କରୋନା କର୍ତ୍ତବ୍ୟ ଭୁଲେଇଦେଇଛି ପାରିବାରିକ ଦୁଃଖ

The Sakala Picture
Published On

ବଲାଙ୍ଗିର: ନାରୀ ସଙସହା। କେତେବେଳେ ସେ ଧର୍ମପତ୍ନୀ ତ ଆଉ କେତେବେଳେ ଜନ୍ମଦାତ୍ରୀ ମା’। ଏ ପରିଚୟ ବାହାରେ ବି ସେ ସମାଜର ରକ୍ଷା କବଚ| ପାରିବାରିକ କର୍ତ୍ତବ୍ୟ ପାଳନ ସହ ସେ ନିଜର ଖୁସିକୁ ଜଳାଞ୍ଜଳି ଦେଇ ଢାଲ ପରି ଛିଡ଼ା ହୁଏ ସମାଜର ମଙ୍ଗଳ ପାଇଁ । ଏମିତି ଜଣେ ମହିଳା ହେଲେ ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ବିଷ୍ଣୁମୁଣ୍ଡା ଅଞ୍ଚଳର ଆଶା ଦିଦି ଦେବକୀ ହରିପାଲ। କରୋନାର ପ୍ରଥମ ଲହରରେ […]

ବଲାଙ୍ଗିର: ନାରୀ ସଙସହା। କେତେବେଳେ ସେ ଧର୍ମପତ୍ନୀ ତ ଆଉ କେତେବେଳେ ଜନ୍ମଦାତ୍ରୀ ମା’। ଏ ପରିଚୟ ବାହାରେ ବି ସେ ସମାଜର ରକ୍ଷା କବଚ| ପାରିବାରିକ କର୍ତ୍ତବ୍ୟ ପାଳନ ସହ ସେ ନିଜର ଖୁସିକୁ ଜଳାଞ୍ଜଳି ଦେଇ ଢାଲ ପରି ଛିଡ଼ା ହୁଏ ସମାଜର ମଙ୍ଗଳ ପାଇଁ । ଏମିତି ଜଣେ ମହିଳା ହେଲେ ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ବିଷ୍ଣୁମୁଣ୍ଡା ଅଞ୍ଚଳର ଆଶା ଦିଦି ଦେବକୀ ହରିପାଲ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

କରୋନାର ପ୍ରଥମ ଲହରରେ ବି ସେ ଗାଁ ଲୋକଙ୍କୁ ମାସ୍କ, ସାନିଟାଇଜର୍ ବ୍ୟବହାର କରିବା ପାଇଁ ସଚେତନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ଅଯଥା ଭିଡ଼କୁ ନ ଯିବାକୁ ସଚେତନ କରୁଥିଲେ। ଆଉ ଏକେ ବକରୋନାର ଦ୍ୱିତୀୟ ଲହରରେ ଟିକାକରଣ ଭଳି ଗୁରୁ ଦାୟିତ୍ଵର ଭାର ନେଇଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ନେବାକୁ ସଚେତନ କରୁଛନ୍ତି। ଘରକୁ ଘର ବୁଲି ଲୋକଙ୍କ ସର୍ଭେ କରିବା, ବାହାରୁ ଆସୁଥିବା ଲୋକଙ୍କୁ କାରେଣ୍ଟିନ୍‌ରେ ରଖୁବା ସହ ସେମାନଙ୍କୁ ପଞ୍ଜିକୃତ କରିବା ଭଳି ଦାୟିତ୍ୱ ତୁଲାଉଛନ୍ତି। କରୋନା ମହାମାରୀ ସମୟରେ ନିଜେ ସଂକ୍ରମିତ ହେବାର ଭୟ ରହିଥିଲେ ମଧ୍ୟ ଅନ୍ୟ ମାନଙ୍କୁ ସଚେତନ କରାଇବା, ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଦେବା, କରୋନା ସଂକ୍ରମଣ ସମୟରେ ଗର୍ଭବତୀ ମାନଙ୍କ ସେବାଯତ୍ନ ବିଷୟରେ ବୁଝାଇବା ପାଇଁ ସକାଳୁ ନିଜ ଘରୁ ବାହାରିଯାଆନ୍ତି। ଛୋଟ ଦୁଇ ପୁଅକୁ ନେଇ ଦେବକୀଙ୍କ ପରିବାର। ବିବାହର କିଛି ବର୍ଷ ପରେ ପାରିବାରିକ କଳହରୁ ଦେବକୀ ସ୍ଵାମୀଠାରୁ ଭିନ୍ନ ହୋଇଯାଇଥିଲା ବେଳେ ଏବେ ଦୁଇ ପିଲାର ଦାୟିତ୍ୱ ବି ତାଙ୍କ ମୁଣ୍ଡରେ |

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବି ଦେବକୀ କର୍ତ୍ତବ୍ୟକୁ କେବେ ଅବହେଳା କରି ନାହାଁନ୍ତି। ଆର୍ଥିକ ଅନଟନରେ ଥିବା ବେଳେ ଆଶାକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ସେବେଠାରୁ ଆଜିଯାଏଁ ପରିବାରିକ ସମସ୍ୟାକୁ ଭୁଲି ସେ ଲୋକଙ୍କ ସେବାରେ ବ୍ରତୀ | ଭୋର୍‌ରୁ ଉଠି ଦେବକୀ ନିଜ ପରିବାର ଭଲମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ଦାୟିତ୍ବ ତୁଲାଇବା ପାଇଁ। ଘର ଘର ବୁଲି ଆଦିବାସୀଙ୍କୁ ସଚେତନ କରିବାରେ ବେଶ୍ ଆନନ୍ଦ ପାଉଥିବା ଦେବକୀ ଅର୍ଥ ଅଭାବରୁ କରୋନାରୁ ରକ୍ଷା ପାଇବାକୁ ମୁହଁରେ ଗାମୁଛା ଏବଂ ଲୁଗା ବାନ୍ଧୁଥିବା ଆଦିବାସୀଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି। ବୟସ୍କ ଏବଂ କୋମଳମତି ଶିଶୁମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଉଥିବା ବେଳେ ଗର୍ଭବତୀ ଓ ପ୍ରସୂତିଙ୍କ ଯତ୍ନ ନିଜେ ନେଉଛନ୍ତି । ଗାଁରେ ମେଲେରିଆ ହେବାର ଆଶଙ୍କା ବେଶୀ ଥିବାରୁ ଲୋକମାନଙ୍କୁ ମଶାରି ବ୍ୟବହାର କରିବାକୁ ବି ସଚେତନ କରୁଛନ୍ତି । ଏହାବାଦ୍ କିଶୋରୀ ବାଳିକାମାନଙ୍କୁ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

16 Jun 2021 By The Sakala

କରୋନା କର୍ତ୍ତବ୍ୟ ଭୁଲେଇଦେଇଛି ପାରିବାରିକ ଦୁଃଖ

ବଲାଙ୍ଗିର: ନାରୀ ସଙସହା। କେତେବେଳେ ସେ ଧର୍ମପତ୍ନୀ ତ ଆଉ କେତେବେଳେ ଜନ୍ମଦାତ୍ରୀ ମା’। ଏ ପରିଚୟ ବାହାରେ ବି ସେ ସମାଜର ରକ୍ଷା କବଚ| ପାରିବାରିକ କର୍ତ୍ତବ୍ୟ ପାଳନ ସହ ସେ ନିଜର ଖୁସିକୁ ଜଳାଞ୍ଜଳି ଦେଇ ଢାଲ ପରି ଛିଡ଼ା ହୁଏ ସମାଜର ମଙ୍ଗଳ ପାଇଁ । ଏମିତି ଜଣେ ମହିଳା ହେଲେ ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ବିଷ୍ଣୁମୁଣ୍ଡା ଅଞ୍ଚଳର ଆଶା ଦିଦି ଦେବକୀ ହରିପାଲ।

କରୋନାର ପ୍ରଥମ ଲହରରେ ବି ସେ ଗାଁ ଲୋକଙ୍କୁ ମାସ୍କ, ସାନିଟାଇଜର୍ ବ୍ୟବହାର କରିବା ପାଇଁ ସଚେତନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ଅଯଥା ଭିଡ଼କୁ ନ ଯିବାକୁ ସଚେତନ କରୁଥିଲେ। ଆଉ ଏକେ ବକରୋନାର ଦ୍ୱିତୀୟ ଲହରରେ ଟିକାକରଣ ଭଳି ଗୁରୁ ଦାୟିତ୍ଵର ଭାର ନେଇଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ନେବାକୁ ସଚେତନ କରୁଛନ୍ତି। ଘରକୁ ଘର ବୁଲି ଲୋକଙ୍କ ସର୍ଭେ କରିବା, ବାହାରୁ ଆସୁଥିବା ଲୋକଙ୍କୁ କାରେଣ୍ଟିନ୍‌ରେ ରଖୁବା ସହ ସେମାନଙ୍କୁ ପଞ୍ଜିକୃତ କରିବା ଭଳି ଦାୟିତ୍ୱ ତୁଲାଉଛନ୍ତି। କରୋନା ମହାମାରୀ ସମୟରେ ନିଜେ ସଂକ୍ରମିତ ହେବାର ଭୟ ରହିଥିଲେ ମଧ୍ୟ ଅନ୍ୟ ମାନଙ୍କୁ ସଚେତନ କରାଇବା, ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଦେବା, କରୋନା ସଂକ୍ରମଣ ସମୟରେ ଗର୍ଭବତୀ ମାନଙ୍କ ସେବାଯତ୍ନ ବିଷୟରେ ବୁଝାଇବା ପାଇଁ ସକାଳୁ ନିଜ ଘରୁ ବାହାରିଯାଆନ୍ତି। ଛୋଟ ଦୁଇ ପୁଅକୁ ନେଇ ଦେବକୀଙ୍କ ପରିବାର। ବିବାହର କିଛି ବର୍ଷ ପରେ ପାରିବାରିକ କଳହରୁ ଦେବକୀ ସ୍ଵାମୀଠାରୁ ଭିନ୍ନ ହୋଇଯାଇଥିଲା ବେଳେ ଏବେ ଦୁଇ ପିଲାର ଦାୟିତ୍ୱ ବି ତାଙ୍କ ମୁଣ୍ଡରେ |

ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବି ଦେବକୀ କର୍ତ୍ତବ୍ୟକୁ କେବେ ଅବହେଳା କରି ନାହାଁନ୍ତି। ଆର୍ଥିକ ଅନଟନରେ ଥିବା ବେଳେ ଆଶାକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ସେବେଠାରୁ ଆଜିଯାଏଁ ପରିବାରିକ ସମସ୍ୟାକୁ ଭୁଲି ସେ ଲୋକଙ୍କ ସେବାରେ ବ୍ରତୀ | ଭୋର୍‌ରୁ ଉଠି ଦେବକୀ ନିଜ ପରିବାର ଭଲମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ଦାୟିତ୍ବ ତୁଲାଇବା ପାଇଁ। ଘର ଘର ବୁଲି ଆଦିବାସୀଙ୍କୁ ସଚେତନ କରିବାରେ ବେଶ୍ ଆନନ୍ଦ ପାଉଥିବା ଦେବକୀ ଅର୍ଥ ଅଭାବରୁ କରୋନାରୁ ରକ୍ଷା ପାଇବାକୁ ମୁହଁରେ ଗାମୁଛା ଏବଂ ଲୁଗା ବାନ୍ଧୁଥିବା ଆଦିବାସୀଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି। ବୟସ୍କ ଏବଂ କୋମଳମତି ଶିଶୁମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଉଥିବା ବେଳେ ଗର୍ଭବତୀ ଓ ପ୍ରସୂତିଙ୍କ ଯତ୍ନ ନିଜେ ନେଉଛନ୍ତି । ଗାଁରେ ମେଲେରିଆ ହେବାର ଆଶଙ୍କା ବେଶୀ ଥିବାରୁ ଲୋକମାନଙ୍କୁ ମଶାରି ବ୍ୟବହାର କରିବାକୁ ବି ସଚେତନ କରୁଛନ୍ତି । ଏହାବାଦ୍ କିଶୋରୀ ବାଳିକାମାନଙ୍କୁ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର