ହୋଟେଲରେ ମିଳିବ କରୋନା ଚିକିତ୍ସା

The Sakala Picture
Published On

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିଚାଲିଛି। ଏଥିପାଇଁ ବର୍ତ୍ତମାନ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ବୃଦ୍ଧି ଉପରେ ବିଏମ୍‍ସି ଗୁରୁତ୍ୱ ଦେଇଛି। ଏହି କ୍ରମରେ ଶନିବାର ବିଏମ୍‍ସି କମିସନର ସଞ୍ଜୟ ସିଂ ସହରର ଘରୋଇ ହସ୍ପିଟାଲ୍‍ ଓ ବିଭିନ୍ନ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍‍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କମିସନର ଶ୍ରୀ ସିଂ ହୋଟେଲଗୁଡିକରେ ଆଇସୋଲେସନ ବେଡ୍‍ ସୃଷ୍ଟି କରିବା ପାଇଁ ହୋଟେଲ ମାଲିକଙ୍କୁ କହିଛନ୍ତି। ହୋଟେଲ ମାଲିକମାନେ ମଧ୍ୟ କମିସନରଙ୍କ […]

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିଚାଲିଛି। ଏଥିପାଇଁ ବର୍ତ୍ତମାନ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ବୃଦ୍ଧି ଉପରେ ବିଏମ୍‍ସି ଗୁରୁତ୍ୱ ଦେଇଛି। ଏହି କ୍ରମରେ ଶନିବାର ବିଏମ୍‍ସି କମିସନର ସଞ୍ଜୟ ସିଂ ସହରର ଘରୋଇ ହସ୍ପିଟାଲ୍‍ ଓ ବିଭିନ୍ନ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍‍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କମିସନର ଶ୍ରୀ ସିଂ ହୋଟେଲଗୁଡିକରେ ଆଇସୋଲେସନ ବେଡ୍‍ ସୃଷ୍ଟି କରିବା ପାଇଁ ହୋଟେଲ ମାଲିକଙ୍କୁ କହିଛନ୍ତି। ହୋଟେଲ ମାଲିକମାନେ ମଧ୍ୟ କମିସନରଙ୍କ ଏହି କଥାରେ ସକାରାତ୍ମକ ମତ ଦେବା ସହ ତାଙ୍କ କଥାକୁ ସ୍ୱାଗତ କରିଛନ୍ତି। ଏଭଳି ସମୟରେ ସମସ୍ତେ ଏକ ହୋଇ କରୋନା ବିରୋଧରେ ଲଢ଼େଇ କଲେ ଭୁତାଣୁ ହାରିବ ବୋଲି ମତ ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ହୋଟେଲଗୁଡିକୁ ହସ୍‍ପିଟାଲଗୁଡ଼ିକ ସହଯୋଗ କରିବେ। ଯାହାଦ୍ୱାରା ହୋଟେଲ ଗୁଡିକରେ ବି ଅକ୍ସିଜେନ୍‍ ବେଡ୍‍ ରହିପାରିବ। ଏଠାରେ କମ୍‍ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇପାରେ ବୋଲି କମିସନର କହିଛନ୍ତି। ଏହା ସହିତ ଯଦି ହୋଟେଲରେ ରହି ଚିିକିତ୍ସିତ ହେଉଥିବା କୌଣସି ଲୋକଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ ତେବେ ତାଙ୍କ ସମ୍ପୃକ୍ତ ହସପିଟାଲକୁ ସ୍ଥାନନ୍ତରିତ କରାଯିବ। ଏଥିପାଇଁ ବିଭିନ୍ନ ହୋଟେଲ ଓ ହସ୍ପିଟାଲ୍‍ ମଧ୍ୟରେ ଟାଇ-ଅଫ୍‍ କରାଯିବ। ତେବେ ଆପୋଲ୍‍ ହସ୍ପିଟାଲ୍‍ ଅନ୍ୟ ରାଜ୍ୟରେ ଏହି ବ୍ୟବସ୍ଥାରେ ଜଡ଼ିତ ଅଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିବା ବେଳେ, ଏଠାରେ ବି ସମାନ ପନ୍ଥା ଆପଣାଇବା ପାଇଁ କୌଣସି ସମସ୍ୟା ହେବନାହିଁଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଏଥିପାଇଁ ହୋଟେଲଗୁଡ଼ିକ ନିଜନିଜ ପସନ୍ଦର ହସ୍ପିଟାଲ୍‍ ସହିତ ଟାଇ ଅଫ କରିବେ। ଦୁଇ ସଂସ୍ଥା ମଧ୍ୟରେ ବିଏମସି ସେତୁ ଭଳି କାର୍ଯ୍ୟ କରିବ। ଏହି ସୁବିଧା ଉପଲବ୍ଧ ହେବ ପରେ ଲୋକମାନେ ନିଜ ଇଚ୍ଛା ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଦେୟ ଦେଇ ଏଠାରେ ଚିକିତ୍ସା ପାଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର