ଅରୁଣଙ୍କ ଅରୁଣିମାରେ ଅନ୍ଧାରି ମୁଲକ ଆଲୋକିତ

The Sakala Picture
Published On

ପଦ୍ମପୁର: ପେସାରେ ସେ ଜଣେ ଆୟୁଷ ଡାକ୍ତର। ନିଜ ଅଞ୍ଚଳରେ ଜନ୍ମରୁ ଦିବ୍ୟାଙ୍ଗ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା, ସେମାନଙ୍କ ରୋଗକୁ ଚିହ୍ନିବା, ମାଗଣାରେ ସେମାନଙ୍କ ଚିକିତ୍ସା କରାଇବା ହେଉଛି ତାଙ୍କର କାମ | ହେଲେ କରୋନା ଯୋଗୁଁ ଏତିକିରେ ସୀମିତ ନାହିଁ ତାଙ୍କ ଦାୟିତ୍ଵ। ନିଜ ଅଞ୍ଚଳରେ ରହୁଥିବା ଅଦିବାସୀମାନେ କିପରି କରୋନା ଦାଉରୁ ରକ୍ଷା ପାଇବେ, ସୁରକ୍ଷିତ ଭାବେ ଜୀବନ କାଟିବେ ଏଥପାଇଁ ଦିନରାତି ଏକ କରିଛନ୍ତି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା […]

ପଦ୍ମପୁର: ପେସାରେ ସେ ଜଣେ ଆୟୁଷ ଡାକ୍ତର। ନିଜ ଅଞ୍ଚଳରେ ଜନ୍ମରୁ ଦିବ୍ୟାଙ୍ଗ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା, ସେମାନଙ୍କ ରୋଗକୁ ଚିହ୍ନିବା, ମାଗଣାରେ ସେମାନଙ୍କ ଚିକିତ୍ସା କରାଇବା ହେଉଛି ତାଙ୍କର କାମ | ହେଲେ କରୋନା ଯୋଗୁଁ ଏତିକିରେ ସୀମିତ ନାହିଁ ତାଙ୍କ ଦାୟିତ୍ଵ। ନିଜ ଅଞ୍ଚଳରେ ରହୁଥିବା ଅଦିବାସୀମାନେ କିପରି କରୋନା ଦାଉରୁ ରକ୍ଷା ପାଇବେ, ସୁରକ୍ଷିତ ଭାବେ ଜୀବନ କାଟିବେ ଏଥପାଇଁ ଦିନରାତି ଏକ କରିଛନ୍ତି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଆୟୁଷ ଡାକ୍ତର ଅରୁଣ କୁମାର ମାନସିଂ। ପ୍ରତିଦିନ ୭ରୁ ୮ କିଲୋମିଟର ଦୂର ଗାଁକୁ ଯାଇ ଅରୁଣ ଲୋକଙ୍କର ଆଣ୍ଟିଜେନ୍ ପରୀକ୍ଷା କରୁଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀମାନଙ୍କୁ ଆର୍‌ଟି-ପିସିଆର୍ ପରୀକ୍ଷା କରିବାରେ ସାହାଯ୍ୟ କରିଥା’ନ୍ତି । ଥର୍ମାଲ ସ୍କ୍ରିମିଂଠାରୁ ଆରମ୍ଭ କରି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଆବଶ୍ୟକ ସ୍ଥଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା, ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ରୋଗୀଙ୍କୁ ନିୟମିତ ଭାବେ ଯାଇ ଦେଖିବା, ସେମାନଙ୍କୁ ମାନସିକ ଭାବେ ସୁସ୍ଥ ରହିବାକୁ ପରାମର୍ଶ ଦେବା ଭଳି କାମ ଅରୁଣ କରିଥା’ନ୍ତି। ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣକୁ ଅଟକାଇବା ପାଇଁ କରାଯାଇଥିବା ରାପିଡ୍ ରେସ୍‌ପନ୍ସ ଟିମ୍‌ର ସେ ଜଣେ ସକ୍ରିୟ ସଦସ୍ୟ । ଏତିକି ନୁହେଁ; ଯେଉଁଠି ଲୋକଙ୍କୁ ଭେକ୍‌ସିନେସନ୍ ପାଇଁ କିମ୍ବା ଆଣ୍ଟିଜେନ୍ ଓ ଆର୍‌ଟି-ପିସିଆର୍ ପରୀକ୍ଷା ପାଇଁ ବୁଝାଇବାର ଆବଶ୍ୟକତା ପଡ଼େ ସେଠାରେ ଅରୁଣ ହିଁ ଏକମାତ୍ର ଭରସା ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଅରୁଣ କୁହନ୍ତି, ଲୋକଙ୍କୁ ବୁଝାଇବା ସବୁଠୁ ବଡ଼ ଆହ୍ବାନ। ଟିକା ନେବା କଥା କହିଲେ ଗାଁ ଖାଲି ହେବା ଥୟ ଆମେ ଗାଁକୁ ଯିବା ପୂର୍ବରୁ ସେଠାକାର ସ୍ଥାନୀୟ ଜନ ପ୍ରତିନିଧ୍, ସରପଞ୍ଚ, ଅଙ୍ଗନବାଡ଼ି ଦିଦି, ଆଶା ଦିଦି ଓ ଏଏନ୍ଏମ୍‌ମାନଙ୍କ ସହଯୋଗ ଲୋଡୁଛୁ। ଗାଁକୁ ଦୁଇ ତିନି ଦିନ ଯାଇ ଲୋକଙ୍କ ମାନସିକତା ପରଖା ଯାଉଛି। ତା’ ପରେ ଭେକ୍‌ସିନେସନ୍ କିମ୍ବା ଆଣ୍ଟିଜେନ୍ ପରୀକ୍ଷା ପାଇଁ ରଣନୀତି ଆପଣାଯାଉଛି। କରୋନାର ପ୍ରଥମ ଲହର ଆରମ୍ଭରେ ଯେତେବେଳେ ପଦ୍ମପୁର ଅଞ୍ଚଳକୁ ପ୍ରବାସୀ ଶ୍ରମିକଙ୍କ ଆଗମନ ଆରମ୍ଭ ହେଲା ସେବେଠାରୁ ଅରୁଣ ଏହାର ଦାୟିତ୍ୱରେ। ଫେରୁଥିବା ପ୍ରବାସୀଙ୍କ ଥର୍ମାଲ ସ୍କିମିଂ କରିବା ହେଉ କି କୋଭିଡ ଟେଷ୍ଟି କରିବା ସେମାନେ ରହିଥିବା ବିଭିନ୍ନ ଟିଏମ୍‌ସି କୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିବା, ଘରୋଇ ସଙ୍ଗରୋଧରେ ଥିବା କୋରନା ସଂକ୍ରମିତ ରୋଗୀଙ୍କ ଘରକୁ ଯାଇ ସେମାନଙ୍କ ଚିକିତ୍ସା କରିବା କାମରେ ସେ ନିୟୋଜିତ ଥିଲେ । ଡାକ୍ତରୀ ପରାମର୍ଶ ଦେବା ସହ ପୁରା ପରିବାରକୁ କାଉନ୍‌ସିଲିଂ କରୁଛନ୍ତି। କେବଳ ଆୟୁଷ ଡାକ୍ତର ଭାବେ ନୁହେଁ; ଖାଲି ସମୟରେ ଘରକୁ ଆସୁଥିବା ବିଭିନ୍ନ ରୋଗୀଙ୍କୁ ବିନା ପାରିଶ୍ରମିକରେ ସେ ଚିକିତ୍ସା କରିଆସୁଛନ୍ତି। ଗୁରୁତ୍ଵର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଯଦି ଜିଲ୍ଲା ବାହାରକୁ ଯିବାକୁ ପଡ଼େ, ତାହାହେଲେ ଜିଲ୍ଲା ପଦାଧିକାରୀମାନଙ୍କ ସହ ଯୋଗାଯୋଗ କରି ବାହାରକୁ ଯିବାର ବ୍ୟବସ୍ଥା ମଧ୍ୟ କରି ଦେଉଛନ୍ତି ଅରୁଣ |

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର