କରୋନା ପାଇଁ ଜାରି ହେଲା ନୂଆ ଗାଇଡଲାଇନ: ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଅଫଲାଇନ୍ ପାଠପଢ଼ା

The Sakala Picture
Published On

ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଏହାର ନୂଆ ଭାରିଆଣ୍ଟ ଓମିକ୍ରନ କ୍ଷୀପ୍ର ଗତିରେ ସଂକ୍ରମଣ ବୃଦ୍ଧି କରୁଛି।   ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯସରକାରଙ୍କ ପକ୍ଷରୁ ଆଗୁଆ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।  ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ପ୍ରେସମିଟ୍ କରି ସୂଚନା ଦେଲେ ଏସଆରସି […]

ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଏହାର ନୂଆ ଭାରିଆଣ୍ଟ ଓମିକ୍ରନ କ୍ଷୀପ୍ର ଗତିରେ ସଂକ୍ରମଣ ବୃଦ୍ଧି କରୁଛି।   ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯସରକାରଙ୍କ ପକ୍ଷରୁ ଆଗୁଆ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।  ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ପ୍ରେସମିଟ୍ କରି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ସେ ଆହୁରି ମଧ୍ଯ କହିଛନ୍ତି ଯେ…

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

-ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

– ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

-୧୦୦ ଲୋକଙ୍କୁ ନେଇ ହେବ ବାହାଘର, ବ୍ରତଘର

-ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

-ବାହାଘର ଏବଂ ରିସେପ୍‌ସନ ଛଡ଼ା ଅନ୍ୟ କାର୍ଯ୍ଯକ୍ରମକୁ ଅନୁମତି ନାହିଁ ।

 -ଶୁଦ୍ଧିକାର୍ଯ୍ଯରେ ୫୦ ଜଣଙ୍କୁ ଅନୁମତି ।

 -ମାଟ୍ରିକ୍‌ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ।

-ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ କ୍ଲାସ ବନ୍ଦ ରହିବ ।

-କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ ।

-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ।

-ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ଯକ୍ରମରେ ୧୦୦ ଲୋକ ରହିପାରିବେ ।

– ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ।

-ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ।

-ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ।

-ପର୍ଯ୍ଯଟନ ସ୍ଥାନରେ ପିକ୍‌ନିକ୍‌ ସଂପୂର୍ଣ୍ଣ ବାରଣ କରାଯାଇଛି ।

-କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ଯକ୍ରମ କରାଯାଇ ପାରିବନି ।

-ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ ।

-ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା; ୫୦% କ୍ଷମତାରେ ଚାଲିବ ।

କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ । ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସରକାର ମିନି କ୍ଲାସ କରିବେ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଏନେଇ କାର୍ଯ୍ଯକ୍ରମ କରାଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

05 Jan 2022 By The Sakala

କରୋନା ପାଇଁ ଜାରି ହେଲା ନୂଆ ଗାଇଡଲାଇନ: ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଅଫଲାଇନ୍ ପାଠପଢ଼ା

ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଏହାର ନୂଆ ଭାରିଆଣ୍ଟ ଓମିକ୍ରନ କ୍ଷୀପ୍ର ଗତିରେ ସଂକ୍ରମଣ ବୃଦ୍ଧି କରୁଛି।   ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯସରକାରଙ୍କ ପକ୍ଷରୁ ଆଗୁଆ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।  ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ପ୍ରେସମିଟ୍ କରି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ସେ ଆହୁରି ମଧ୍ଯ କହିଛନ୍ତି ଯେ…

-ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।

– ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

-୧୦୦ ଲୋକଙ୍କୁ ନେଇ ହେବ ବାହାଘର, ବ୍ରତଘର

-ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

-ବାହାଘର ଏବଂ ରିସେପ୍‌ସନ ଛଡ଼ା ଅନ୍ୟ କାର୍ଯ୍ଯକ୍ରମକୁ ଅନୁମତି ନାହିଁ ।

 -ଶୁଦ୍ଧିକାର୍ଯ୍ଯରେ ୫୦ ଜଣଙ୍କୁ ଅନୁମତି ।

 -ମାଟ୍ରିକ୍‌ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ।

-ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ କ୍ଲାସ ବନ୍ଦ ରହିବ ।

-କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ ।

-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ।

-ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ଯକ୍ରମରେ ୧୦୦ ଲୋକ ରହିପାରିବେ ।

– ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ।

-ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ।

-ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ।

-ପର୍ଯ୍ଯଟନ ସ୍ଥାନରେ ପିକ୍‌ନିକ୍‌ ସଂପୂର୍ଣ୍ଣ ବାରଣ କରାଯାଇଛି ।

-କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ଯକ୍ରମ କରାଯାଇ ପାରିବନି ।

-ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ ।

-ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା; ୫୦% କ୍ଷମତାରେ ଚାଲିବ ।

କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ । ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସରକାର ମିନି କ୍ଲାସ କରିବେ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଏନେଇ କାର୍ଯ୍ଯକ୍ରମ କରାଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର