ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍, ଆଗକୁ ସୁଧୁରିବ ସ୍ଥିତି- ଡିଏମଇଟି 

The Sakala Picture
Published On

ଭୁବନେଶ୍ୱର: ଏବେ ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍। ଯେହେତୁ ଗତ ୫ ଦିନ ହେଲା ଗୋଟିଏ ଲେବଲରେ ରହୁଛି, ତେଣୁ ଏହାକୁ ସମାନ୍ତରାଳ ସ୍ଥିତି ବୋଲି କୁହାଯାଉଛି । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା ରହିଛି ବୋଲି କହିଛନ୍ତି ଡିଏମଇଟି  ନିର୍ଦ୍ଦେଶକ। ପ୍ଲାଟୋ ଷ୍ଟେଜରେ ଥିବା ଏହି ଭାଇରସ୍ ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି। ପଜିଟିଭ ସଂଖ୍ୟା […]

ଭୁବନେଶ୍ୱର: ଏବେ ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍। ଯେହେତୁ ଗତ ୫ ଦିନ ହେଲା ଗୋଟିଏ ଲେବଲରେ ରହୁଛି, ତେଣୁ ଏହାକୁ ସମାନ୍ତରାଳ ସ୍ଥିତି ବୋଲି କୁହାଯାଉଛି । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା ରହିଛି ବୋଲି କହିଛନ୍ତି ଡିଏମଇଟି  ନିର୍ଦ୍ଦେଶକ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ପ୍ଲାଟୋ ଷ୍ଟେଜରେ ଥିବା ଏହି ଭାଇରସ୍ ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି। ପଜିଟିଭ ସଂଖ୍ୟା ଏହିପରି ଜାରି ରହିବ ବୋଲି ଆଶା କରାଯାଉଛି। ସେପଟେ ଟିକା ନେବା ପରେ ଯଦି ଅଧିକ ଦିନ ଯାଏ ଜ୍ୱର ଛାଡ଼ୁନି, ତାହେଲେ ଏହାର ବିଭିନ୍ନ କାରଣ ହୋଇପାରେ। ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି। ମାତ୍ର ଆମର ଅନେକ ବେଡ୍‌ ଅଛି। ବେଡ୍‌ର ମାତ୍ର ୨୫ରୁ ୩୦ ପ୍ରତିଶତ ବ୍ୟବହାର ହେଉଛି । ଆଗକୁ ଯଦି ପରିସଂଖ୍ୟାନ ବଢେ, ସେହି ଅନୁପାତରେ ଭେଣ୍ଟିଲେଟର ବି ବଢ଼ାଯିବ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେପଟେ ଦୁଇ ୩ ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ହସ୍ପିଟାଲରେ ବେଡ୍‌ ଫିଲଅପ ହୋଇଯାଉଛି, ଅନ୍ୟ ଜିଲ୍ଲାକୁ ରୋଗୀମାନଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶ୍ରତ ବେଡ୍‌ ଖାଲି ରହିଛି। ଓଡିଶା ହେଉଛି ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଅକ୍ସିଜେନ ଅଭାବ ନରହିବା ପାଇଁ ସବୁ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିର ମୁକାବିଲା ପାଇଁ ବେଡ୍‌, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ମହଜୁଦ ଅଛି । ରାଜ୍ୟରେ ଯାହା ଟିକା ପହଞ୍ଚିବ ତାକୁ ଲୋକମାନଙ୍କୁ ଦେବା ପାଇଁ ଆମର ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର