ଦୀପସାହିର ସତର୍କ ଦୀପ ସଂଯୁକ୍ତା ଦିଦି

The Sakala Picture
Published On

ବ୍ରହ୍ମପୁର: ବୟସ ୫୯ ହେବ। ଅଣ୍ଟା, ପିଠି, ବେକ ଅବସ୍ଥା ଏମିତି ହେଲାଣି ଯେ, ଏହାର ନିବାରଣ ପାଇଁ ପ୍ରତିଦିନ ପିଜିଓଥେରାପି ଏକମାତ୍ର ଉପାୟ। ଏସବୁ ସତ୍ତ୍ଵେ କିନ୍ତୁ ହାରିଯାଇନି ମନ | ଥକିଯାଇନି ପାଦ। ବୟସର ଅପରାହ୍ନରେ ଥାଇ ବି ଆଜି ସେ ଅନ୍ୟ ପାଇଁ ଅନୁକରଣୀୟ ହୋଇ ପାରିଛନ୍ତି। ତାଙ୍କ ଯୁବସୁଲଭ ଗୁଣ ଆଜି କେବଳ ତାଙ୍କୁ ନୁହେଁ; ବରଂ ଦାୟିତ୍ବରେ ଥିବା ଦୁଇଟି ପଡ଼ାର ଲୋକଙ୍କୁ ସୁସ୍ଥ ରଖୁଛି | ତାଙ୍କ କର୍ମନିଷ୍ଠତା […]

ବ୍ରହ୍ମପୁର: ବୟସ ୫୯ ହେବ। ଅଣ୍ଟା, ପିଠି, ବେକ ଅବସ୍ଥା ଏମିତି ହେଲାଣି ଯେ, ଏହାର ନିବାରଣ ପାଇଁ ପ୍ରତିଦିନ ପିଜିଓଥେରାପି ଏକମାତ୍ର ଉପାୟ। ଏସବୁ ସତ୍ତ୍ଵେ କିନ୍ତୁ ହାରିଯାଇନି ମନ | ଥକିଯାଇନି ପାଦ। ବୟସର ଅପରାହ୍ନରେ ଥାଇ ବି ଆଜି ସେ ଅନ୍ୟ ପାଇଁ ଅନୁକରଣୀୟ ହୋଇ ପାରିଛନ୍ତି। ତାଙ୍କ ଯୁବସୁଲଭ ଗୁଣ ଆଜି କେବଳ ତାଙ୍କୁ ନୁହେଁ; ବରଂ ଦାୟିତ୍ବରେ ଥିବା ଦୁଇଟି ପଡ଼ାର ଲୋକଙ୍କୁ ସୁସ୍ଥ ରଖୁଛି | ତାଙ୍କ କର୍ମନିଷ୍ଠତା ଯୋଗୁଁ ହିଁ କରୋନାର ଦ୍ୱିତୀୟ ଲହର; ସୁରକ୍ଷା ପ୍ରାଚୀର ଡେଇଁ ସାହି ମାଡ଼ି ପାରିନି | ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ ସଂଯୁକ୍ତା |

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ବ୍ରହ୍ମପୁର ସହର ୨୫ ନମ୍ବର ୱାର୍ଡ଼ ଦୀପ ସାହିର ଅଙ୍ଗନବାଡ଼ି ଦିଦି ସଂଯୁକ୍ତା । ୧୯୯୦ ମସିହା ଠାରୁ ସେ ଅଙ୍ଗନବାଡ଼ି କର୍ମଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଇତିମଧ୍ୟରେ ୩ ବର୍ଷ ବିତିଗଲାଣି। ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ହେଉ, କି ଶରୀରରେ ଅମ୍ଳଜାନ ସ୍ତର ଯାଞ୍ଚ, ସବୁଥରେ ନିଜକୁ ସାମିଲ କରିଛନ୍ତି ସଂଯୁକ୍ତା। ପ୍ରତିଦିନ ସାହିରେ ଥିବା ଶିଶୁ, ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କ ଯତ୍ନ ନିଅନ୍ତି । ପ୍ରସୂତିଙ୍କୁ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଉଥିବା ବେଳେ ଗର୍ଭବତୀଙ୍କୁ ସଚେତନ ରହିବାକୁ କହିଥା’ନ୍ତି। ଏବେ ତାଙ୍କ ଅଧୀନରେ ୫ ପ୍ରସ୍ତୁତି ଓ ୫ ଗର୍ଭବତୀ ମହିଳା ସମେତ ୫୩ ଜଣ ଶିଶୁ ଅଛନ୍ତି। କେବଳ ସେତିକି ନୁହେଁ; ବାହାରୁ ଆସୁଥିବା ଲୋକଙ୍କୁ ସାହିରେ ପଶିବା ପୂର୍ବରୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଅନ୍ତି। ସମସ୍ତେ ମାସ୍କ ଓ ସାନିଟାଜର୍ ବ୍ୟବହାର କରିବା ସହ ସାବୁନ୍‌ରେ ବାରମ୍ବାର ହାତ ଧୋଇବାକୁ ପ୍ରବର୍ତ୍ତାଇଥା’ନ୍ତି। ପ୍ରତିଦିନ ସାହିର ଟିକିନିଖ୍ ଖବର ରଖିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ନେଇଥା’ନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ପ୍ରସ୍ତୁତି ମା’ ଓ ଗର୍ଭବତୀ ମହିଳାଙ୍କ କାମ କରୁଛୁ। ହେଲେ ଏବେ କରୋନା ସଚେତନତା ସହ ଏସବୁ କାମ ନିଶ୍ଚିତ ଭାବେ ଭିନ୍ନ ଅନୁଭୂତି ଆଣିଦେଇଛି। କରୋନା ଯୋଗୁଁ ଗୋଷ୍ଠୀରେ କାମ କରିବାର ଲାଭ ଓ ସଫଳତା ବେଶ୍ ସ୍ପଷ୍ଟଭାବେ ଜଣାଯାଉଛି | ମୋ ଦାୟିତ୍ବରେ ଥିବା ଦୁଇଟି ପଡ଼ାରେ କରୋନା କୋପ ନ ପଡ଼ିବାର ସମ୍ପୂର୍ଣ୍ଣ ଶ୍ରେୟ ଆଶା ଦିଦି ଆରତି ପାଣିଗ୍ରାହୀ ଓ ଏଏନ୍ଏମ୍ ପ୍ରଣତି ଦଳେଇଙ୍କର ସେମାନଙ୍କ ସହଯୋଗ ବିନା ଏସବୁ ସମ୍ଭବ ହୋଇ ନଥାନ୍ତା ।”

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏକଦା ଗଞ୍ଜାମ ଜିଲ୍ଲା ହସ୍ପଟ୍ ପାଲଟିଥିବାବେଳେ ବ୍ରହ୍ମପୁର ସହରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିଲା। ସେତେବେଳେ ଦୀପ ସାହି କେନ୍ଦ୍ର ଅଧୀନରେ ଥିବା ଦୀପସାହି ଓ ବର୍ମାସାହିର ସୁରକ୍ଷା ପ୍ରତି ସଂଯୁକ୍ତା ଦିଦି ଚିନ୍ତିତ ଥିଲେ। ପ୍ରଶସାନର ସମସ୍ତ ନିୟମାବଳୀ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ; ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ଜଡ଼ିତ ରଖ୍ ହିତାଧିକାରୀଙ୍କୁ କିପରି ଉପଯୁକ୍ତ ସେବା ମିଳିବ ସେଥିପାଇଁ ସେ ଦିନରାତି ଏକ କରିଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର