ନିରବଚ୍ଛିନ୍ନ ନିଷ୍ଠାପର ରୋଗୀ ସେବାର ଅନନ୍ୟ ଉଦାହରଣ ଡାକ୍ତର ପୂର୍ଣ୍ଣଚନ୍ଦ୍ର

The Sakala Picture
Published On

ଭୁବନେଶ୍ବର: ଆଜି କି କାଲିର କଥା ନୁହେଁ; ୨୦୨୦ ମାର୍ଚ୍ଚ ୧୭ ତାରିଖରୁ ଅଦ୍ୟାବଧୂ ଚାଲିଛି କରୋନା ରୋଗୀଙ୍କ ସେବା। ଥର୍ମାଲ ସ୍କ୍ରିନିଂ, ସ୍ବାକ୍ ଟେଜିଂଠାରୁ ଆରମ୍ଭ କରି କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ଟିଏମ୍‌ସି ପହଞ୍ଚାଇବା ଯାଏଁ ସବୁ କାମରେ ଦରକାର ପଡ଼ନ୍ତି ଆୟୁଷ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପଣ୍ଡା | ଭବାନୀପାଟଣା ଆର୍‌ଆର୍‌ଟିରେ କାମ କରୁଥିବା ପୂର୍ଣ୍ଣଚନ୍ଦ୍ର କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାମରେ ସୀମିତ ନାହାଁନ୍ତି; ବରଂ ଜିଲ୍ଲାରେ ଥିବା ସମସ୍ତ ସଙ୍ଗରୋଧ […]

ଭୁବନେଶ୍ବର: ଆଜି କି କାଲିର କଥା ନୁହେଁ; ୨୦୨୦ ମାର୍ଚ୍ଚ ୧୭ ତାରିଖରୁ ଅଦ୍ୟାବଧୂ ଚାଲିଛି କରୋନା ରୋଗୀଙ୍କ ସେବା। ଥର୍ମାଲ ସ୍କ୍ରିନିଂ, ସ୍ବାକ୍ ଟେଜିଂଠାରୁ ଆରମ୍ଭ କରି କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ଟିଏମ୍‌ସି ପହଞ୍ଚାଇବା ଯାଏଁ ସବୁ କାମରେ ଦରକାର ପଡ଼ନ୍ତି ଆୟୁଷ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପଣ୍ଡା | ଭବାନୀପାଟଣା ଆର୍‌ଆର୍‌ଟିରେ କାମ କରୁଥିବା ପୂର୍ଣ୍ଣଚନ୍ଦ୍ର କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାମରେ ସୀମିତ ନାହାଁନ୍ତି; ବରଂ ଜିଲ୍ଲାରେ ଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ଓ ଟିଏମ୍‌ସିଗୁଡିକର ପରିଚାଳନା ଦାୟିତ୍ବରେ ରହିଛନ୍ତି। ଭବାନୀପାଟଣା ସହରାଞ୍ଚଳରେ ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା କଥା ହେଉ କି ରୋଗୀ ପାଖକୁ ଆମ୍ବୁଲାନ୍ସ ସେବା ଯୋଗାଇବା, ସବୁଥ୍‌ରେ ଖୋଜାପଡ଼ନ୍ତି ପୂର୍ଣ୍ଣଚନ୍ଦ୍ର |

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

କରୋନାର ପ୍ରଥମ ଲହର ଆରମ୍ଭରେ ଯେତେବେଳେ ପ୍ରବାସୀ ଶ୍ରମକ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଥିଲେ । ସେତେବେଳେ ନିଜଆଡ଼ୁ ସହଯୋଗର ହାତ ବଢ଼ାଇଥିଲେ ପୂର୍ଣ୍ଣଚନ୍ଦ୍ର। ଦୁଇଟି ପର୍ଯ୍ୟାୟରେ ଆସିଥିବା ପାଖାପାଖୁ ୩୨୦୦ ଶ୍ରମିକଙ୍କ ଥର୍ମାଲ୍ ସ୍କ୍ରିନିଂ କରିବା ସହ ସେମାନଙ୍କୁ ବିଭିନ୍ନ ଟିଏମ୍‌ସିରେ ତତ୍ତ୍ଵା, ଆନୁସଙ୍ଗିକ ସୁବିଧା ଯୋଗାଇଦେବା ଭଳି ବିଭିନ୍ନ କାମରେ ନିୟୋଜିତ ଥିଲେ। ଆଉ ଏବେ କରୋନାର ହିତୀୟ ଲହରରେ ସେ ୩୦୦ରୁ ଅଧିକ ସଂକ୍ରମିତଙ୍କ ସ୍କ୍ରିନିଂ କରି ଚିକିତ୍ସା ସେବା ଯୋଗାଇ ଦେଇ ପାରିଛନ୍ତି। ରେପିଡ୍ ରେସ୍‌ପନ୍ସ ଟିମ୍‌ରେ ସାମିଲ ହୋଇ ସଂକ୍ରମିତଙ୍କ ସେବାରେ ନିୟୋଜିତ ହୋଇଛନ୍ତି। କରୋନାର ପ୍ରଥମ ଲହରରୁ ଅଦ୍ୟାବଧୂ ଗୋଟିଏ ବି ଦିନ ଛୁଟି ନେଇ ନ ଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସେବାରେ ନିମଗ୍ନ। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଥର୍ମାଲ ସ୍କ୍ରିନିଂ ସହ କେଉଁ ରୋଗୀର ସ୍ବାବ୍ ପରୀକ୍ଷା ହେବ, କେଉଁ ରୋଗୀ ଘରୋଇ ସଙ୍ଗରୋଧରେ ରହିବ ଓ କିଏ ଟିଏମ୍‌ସି ସେଣ୍ଟରକୁ ଯିବ ସେସବୁର ତଦାରଖ କରୁଛନ୍ତି। ଘରୋଇ ସଙ୍ଗରୋଧରେ ରହୁଥିବା ପ୍ରତିଟି ରୋଗ ପାଖକୁ ଯାଇ ସେମାନଙ୍କୁ ଡାକ୍ତରୀ ପରାମର୍ଶ ଦେବା ସହ ସେମାନଙ୍କ ସେବା କରୁଛନ୍ତି। ଆବଶ୍ୟକ ସ୍ଥଳେ ରୋଗୀ ଓ ପୂରା ପରିବାରକୁ କାଉନ୍ସିଲିଂ କରୁଛନ୍ତି। ପ୍ରତିଦିନ ପୂର୍ଣ୍ଣଚନ୍ଦ୍ର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ୧୨୦୦ରୁ ଅଧିକ ଫୋନ୍ କଲ୍‌ର ଉତ୍ତର ରଖୁଛନ୍ତି। ସେହିପରି ଭବାନୀପାଟଣା ସହରାଞ୍ଚଳର ଦେପୁର ସେକ୍ଟର, ମେଦିନିପୁର, କାମଠଣା ଭଳି ଅଞ୍ଚଳକୁ ଯାଇ ଘରକୁ ଘର ସର୍ଭେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

କେବଳ ଆୟୁଷ ଡାକ୍ତର ଭାବେ ନୁହେଁ ବରଂ ନିଆରା ଢଙ୍ଗରେ କରୋନା ସଂକ୍ରମିତ ରୋଗୀଙ୍କୁ ମାନସିକ ଚିକିତ୍ସା କରୁଥିବାରୁ ଏବେ ସେ ଘରେ ଘରେ ପରିଚିତ । କେବଳ ସେତିକି ନୁହେଁ, ସ୍ନାକ୍‌କୁ ନେଇ ଯଦି ଗାଁ ଗାଁ ଭିତରେ କଳି ଝଗଡ଼ା ହୁଏ, ତେବେ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଆନ୍ତି ପୂର୍ଣ୍ଣଚନ୍ଦ୍ର | ଲୋକଙ୍କୁ କରୋନା ସଚେତନତାର କଥା ବୁଝାଇବାକୁ ହେଉ କି ଟିକାରଣ ପାଇଁ ମନାଇବା, ସବୁଥରେ ପ୍ରଶାସନର ପାଖେ ପାଖେ ଥାଆନ୍ତି ସେ। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଫିଲ୍ମର୍ କ୍ଲିନିକ୍‌ରୁ ବାହାରି ଏବେ ସେ ଜିଲ୍ଲାର ଅଧିକାଂଶ ଉପାନ୍ତ ଅଞ୍ଚଳ ବୁଲି ବୁଲି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଗାଁ ଲୋକଙ୍କ ପାଖରେ କରୋନା ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଦୂରଦର୍ଶନ ଓ ଆକାଶ ବାଣୀର ସାହାଯ୍ୟ ବି ଲୋଡ଼ିଛନ୍ତି । କରୋନାର ଦ୍ୱିତୀୟ ଲହର ସତ୍ତ୍ବେ ଲକ୍‌ଡାଉନ୍‌ ସମୟରେ ରାଜ୍ୟବାହାରୁ ଆସୁଥିବା ପ୍ରବାସୀ ଓ ଶ୍ରମକଙ୍କ ତାଲିକା ରଖ୍ ଭବାନୀପାଟଣା ସହରର ସମସ୍ତ ସଙ୍ଗରୋଧ କେନ୍ଦ୍ର ଓ ଟିଏମ୍‌ସିଗୁଡିକରେ ରହିବାର ବନ୍ଦୋବସ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

୨୦୧୧ ମସିହାରେ ଡା. ପଣ୍ଡା କଳାହାଣ୍ଡି ଜିଲ୍ଲାର ସବୁଠାରୁ ଦୁର୍ଗମ ବ୍ଲକ୍ ଥୁଆମୂଳ ରାମପୁର ବ୍ଲକ୍‌ରେ ନିଯୁକ୍ତି ପାଇଥିଲେ। ସେବେଠାରୁ ଅସହାୟ ଆଦିବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ସେ ସବୁ ପ୍ରକାର ଚେଷ୍ଟା ଜାରି ରଖୁଛନ୍ତି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ମଛଦା ଗାଁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଏସବୁ ଭିତରେ ନିଜର ପରିବାରକୁ ସୁରକ୍ଷିତ ରଖିବା ପାଇଁ ଘରୋଇ ସଙ୍ଘରୋଧ ଭାବେ ଦେଢ଼ବର୍ଷ ହେଲାଣି ରହୁଛନ୍ତି । ସାଧାରଣଭାବେ ସହରରେ ରହିବାକୁ ଅଧିକାଂଶ ଡାକ୍ତର ଅଧିକ ପସନ୍ଦ କରୁଥିବାବେଳେ କଳାହାଣ୍ଡି ଜିଲ୍ଲାର ଅନୁଷ୍ଠିତ ଅଞ୍ଚଳରେ ପୂର୍ବଚନ୍ଦ୍ରଙ୍କ ନିଷ ପର ରୋଗୀସେବା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର