ଦୁଇହଜାର ଲୋକଙ୍କ ‘ଆଶା’ ଅହଲ୍ୟା

The Sakala Picture
Published On

ଖପ୍ରାଖୋଲ: କରୋନା ସଂକ୍ରମଣ କମିଛି। ତଥାପି ଆମକୁ ସଜାଗ ରହିବାକୁ ହେବ। ଥଣ୍ଡା, କାଶ, ଜ୍ଵର ହେଲେ ସଙ୍ଗରୋଧରେ ରହିବାକୁ ପଡ଼ିବ। ପରିବାର ଓ ସମାଜର ସୁରକ୍ଷା ପାଇଁ ଏଭଳି କଠିନ ପଦକ୍ଷେପ ହିଁ ଏକାନ୍ତ ଜରୁରୀ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲୋଇ ପଞ୍ଚାୟତରେ ସକାଳୁ ସକାଳୁ ଡାକବାଜିରୁ ଏମିତି ସଚେତନତାର ବାର୍ତ୍ତା ଶୁଭୁଛି । ଆଶା ଦିଦି ଅହଲ୍ୟା ଧରୁଆ ପଡ଼ାରୁ ପଡ଼ା ବୁଲି ଲୋକମାନଙ୍କୁ ସଚେତନ କରିବାରେ ଲାଗିଛନ୍ତି। ଏବେ ଆଖପାଖ ଗାଁରେ, […]

ଖପ୍ରାଖୋଲ: କରୋନା ସଂକ୍ରମଣ କମିଛି। ତଥାପି ଆମକୁ ସଜାଗ ରହିବାକୁ ହେବ। ଥଣ୍ଡା, କାଶ, ଜ୍ଵର ହେଲେ ସଙ୍ଗରୋଧରେ ରହିବାକୁ ପଡ଼ିବ। ପରିବାର ଓ ସମାଜର ସୁରକ୍ଷା ପାଇଁ ଏଭଳି କଠିନ ପଦକ୍ଷେପ ହିଁ ଏକାନ୍ତ ଜରୁରୀ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲୋଇ ପଞ୍ଚାୟତରେ ସକାଳୁ ସକାଳୁ ଡାକବାଜିରୁ ଏମିତି ସଚେତନତାର ବାର୍ତ୍ତା ଶୁଭୁଛି । ଆଶା ଦିଦି ଅହଲ୍ୟା ଧରୁଆ ପଡ଼ାରୁ ପଡ଼ା ବୁଲି ଲୋକମାନଙ୍କୁ ସଚେତନ କରିବାରେ ଲାଗିଛନ୍ତି। ଏବେ ଆଖପାଖ ଗାଁରେ, ସମସ୍ତଙ୍କ ମୁହଁରେ ଅହଲ୍ୟାଙ୍କ ପ୍ରଶଂସା। ଯେଉଁଠି ସାମାନ୍ୟ ଥଣ୍ଡା, କାଶ, ଜ୍ଵରରେ ପରିବାର ଲୋକ ପାଖ ପଶୁନାହାନ୍ତି, ସେତେବେଳେ ଅହଲ୍ୟା ଯାଇ ସେମାନଙ୍କ ପାଖରେ ଠିଆ ହେଉଛନ୍ତି। ସଚେତନ କରାଇବା ସହ ଔଷଧ ଖାଇବା ପାଇଁ କହୁଛନ୍ତି। ସଂଗରୋଧରେ ରହୁଥିବା ରୋଗୀଙ୍କୁ ମାନସିକସ୍ତରରେ ମଜଭୁତ କରିବା ପାଇଁ ବିଭିନ୍ନ ଉପାୟ ବତାଉଛନ୍ତି। ଯୋଗ ପ୍ରାଣାୟାମ ସହ କିପରି ସକରାତ୍ମକ ଚିନ୍ତା ସେମାନଙ୍କୁ କରୋନା ଭଳି ମହାକାରୀ ସହ ଲଢ଼ିବାକୁ ଶକ୍ତି ଦେବ ସେସବୁ ବି ବୁଝାଉଛନ୍ତି। ରେଙ୍ଗାଲି, କୁଲିହାମୁଣ୍ଡା, ନାଗରା ଗାଁ ଦାୟିତ୍ବରେ ଥିବା ଅହଲ୍ୟାଙ୍କ ମୁଣ୍ଡରେ ୨୦୦୦ ଲୋକଙ୍କ ଭାର | କରୋନା ସମୟରେ ଲୋକମାନେ କିପରି ସୁସ୍ଥ ରହିବେ ସେଥ୍ପାଇଁ ଘରଘର ବୁଲି ପ୍ରତିଟି ଲୋକଙ୍କ ତଥ୍ୟ ସଂଗ୍ରହ କରିବା, ମାସ୍କ ଓ ସାନିଟାଇଜର ବ୍ୟବହାର ବାବାଦରେ ଲୋକଙ୍କୁ ବୁଝାଇବା, ସାମାଜିକ ଦୂରତ୍ବ ରଖୁବା ପାଇଁ ଲୋକଙ୍କୁ ସଚେତନ କରିବା ଭଳି କାମ କରୁଛନ୍ତି। ଗର୍ଭବତୀ ଓ ପ୍ରସୂତିଙ୍କ ସ୍ଵାସ୍ଥ୍ୟ ପରୀକ୍ଷା , ଟିକାକରଣ ସୁବିଧା, ସରକାରୀ ଯୋଜନା, ନବଜାତ ଶିଶୁଙ୍କ ଯତ୍ନ, ଯକ୍ଷ୍ମା ପାଇଁ ଔଷଧ ମିଳୁଛି କି ନାହିଁ ସେସବୁ କଥା ବି ବୁଝୁଛନ୍ତି ଅହଲ୍ୟା | ସେ କହନ୍ତି କରୋନା ଯୋଗୁଁ ଦାୟିତ୍ଵ ଆହୁରି

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ବଢ଼ିଯାଇଛି। ଆମେ ଲୋକଙ୍କ ସେବା ପାଇଁ ନିୟୋଜିତ। ସରକାର ଆମ ଉପରେ ଆସ୍ଥା ରଖ୍ ଏତେ ବଡ ଗୁରୁ ଦାୟିତ୍ୱ ଦେଇଛନ୍ତି। ତେଣୁ ଏହାକୁ ଏଡ଼ାଇଯିବା ସମ୍ଭବ ନୁହେଁ। ଏମିତିରେ ଆମେ ଯାହା କରୁଥିଲୁ ସେସବୁ ତ କରୁଛୁ କେବଳ କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଓ ସଙ୍ଗରୋଧ ରହୁଥିବା ଲୋକଙ୍କ ଉପରେ ନଜର ରଖିବା ଭଳି କାମ ମିଳିଛି। ପାରିବାରିକ ସ୍ଥିତି ଓ ଆର୍ଥିକ ଅନଟନକୁ ଏଡ଼ାଇଦେଇ ଲୋକଙ୍କ ପାଖରେ ସେବା ପାଇଁ ଛିଡାହେବାର ସଂକଳ୍ପ ନେଇଥବା ଆଶାଦିଦି ଅହଲ୍ୟାଙ୍କ ଘର ଖପ୍ରାଖୋଲ ବ୍ଲକ ଅର୍ନ୍ତଗତ ରେଙ୍ଗାଲି ଗ୍ରାମରେ। ବେଶୀ ପାଠ ପଢ଼ି ନଥିଲେ ବି ଅହଲ୍ୟାଙ୍କ ଅଭିଜ୍ଞତା ତାଙ୍କୁ କରୋନା ଭଳି ଗୁରୁଦାୟିତ୍ୱକୁ ଭଲ କରି ତୁଲାଇବାରେ ସାହାଯ୍ୟ କରିଛି। ୨୦୦୬ ମସିହାରେ ଆଶାଦିଦି ଭାବରେ ପ୍ରଥମ କରି ରେଙ୍ଗାଲି ପଞ୍ଚାୟତରୁ କାମ ଆରମ୍ଭ କରିଥିଲେ ଅହଲ୍ୟା | ସେବେଠାରୁ ରେଙ୍ଗାଲି, କୁଲିହାମୁଣ୍ଡା, ନାଗରା, ଓ ବେହେରାପାଣି ଗାଁଲୋକଙ୍କ ପାଇଁ ଅହଲ୍ୟା କାମ କରି ଆସୁଛନ୍ତି। ଏସବୁ ଭିତରେ ପରିବାର ଲୋକେ ଯେପରି ସଂକ୍ରମିତ ନ ହୁଅନ୍ତି ସେଥ୍ପ୍ରତି ବିଶେଷ ସାବଧାନ ରହି ନିଜକୁ ସଙ୍ଗରୋଧ ରଖୁଛନ୍ତି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

ଅହଲ୍ୟା କହନ୍ତି କରୋନା ନିୟମ ମାନି ଲୋକଙ୍କ ସହିତ ମିଶୁଛି। ଦରକାର ବେଳେ ଅବୁଝା ଲୋକମାନଙ୍କୁ ହାତଧରି ଔଷଧ ବାବଦରେ ବୁଝାଇବାକୁ ପଡ଼ୁଛି। ସଂକ୍ରମିତ ଥିବା ଲୋକଙ୍କ ଘରକୁ ଯାଇ ବେଳେ ଔଷଧ ଖୁଆଇ ଆସିବାକୁ ପଡୁଛି। କେବଳ ସେତିକି ନୁହେଁ ସେ । ନିରାଶ୍ରିତ ପରିବାର ପାଖରେ ପହଞ୍ଚି ସେମାନଙ୍କ ସେବା ମଧ୍ୟ କରୁଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଧାନରେ କଟନୀ ଛଟନୀ ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆସନ୍ତା ୧୬ରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp