ବୁଲେଟ୍ ଆମ୍ବୁଲାନ୍ସରେ ଆଶା ଦିଦି ପଦ୍ମା

The Sakala Picture
Published On

ଭୁବନେଶ୍ବର: ପୁଣିଥରେ ମା’ ମାନଙ୍କ ଯୋଗୁଁ ହାରିଛି କରୋନା। ସୁରକ୍ଷା ବଳୟ ଭେଦ କରି ବଣ୍ଡା ଘାଟିରେ ପଶିପାରିନି। ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି, ଗାଁ ଯୁବ ସଂଘର ଟାଣୁଆ ଯୁବତୀ ଓ ଗ୍ରାମ ଉନ୍ନୟନ ସମିତିର ମହିଳାମାନଙ୍କ ସହଯୋଗରୁ ଏବେ ଅଣ୍ଡାହାଲ୍ ଗାଁ କରୋନାମୁକ୍ତ ହୋଇପାରିଛି। ଆଉ ଘରେ ଘରେ ପହଞ୍ଚି ପାରିଛି କରୋନା ସଚେତନତା ପାଠ। ଖାଲି ସେତିକି ନୁହେଁ; କରୋନା ସମୟରେ ଗାଁର ପ୍ରସ୍ତୁତି, ଗର୍ଭବତୀ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କିପରି ସୁବିଧାରେ […]

ଭୁବନେଶ୍ବର: ପୁଣିଥରେ ମା’ ମାନଙ୍କ ଯୋଗୁଁ ହାରିଛି କରୋନା। ସୁରକ୍ଷା ବଳୟ ଭେଦ କରି ବଣ୍ଡା ଘାଟିରେ ପଶିପାରିନି। ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି, ଗାଁ ଯୁବ ସଂଘର ଟାଣୁଆ ଯୁବତୀ ଓ ଗ୍ରାମ ଉନ୍ନୟନ ସମିତିର ମହିଳାମାନଙ୍କ ସହଯୋଗରୁ ଏବେ ଅଣ୍ଡାହାଲ୍ ଗାଁ କରୋନାମୁକ୍ତ ହୋଇପାରିଛି। ଆଉ ଘରେ ଘରେ ପହଞ୍ଚି ପାରିଛି କରୋନା ସଚେତନତା ପାଠ। ଖାଲି ସେତିକି ନୁହେଁ; କରୋନା ସମୟରେ ଗାଁର ପ୍ରସ୍ତୁତି, ଗର୍ଭବତୀ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କିପରି ସୁବିଧାରେ ଡାକ୍ତରଖାନାରେ ପହଞ୍ଚାଇ ହେବ ସେଥ୍ପାଇଁ ଆରମ୍ଭ ହୋଇଛି ବୁଲେଟ୍ ଆମ୍ବୁଲାନ୍ସ। ଯାହାର ସମସ୍ତ ଶ୍ରେୟ ଯାଉଛି ଆଶା ଦିଦି ପଦ୍ମାଙ୍କୁ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅଣ୍ଡାହାଲ୍ ଗାଁର ଆଶା ଦିଦି ପଦ୍ମା ପାଙ୍ଗି । କରୋନା ପାଇଁ ବଣ୍ଡା ଘାଟିରେ ଘରେ ଘରେ ବୁଲି ଲୋକଙ୍କୁ କରୋନା ସଚେତନତାର ପାଠ ପଢ଼ାଇବା, ସେମାନଙ୍କୁ ମାସ୍କ ଓ ସାନିଟାଇଜ୍‌ର ବ୍ୟବହାର ବାବଦରେ ବୁଝାଇବା, ସାମାଜିକ ଦୂରତା ପାଇଁ ସଚେତନ କରିବା ଏବେ ତାଙ୍କ ପାଇଁ ଏକ ନିତିଦିନିଆ ଘଟଣା | ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ଗାଁରେ ବୁଲି ବୁଲି ଲୋକଙ୍କର ଥର୍ମାଲ୍ ସ୍କିମିଂ କରିବା ସହ ଅକ୍ସିମିଟରେ ଅମ୍ଳଜାନ ମାତ୍ରା ମାପୁଛନ୍ତି | ଡାକବାଜି ଯନ୍ତ୍ରର ସାହାଯ୍ୟ ନେଇ ବଣ୍ଡା ଭାଷାରେ ଲୋକଙ୍କୁ ଡାକି କରୋନା କଥା କହୁଛନ୍ତି । ଲୋକେ କିପରି କରୋନା ସଂକ୍ରମିତ ନ ହୋଇ ସୁସ୍ଥ ରହିବେ, ସେଥ୍ପାଇଁ ସେ ନିଜ * ସହଯୋଗୀ ଆଶା ଦିଦି ସମ୍ବାରୀ ସିସା, ରେଖା ମାଣ୍ଡିଙ୍କ – ସହ ବୁଲି ବୁଲି ପୂରା ଅଣ୍ଡାହାଲ୍ ପଞ୍ଚାୟତ ସାରା କାମ ବି କରୁଛନ୍ତି। କେବଳ ସେତିକି ନୁହେଁ; ଗାଁ ଯୁବତୀଙ୍କୁ ଏକାଠି କରି ବଣ୍ଡା ଭାଷାରେ କରୋନା ସଚେତନତା ସ୍ଲୋଗାନ ପ୍ରସ୍ତୁତ କରି ଏହାକୁ ସଚେତନତା ରଥ ଦ୍ବାରା ଲୋକଙ୍କ ପାଖକୁ ପହଞ୍ଚାଉଛନ୍ତି। ତାଙ୍କ ଯୋଗୁଁ ଏବେ ସମ୍ପୂର୍ଣ ଅଣ୍ଡାହାଲ୍ ପଞ୍ଚାୟର ୧୨ଟି ଗାଁର ବଣ୍ଡା ଜନଜାତି କରୋନା ବାବଦରେ ସଚେତନ ହୋଇ ପାରିଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପଦ୍ମା କିନ୍ତୁ କେବଳ କରୋନା ସଚେନତା ପାଇଁ ଲୋକଙ୍କ ପାଖରେ ଆଦୃତ ନୁହଁନ୍ତି; ବରଂ ବଣ୍ଡା ଜନଜାତିଙ୍କ ସବୁ ସୁଖ ଦୁଃଖରେ ସେ ଢାଲ ପରି ଛିଡ଼ା ହୋଇଛନ୍ତି। କରୋନା ସମୟରେ ବଣ୍ଡା ଘାଟିରେ କୌଣସି ଗର୍ଭବତୀ ମହିଳା ପ୍ରସବ ବା ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ଯିବାର ଆବଶ୍ୟକତା ପଡ଼ିଲେ ଖୋଜା ପଡ଼ନ୍ତି ପଦ୍ମା। ସହଯୋଗୀ ନନ୍ଦ ସିସାଙ୍କ ସହଯୋଗରେ ବୁଲେଟ୍ ଆମ୍ବୁଲାନ୍ସରେ ନିଜେ ରୋଗୀ ସହ ଯାଇ ଡାକ୍ତରଖାନାରେ ପହଞ୍ଚନ୍ତି। ଖାଲି ସେତିକି ନୁହେଁ; ମା’ ଓ ପିଲା ଉଭୟ ସୁସ୍ଥ ନ ହେବା ଯାଏଁ ପାଖେ ପାଖେ ରହି ସେମାନଙ୍କର ସବୁ ସେବା ଯତ୍ନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଏ ବାବଦରେ ପଦ୍ମା କହନ୍ତି, ବଣ୍ଡା ଜନଜାତିଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ହୃଦୟଙ୍ଗମ କରି ଏହାର ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଥିଲି। ବଣ୍ଡା ଜନଜାତି ଉନ୍ନୟନ ସଂସ୍ଥା ସହଯୋଗରେ ଏହାର ସମାଧାନ କରିବାକୁ ସେ ଗାଁର ଯୁବକଙ୍କ ସଂଘରେ ଥିବା ଯୁବତୀମାନଙ୍କୁ ଏକାଠି କଲି | ଗ୍ରାମ୍ୟ ଉନ୍ନୟନ ସମିତିର ମହିଳାମାନଙ୍କ ପାଖକୁ ଯାଇ ସେମାନଙ୍କୁ ଏକଜୁଟ୍ କରି କରୋନା ଭଳି ସମସ୍ୟାରେ ସମାଧାନର ବିକଳ୍ପ ରାସ୍ତା ବାହାର କରିବାକୁ ଚେଷ୍ଟା ଆରମ୍ଭ ହେଲା। ଯାହାର ଫଳ ସ୍ୱରୂପ ଆଜି ବଣ୍ଡା ଘାଟିରେ ଗଡ଼ିପାରିଛି ବୁଲେଟ୍ ଆମ୍ବୁଲାନ୍ସ | ଖାଲି ବୁଲେଟ୍ ଆମ୍ବୁଲାନ୍ସ ଗଡ଼ିନି; ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବି ସରକାରୀ ଡାକ୍ତରଖାନାରେ ହୋଇପାରିଛି। ଆଣ୍ଡ୍ରାହାଲ ପଞ୍ଚାୟତର ଅଧିକାଂଶ ଗାଁ ଏବେ କରୋନାମୁକ୍ତ ହୋଇ ସାରିଥିବା ବେଳେ ଆଗକୁ କିପରି ପୂରା ପଞ୍ଚାୟତର ୮୫୦ ପରିବାର କରୋନା କବଳରୁ ବର୍ତ୍ତିପାରିବେ ତାହାହିଁ ଆମର ଚେଷ୍ଟା।

ପରିବାରର ଯାବତୀୟ ଚାପ ସତ୍ତ୍ଵେ ବିବାହିତ ପଦ୍ମା କିନ୍ତୁ ନିଜ ଦାୟିତ୍ବରୁ ଓହରି ଯାଇନାହାଁନ୍ତି; ବରଂ ପୂର୍ବ ଅପେକ୍ଷା ଅଧିକ ସଙ୍କଳ୍ପବଦ୍ଧ ହୋଇ ସ୍ବର ଉଠାଇ ପାରୁ ନ ଥିବା ବଣ୍ଡା ଜନଜାତିଙ୍କ ପାଇଁ ସବୁବେଳେ ସବୁ ସମୟରେ ଛିଡ଼ା ହୋଇଛନ୍ତି। ପଦ୍ମା କହନ୍ତି, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଆଦିବାସୀ ଉନ୍ନୟନ ସଂସ୍ଥା ଓ ଓପିଲିପିର ସହଯୋଗରେ ଏସବୁ ସମ୍ଭବ ହୋଇ ପାରିଛି। ଆର୍ଥିକ ସହଯୋଗ ହେଉ କି କୌଣସି ଭିଭିଭୂମି ପ୍ରସ୍ତୁତ କରିବା କଥା ହେଉ, ସବୁଥ୍‌ରେ ସେମାନେ ଆମକୁ ସହଯୋଗ କରିଛନ୍ତି ଓ ଆମ ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ସହଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର