କରୋନାର ସ୍ଥିତି ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, ରାଜ୍ୟରେ କମୁଛି ପଜିଟିଭ ହାର

The Sakala Picture
Published On

ରାଜ୍ୟରେ କରୋନାର ସ୍ଥିତି ନେଇ ଏସିଏସଙ୍କ ପ୍ରେସମିଟ୍ । ରାଜ୍ୟରେ ଧିରେ ଧିରେ ପଜିଟିଭ୍ ହାର ଖସିବାରେ ଲାଗିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟର ୯ଟି ଜିଲ୍ଲାରୁ ଆସୁଛି ୬୦ ପ୍ରତିଶତ ମାମଲା। କିନ୍ତୁ ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ୍‌ ରେଟ୍‌ କମୁଛି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ […]

ରାଜ୍ୟରେ କରୋନାର ସ୍ଥିତି ନେଇ ଏସିଏସଙ୍କ ପ୍ରେସମିଟ୍ । ରାଜ୍ୟରେ ଧିରେ ଧିରେ ପଜିଟିଭ୍ ହାର ଖସିବାରେ ଲାଗିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟର ୯ଟି ଜିଲ୍ଲାରୁ ଆସୁଛି ୬୦ ପ୍ରତିଶତ ମାମଲା। କିନ୍ତୁ ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ୍‌ ରେଟ୍‌ କମୁଛି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ୍ ହାର କମିବାରେ ଲାଗିଛି। ୫ଟି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ୍ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ୍ ଆଇସିୟୁ ବେଡ୍ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ୍ ଅର୍ଡର ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

ହେଲେ ରାଜ୍ୟରେ ୬୭ ମେଟ୍ରିକ୍ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ରାଜ୍ୟକୁ ପ୍ରର୍ଯ୍ୟାପ୍ତ ମରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଆସିଛି। ଆଜି ସିଧାସଳଖ ଚୀନ୍‌ରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ୍‌। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇଛି ବୋଲି ଏସିଏସ୍‌ କହିଛନ୍ତି। ଏବେ ଭାରତରେ ବ୍ଲାକ୍‌ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ୍ ଫଙ୍ଗସ କେସ୍ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ସେପଟେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ସୁରକ୍ଷାକୁ ଆଖି ଆଗରେ ରଖି ୭୦୦ ଡାକ୍ତର ଫିଲ୍ଡିରେ ନିୟୋଜିତ ହୋଇଛନ୍ତି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ଆଗାମି ଦିନ ପାଇଁ ତୟାର ଅଛନ୍ତି ୩ ହଜାର ୮୦୦ ସ୍ୱାସ୍ଥ୍ୟକର୍ମୀ। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଯୋରଦାର କରାଯାଇଛି। ଏବେ ସୁଦ୍ଧା ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଶତ ପ୍ରତିଶତ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଟିକା ନେଇ ସାରିଛନ୍ତି। ୪୫ ବର୍ଷରୁ ଉର୍ଦ୍ଧ ୪୧ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ୧୧ଟି ଟାଉନରେ ସାବାଳକଙ୍କ ପାଇଁ ଟିକା ବ୍ୟବସ୍ଥା ଜୋରଦାର କରାଯାଉଛି। ରାଜ୍ୟରେ ଭ୍ୟାକସିନ୍ ଓ୍ୱେଷ୍ଟେଜ୍ ମାଇନସ୍ ୪ ପ୍ରତିଶତରେ ପହଞ୍ଚିଛି। ଏହା ଦ୍ୱାରା ୨ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଆହୋଇଛି। ଗ୍ଲୋବାଲ୍ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ୍ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ।

ସାଇକ୍ଲୋନ୍ ସମୟରେ କୋଭିଡ୍ ଚିକିତ୍ସାରେ ସମସ୍ୟା ହୋଇନି ବୋଲି ଏସିଏସ୍‌ କହିଛନ୍ତି। ବାଲେଶ୍ୱରରେ କିଛି ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ୍‌ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ ଅଟେ ବୋଲି କୁହାଯାଇଛି। ଆଗକୁ ଆସୁଛି ରଜ ଓ ସାବିତ୍ରୀ। ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ବଜାରଘାଟ ଆସୁଥିବା ଲୋକ ଭିଡ ଜମାଇବା ଉଚିତ୍ ନୁହେଁ ସେ କହିଛନ୍ତି। ସେପଟେ ତୃତୀୟ ଲହର ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର। ହସ୍ପିଟାଲର ଭିତ୍ତିଭୂମି ଉପରେ ଫୋକସ୍ କରାଯାଇଛି। ମାସେ ଦି ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ RT-PCR ଲ୍ୟାବ ହେବ ବୋଲି ସୂଚନା ଦେଇଛନ୍ତି ଏସିଏସ।

30 May 2021 By The Sakala

କରୋନାର ସ୍ଥିତି ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, ରାଜ୍ୟରେ କମୁଛି ପଜିଟିଭ ହାର

ରାଜ୍ୟରେ କରୋନାର ସ୍ଥିତି ନେଇ ଏସିଏସଙ୍କ ପ୍ରେସମିଟ୍ । ରାଜ୍ୟରେ ଧିରେ ଧିରେ ପଜିଟିଭ୍ ହାର ଖସିବାରେ ଲାଗିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟର ୯ଟି ଜିଲ୍ଲାରୁ ଆସୁଛି ୬୦ ପ୍ରତିଶତ ମାମଲା। କିନ୍ତୁ ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ୍‌ ରେଟ୍‌ କମୁଛି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ୍ ହାର କମିବାରେ ଲାଗିଛି। ୫ଟି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି।

ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ୍ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ୍ ଆଇସିୟୁ ବେଡ୍ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ୍ ଅର୍ଡର ଦିଆଯାଇଛି।

ହେଲେ ରାଜ୍ୟରେ ୬୭ ମେଟ୍ରିକ୍ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ରାଜ୍ୟକୁ ପ୍ରର୍ଯ୍ୟାପ୍ତ ମରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଆସିଛି। ଆଜି ସିଧାସଳଖ ଚୀନ୍‌ରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ୍‌। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇଛି ବୋଲି ଏସିଏସ୍‌ କହିଛନ୍ତି। ଏବେ ଭାରତରେ ବ୍ଲାକ୍‌ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ୍ ଫଙ୍ଗସ କେସ୍ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ୍‌ କହିଛନ୍ତି।

ସେପଟେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ସୁରକ୍ଷାକୁ ଆଖି ଆଗରେ ରଖି ୭୦୦ ଡାକ୍ତର ଫିଲ୍ଡିରେ ନିୟୋଜିତ ହୋଇଛନ୍ତି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ଆଗାମି ଦିନ ପାଇଁ ତୟାର ଅଛନ୍ତି ୩ ହଜାର ୮୦୦ ସ୍ୱାସ୍ଥ୍ୟକର୍ମୀ। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଯୋରଦାର କରାଯାଇଛି। ଏବେ ସୁଦ୍ଧା ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଶତ ପ୍ରତିଶତ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଟିକା ନେଇ ସାରିଛନ୍ତି। ୪୫ ବର୍ଷରୁ ଉର୍ଦ୍ଧ ୪୧ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ୧୧ଟି ଟାଉନରେ ସାବାଳକଙ୍କ ପାଇଁ ଟିକା ବ୍ୟବସ୍ଥା ଜୋରଦାର କରାଯାଉଛି। ରାଜ୍ୟରେ ଭ୍ୟାକସିନ୍ ଓ୍ୱେଷ୍ଟେଜ୍ ମାଇନସ୍ ୪ ପ୍ରତିଶତରେ ପହଞ୍ଚିଛି। ଏହା ଦ୍ୱାରା ୨ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଆହୋଇଛି। ଗ୍ଲୋବାଲ୍ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ୍ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ।

ସାଇକ୍ଲୋନ୍ ସମୟରେ କୋଭିଡ୍ ଚିକିତ୍ସାରେ ସମସ୍ୟା ହୋଇନି ବୋଲି ଏସିଏସ୍‌ କହିଛନ୍ତି। ବାଲେଶ୍ୱରରେ କିଛି ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ୍‌ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ ଅଟେ ବୋଲି କୁହାଯାଇଛି। ଆଗକୁ ଆସୁଛି ରଜ ଓ ସାବିତ୍ରୀ। ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ବଜାରଘାଟ ଆସୁଥିବା ଲୋକ ଭିଡ ଜମାଇବା ଉଚିତ୍ ନୁହେଁ ସେ କହିଛନ୍ତି। ସେପଟେ ତୃତୀୟ ଲହର ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର। ହସ୍ପିଟାଲର ଭିତ୍ତିଭୂମି ଉପରେ ଫୋକସ୍ କରାଯାଇଛି। ମାସେ ଦି ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ RT-PCR ଲ୍ୟାବ ହେବ ବୋଲି ସୂଚନା ଦେଇଛନ୍ତି ଏସିଏସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର