ହୋଟେଲରେ ମିଳିବ କରୋନା ଚିକିତ୍ସା

The Sakala Picture
Published On

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିଚାଲିଛି। ଏଥିପାଇଁ ବର୍ତ୍ତମାନ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ବୃଦ୍ଧି ଉପରେ ବିଏମ୍‍ସି ଗୁରୁତ୍ୱ ଦେଇଛି। ଏହି କ୍ରମରେ ଶନିବାର ବିଏମ୍‍ସି କମିସନର ସଞ୍ଜୟ ସିଂ ସହରର ଘରୋଇ ହସ୍ପିଟାଲ୍‍ ଓ ବିଭିନ୍ନ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍‍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କମିସନର ଶ୍ରୀ ସିଂ ହୋଟେଲଗୁଡିକରେ ଆଇସୋଲେସନ ବେଡ୍‍ ସୃଷ୍ଟି କରିବା ପାଇଁ ହୋଟେଲ ମାଲିକଙ୍କୁ କହିଛନ୍ତି। ହୋଟେଲ ମାଲିକମାନେ ମଧ୍ୟ କମିସନରଙ୍କ […]

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିଚାଲିଛି। ଏଥିପାଇଁ ବର୍ତ୍ତମାନ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ବୃଦ୍ଧି ଉପରେ ବିଏମ୍‍ସି ଗୁରୁତ୍ୱ ଦେଇଛି। ଏହି କ୍ରମରେ ଶନିବାର ବିଏମ୍‍ସି କମିସନର ସଞ୍ଜୟ ସିଂ ସହରର ଘରୋଇ ହସ୍ପିଟାଲ୍‍ ଓ ବିଭିନ୍ନ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍‍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କମିସନର ଶ୍ରୀ ସିଂ ହୋଟେଲଗୁଡିକରେ ଆଇସୋଲେସନ ବେଡ୍‍ ସୃଷ୍ଟି କରିବା ପାଇଁ ହୋଟେଲ ମାଲିକଙ୍କୁ କହିଛନ୍ତି। ହୋଟେଲ ମାଲିକମାନେ ମଧ୍ୟ କମିସନରଙ୍କ ଏହି କଥାରେ ସକାରାତ୍ମକ ମତ ଦେବା ସହ ତାଙ୍କ କଥାକୁ ସ୍ୱାଗତ କରିଛନ୍ତି। ଏଭଳି ସମୟରେ ସମସ୍ତେ ଏକ ହୋଇ କରୋନା ବିରୋଧରେ ଲଢ଼େଇ କଲେ ଭୁତାଣୁ ହାରିବ ବୋଲି ମତ ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ହୋଟେଲଗୁଡିକୁ ହସ୍‍ପିଟାଲଗୁଡ଼ିକ ସହଯୋଗ କରିବେ। ଯାହାଦ୍ୱାରା ହୋଟେଲ ଗୁଡିକରେ ବି ଅକ୍ସିଜେନ୍‍ ବେଡ୍‍ ରହିପାରିବ। ଏଠାରେ କମ୍‍ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇପାରେ ବୋଲି କମିସନର କହିଛନ୍ତି। ଏହା ସହିତ ଯଦି ହୋଟେଲରେ ରହି ଚିିକିତ୍ସିତ ହେଉଥିବା କୌଣସି ଲୋକଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ ତେବେ ତାଙ୍କ ସମ୍ପୃକ୍ତ ହସପିଟାଲକୁ ସ୍ଥାନନ୍ତରିତ କରାଯିବ। ଏଥିପାଇଁ ବିଭିନ୍ନ ହୋଟେଲ ଓ ହସ୍ପିଟାଲ୍‍ ମଧ୍ୟରେ ଟାଇ-ଅଫ୍‍ କରାଯିବ। ତେବେ ଆପୋଲ୍‍ ହସ୍ପିଟାଲ୍‍ ଅନ୍ୟ ରାଜ୍ୟରେ ଏହି ବ୍ୟବସ୍ଥାରେ ଜଡ଼ିତ ଅଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିବା ବେଳେ, ଏଠାରେ ବି ସମାନ ପନ୍ଥା ଆପଣାଇବା ପାଇଁ କୌଣସି ସମସ୍ୟା ହେବନାହିଁଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ଏଥିପାଇଁ ହୋଟେଲଗୁଡ଼ିକ ନିଜନିଜ ପସନ୍ଦର ହସ୍ପିଟାଲ୍‍ ସହିତ ଟାଇ ଅଫ କରିବେ। ଦୁଇ ସଂସ୍ଥା ମଧ୍ୟରେ ବିଏମସି ସେତୁ ଭଳି କାର୍ଯ୍ୟ କରିବ। ଏହି ସୁବିଧା ଉପଲବ୍ଧ ହେବ ପରେ ଲୋକମାନେ ନିଜ ଇଚ୍ଛା ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଦେୟ ଦେଇ ଏଠାରେ ଚିକିତ୍ସା ପାଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର