ପୂର୍ବବାସୀଙ୍କୁ ଅଟକାଇପାରିନି ପୋଲିଓ

The Sakala Picture
Published On

ବ୍ରହ୍ମପୁର: ଜନ୍ମର ୪ ବର୍ଷ ପରେ ପୋଲିଓରେ ସେ ଦିବ୍ୟାଙ୍ଗ | ଠିକ୍ ଭାବେ ଚାଲିବା ଓ ହାତର ସାହାରା ନ ନେଲେ ଠିକ୍‌ରେ ଠିଆହେବା ବି ତାଙ୍କ ପାଇଁ କଷ୍ଟକର । ହେଲେ କରୋନା କାଳରେ ସେ ଥକିନାହାନ୍ତି କି ଠକି ନାହାନ୍ତି ବରଂ ଅଧିକ ଉତ୍ସାହର ସହ ଦାୟିତ୍ଵ ତୁଲାଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିର ୯ ନମ୍ବର କେନ୍ଦ୍ରର ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣବାସୀ ଦୀକ୍ଷିତ। ପ୍ରତିଦିନ ଘରକୁ ଘର ବୁଲି ଲୋକଙ୍କ […]

ବ୍ରହ୍ମପୁର: ଜନ୍ମର ୪ ବର୍ଷ ପରେ ପୋଲିଓରେ ସେ ଦିବ୍ୟାଙ୍ଗ | ଠିକ୍ ଭାବେ ଚାଲିବା ଓ ହାତର ସାହାରା ନ ନେଲେ ଠିକ୍‌ରେ ଠିଆହେବା ବି ତାଙ୍କ ପାଇଁ କଷ୍ଟକର । ହେଲେ କରୋନା କାଳରେ ସେ ଥକିନାହାନ୍ତି କି ଠକି ନାହାନ୍ତି ବରଂ ଅଧିକ ଉତ୍ସାହର ସହ ଦାୟିତ୍ଵ ତୁଲାଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିର ୯ ନମ୍ବର କେନ୍ଦ୍ରର ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣବାସୀ ଦୀକ୍ଷିତ। ପ୍ରତିଦିନ ଘରକୁ ଘର ବୁଲି ଲୋକଙ୍କ ଥର୍ମାଲ୍ ସ୍କ୍ରିନିଂ କରୁଛନ୍ତି। ଅକ୍ସିମିଟରେ ଅମ୍ଳଜାନ୍ ସ୍ତର ମାପି କରୋନା ବାବଦରେ ଲୋକଙ୍କୁ ସଚେତନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

କରୋନା ଟିକାର ବୈଜ୍ଞାନିକ ଉପାଦେୟତା ବାବଦାରେ ଲୋକଙ୍କୁ ବୁଝାଉଛନ୍ତି। ଖାଲି ସେତିକି ନୁହେଁ ଟିକା ନେବାକୁ ଅମଙ୍ଗ ହେଉଥିବା ଗାଁ ଲୋକଙ୍କୁ ଟିକା ପାଇଁ ବୁଝାଉଛନ୍ତି। ଗତ ୧୧ବର୍ଷ ଧରି ସେ ଅଙ୍ଗନବାଡ଼ି କର୍ମୀ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଏବେ ତାଙ୍କ ଦାୟିତ୍ଵ ଆହୁରି ବଢ଼ିଯାଇଛି। ପିଲାଟି ଦିନରୁ ଗୋଟିଏ ଗୋଡ଼ ସରୁ ରହିଥିବା ପୂର୍ଣ୍ଣବାସୀ ୬୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ବୟସ ୪୮ ହେବ | ନିଜ ସ୍ଵାସ୍ଥ୍ୟଗତ ସମସ୍ୟା ରହିଥିଲେ ମଧ୍ୟ ସବୁକୁ ଅଣଦେଖା କରି ସେ ତାଙ୍କ ସେବାକାର୍ଯ୍ୟ ଜାରି ରଖୁଛନ୍ତି। ପୂର୍ବବାସୀଙ୍କ ଅଧୀନରେ ଏବେ ଓଲାନଗର, ପ୍ରେମ ନଗର, ଗୋଲା ସାହି, ଅପର୍ଭିନଗର ପ୍ରମୁଖ ଚାରିଟି ସାହି ରହିଥିବା ବେଳେ ଏଠାରେ ପାଖାପାଖ୍ ୮୦୦ରୁ ଅଧିକା ଲୋକହେବ । ପ୍ରଥମ ଲହର ଆରମ୍ଭରୁ ହିଁ ସେ କରୋନା ରୋଗୀଙ୍କ ସେବାରେ। ଦ୍ୱିତୀୟ ଲହରରେ ଦାୟିତ୍ଵ ଆଉ ଟିକେ ବଢ଼ିଯାଇଛି। ଘର ଘର ବୁଲି ଲୋକଙ୍କ ସ୍କାନିଂ କରିବା ଛଡା ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇ ସେମାନଙ୍କ ନାମ ପଞ୍ଜୀକରଣ କରି ରଖୁଛନ୍ତି। ଏହି କାମରେ ତାଙ୍କୁ ଆଶାଦିଦି ଓ ସହାୟିକା ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ରଖୁଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଏକଦା କରୋନାର ଗଡ଼ ଥିବା ଗଞ୍ଜାମ ଜିଲ୍ଲାକୁ କରୋନାର ଭୟ ଅଧିକ ଥିଲା। ସେହି ସମୟରେ ଜିଲ୍ଲାକୁ ଲକ୍ଷାଧିକ ମାତ୍ରାରେ ପ୍ରବାସୀଙ୍କ ଆଗମନ ହୋଇଥିଲା। ପ୍ରତି ଗ୍ରାମରେ ସଙ୍ଗରୋଧ କେନ୍ଦ୍ର କରାଯାଇଥିଲା। ଆସିବା ଯିବା ଲୋକଙ୍କ ତଥ୍ୟ ଅଙ୍ଗନବାଡ଼ି କର୍ମୀମାନଙ୍କ ହାତରେ ନ୍ୟସ୍ତ ରହିଥିଲା। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ଅଞ୍ଚଳରେ ସେ ସଚେତନତା ଜାରି ରଖୁଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ତାଙ୍କ କେନ୍ଦ୍ର ଅଧୀନରେ କରୋନାର ଦ୍ଵିତୀୟ ଲହରରେ ଜଣେ ହେଲେ ମଧ୍ୟ ସଂକ୍ରମିତ ହୋଇନଥିବା ପୂର୍ଶ୍ଵବାସୀ କହିଛନ୍ତି। ତାଙ୍କ ନିରନ୍ତର ସେବା ପାଇଁ ସେ ଦିଗପହଣ୍ଡି ଅଂଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି | ତାଙ୍କ କେନ୍ଦ୍ର ଅଧୀନରେ ବର୍ତ୍ତମାନ ୧୧ ଜଣ ଗର୍ଭବତୀ ମହିଳା ରହିଥିବାବେଳେ ୬ ଜଣ ପ୍ରସୂତି ରହିଛନ୍ତି। ସେହିଭଳି ୩୦ ଜଣ ଶିଶୁ ମଧ୍ୟ ରହିଛନ୍ତି। ପ୍ରତିଦିନ ଏମାନଙ୍କ ଦେଖାଶୁଣା କରିବା ସହ ଘର ଘର ବୁଲି ଛତୁଆ, ଅଣ୍ଡା ଆଦି ବାଣ୍ଟୁଛନ୍ତି। ଗର୍ଭବତୀ ଓ ଶିଶୁମାନଙ୍କ ନିତ୍ୟ ଯତ୍ନ ନେବା ପାଇଁ ସଚେତନ କରୁଛନ୍ତି| ବୟସ୍କ ଓ ଶିଶୁ ମାନଙ୍କୁ ଘରୁ ନ ବାହାରିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର