍ଧରେ ପ୍ରଦୀପ ହାରିଗଲେ ଆଉ ମୁଁ ଅଳ୍ପକେ ବର୍ତ୍ତିଯାଇଛି । ଏବେ ପରିବାରର ସବୁ ଦାୟିତ୍ଵ ତୁଲାଇବା ସହ ଅଞ୍ଚଳବାସୀଙ୍କ ଦାୟିତ୍ଵ ବି ମୋ ମୁଣ୍ଡରେ। ପରିବାର ଯେପରି ସଂକ୍ରମିତ ନ ହୁଅନ୍ତି ସେଥ୍‌ପାଇଁ ନିଜକୁ ସଙ୍ଗରୋଧ ରଖୁଛି। ତା’ଛଡ଼ା, ଗର୍ଭବତୀ ମହିଳା ହୁଅନ୍ତୁ କି ଶିଶୁ ଅବା ଘରୋଇ ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତ, ଯିଏ ଯେତେବେଳେ ଖୋଜିଛି ମୁଁ ପାଖେ ପାଖେ ରହି ସମସ୍ତ ସୁବିଧା ଯୋଗାଇ ଦେଇଛି। ମାନସିକ ସୁସ୍ଥତା ସହ ଶାରୀରିକ ସ୍ବାସ୍ଥ୍ୟର କିପରି ଯତ୍ନ ନେବେ ସେଥ୍‌ପାଇଁ ବି ସବୁ ପ୍ରକାର ସହଯୋଗ କରୁଛି।

14 Jun 2021 By The Sakala

ମଣିଷପଣିଆ ଦେଖାଇଛନ୍ତି ସତ୍ୟବତୀ

ଭୁବନେଶ୍ୱର: ପ୍ରତିଦିନ କରୋନା ସହ ଲଢ଼ୁଛି ଜୀବନ। କିଏ ଡାକ୍ତରଖାନାରେ ତ ଆଉ କିଏ ରୋଗୀ ସହ। କରୋନା କୋପରୁ ଟିକିଏ ବର୍ତ୍ତିବା ପାଇଁ କିଏ ଘର ଘର ବୁଲି ଲୋକଙ୍କୁ ସଚେତନ କରିବାର ଲଢ଼େଇରେ ବ୍ୟସ୍ତ ତ ଆଉ କିଏ ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନକୁ ମୁକୁଳାଇବାକୁ ଲଢ଼ୁଛି ପ୍ରତି ମୁହୂର୍ଣ । କରୋନାର ଏ ଲମ୍ବା ଲଢ଼େଇରେ କେତେବେଳେ ମଣିଷ ନିଜେ ହାରୁଛି ତ ଆଉ କେତେବେଳେ ନିଜ ପ୍ରିୟ ମଣିଷକୁ ହରାଉଛି; ତଥାପି ଅଣ୍ଟା ଦମ୍ଭ କରି ଛିଡ଼ା ହୋଇ ଆସନ୍ତା ଦିନର ସ୍ୱପ୍ନ ଦେଖୁଛି । ମଣିଷପଣିଆକୁ ଉଜ୍ଜୀବିତ କରି ନିଜ ସହ ଅନ୍ୟକୁ ବଞ୍ଚାଇବାର ଶପଥ ନେଉଛି। ନିଜ ପ୍ରିୟ ମଣିଷକୁ ହରାଇ ବି ମଣିଷପଣିଆ ଦେଖାଇ ପାରିଥିବା ଏମିତି ଜଣେ ସାହସୀ ଆଶାଦିଦି ହେଲେ ସତ୍ୟବତୀ ବିଶ୍ବାଳ |

କରୋନାର ଦ୍ୱିତୀୟ ଲହରରେ ନିଜେ କରୋନା ଆକ୍ରାନ୍ତ ହେବା ସହ ଏହି ଯୁଦ୍ଧରେ ନିଜ ସ୍ଵାମୀକୁ ବି ହରାଇଛନ୍ତି; ତଥାପି ହାରିଯାଇନାହାଁନ୍ତି ସତ୍ୟବତୀ। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ବର-ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଅଞ୍ଚଳବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଢାଲ ପରି ଛିଡ଼ା ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସୀମନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢ଼ିଯାଇଥିବା ବେଳେ ସତ୍ୟବତୀ ଘରକୁ ଘର ବୁଲି ଲୋକଙ୍କୁ କରୋନା ସଚେତନତାର ପାଠ ପଢ଼ାଇବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜ୍‌ର ବ୍ୟବହାର ବାବଦରେ ବୁଝାଇବା, ସାମାଜିକ ଦୂରତା ପାଇଁ ସଚେତନ କରିବା ଏବେ ତାଙ୍କ ପାଇଁ ଏକ ନିତିଦିନିଆ କାର୍ଯ୍ୟ। ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ଗାଁରେ ବୁଲି ବୁଲି ଲୋକଙ୍କୁ ରକ୍ତ ପରୀକ୍ଷା ପାଇଁ ବୁଝାଉଛନ୍ତି ଏବଂ ଥର୍ମାଲ୍ ସ୍କ୍ରିନିଂ କରିବା ସହ ଅକ୍ସିମିଟରେ ଅମ୍ଳଜାନ ମାତ୍ରା ମାପୁଛନ୍ତି।

ସତ୍ୟବତୀ ଏବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତର ଗଡ଼ିଘାଟି, ଅସ୍ତଗନିଆ ଓ କୀର୍ଭନିଆପାଳ ଗାଁର ୭୨୫ ପରିବାରର ସୁଖ ଦୁଃଖରେ ସେବାରେ ଯୋଗ ଦେବାଠାରୁ ଆଜିଯାଏଁ ପ୍ରତିଟି ସୁବିଧା ଅସୁବିଧାରେ ସେ ଲୋକଙ୍କ ପାଖେ ପାଖେ ଛିଡ଼ା ହୋଇଛନ୍ତି କରୋନାର ପାଇଁ ସଚେତନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ଅଯଥା ଭିଡ଼କୁ ନ ଯିବାକୁ ସଚେତନ କରୁଥିଲେ। ଆଉ ଏବେ କରୋନାର ଦ୍ଵିତୀୟ ଲହରରେ ଟିକାକରଣ ଭଳି ଗୁରୁ ଦାୟିତ୍ଵର ଭାର ନେଇଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ୪୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ନେବାକୁ ସଚେତନ କରୁଛନ୍ତି। ଘରକୁ ଘର ବୁଲି ଲୋକଙ୍କ ସର୍ଭେ କରିବା, ବାହାରୁ ଆସୁଥିବା ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିବା ସହ ସେମାନଙ୍କୁ ପଞ୍ଜିକୃତ କରିବା ଭଳି ଦାୟିତ୍ୱ ତୁଲାଉଛନ୍ତି।

ପ୍ରଥମ ଲହରରେ ବି ସେ ଗାଁ ଲୋକଙ୍କୁ ମାସ୍କ, ସାନିଟାଇଜର୍ ବ୍ୟବହାର କରିବା କରୋନା ମହାମାରୀ ଲଢ଼େଇରେ ସତ୍ୟବତୀ ନିଜକୁ ସମାଜ ପାଇଁ ସମର୍ପିତ କରିଥିବା ବେଳେ ଏହି ଯାତ୍ରାରେ ନିଜର ସ୍ଵାମୀ ପ୍ରଦୀପ କୁମାର ପାତ୍ରଙ୍କ ଅବଦାନକୁ ସ୍ବୀକାର କରିଛନ୍ତି। ସତ୍ୟବତୀ କହନ୍ତି, ଜଣେ ଦାୟିତ୍ୱବାନ ଶିକ୍ଷକ ଭାବେ କରୋନା ସମୟରେ ପ୍ରଦୀପ ସମସ୍ତ ଦାୟିତ୍ବ ତୁଲାଇବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ। ମୁଁ ମଧ୍ୟ ସେହି ଲଢ଼େଇରେ ତାଙ୍କ ସହ ଥିଲି; ହେଲେ ଜୀବନ ଯୁଦ୍ଧରେ ପ୍ରଦୀପ ହାରିଗଲେ ଆଉ ମୁଁ ଅଳ୍ପକେ ବର୍ତ୍ତିଯାଇଛି । ଏବେ ପରିବାରର ସବୁ ଦାୟିତ୍ଵ ତୁଲାଇବା ସହ ଅଞ୍ଚଳବାସୀଙ୍କ ଦାୟିତ୍ଵ ବି ମୋ ମୁଣ୍ଡରେ। ପରିବାର ଯେପରି ସଂକ୍ରମିତ ନ ହୁଅନ୍ତି ସେଥ୍‌ପାଇଁ ନିଜକୁ ସଙ୍ଗରୋଧ ରଖୁଛି। ତା’ଛଡ଼ା, ଗର୍ଭବତୀ ମହିଳା ହୁଅନ୍ତୁ କି ଶିଶୁ ଅବା ଘରୋଇ ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତ, ଯିଏ ଯେତେବେଳେ ଖୋଜିଛି ମୁଁ ପାଖେ ପାଖେ ରହି ସମସ୍ତ ସୁବିଧା ଯୋଗାଇ ଦେଇଛି। ମାନସିକ ସୁସ୍ଥତା ସହ ଶାରୀରିକ ସ୍ବାସ୍ଥ୍ୟର କିପରି ଯତ୍ନ ନେବେ ସେଥ୍‌ପାଇଁ ବି ସବୁ ପ୍ରକାର ସହଯୋଗ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର