ଆଦୃତା ଶିଶୁ ସଦନରେ କରୋନା; ୬୦ ଅନ୍ତେବାସୀ ଆକ୍ରାନ୍ତ

The Sakala Picture
Published On

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ହୁ ହୁ ହୋଇ ବଢ଼ୁଛି କରୋନ ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳକୁ ମାଡ଼ି ସାରିଲାଣି ଏହି ଅଦୃଶ୍ୟ ଭୂତାଣୁ । ଏଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ଏହି ଶିଶୁ ସଦନରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଅନୁଷ୍ଠାନର କର୍ମଚାରୀଙ୍କ ସମେତ ମୋଟ୍ ୬୦ ଜଣ ଅନ୍ତେବାସୀଙ୍କୁ କରୋନା କବଳିତ କରିଛି। ଅଧିକାଂଶ ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଥିବାବେଳେ […]

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ହୁ ହୁ ହୋଇ ବଢ଼ୁଛି କରୋନ ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳକୁ ମାଡ଼ି ସାରିଲାଣି ଏହି ଅଦୃଶ୍ୟ ଭୂତାଣୁ । ଏଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ଏହି ଶିଶୁ ସଦନରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଅନୁଷ୍ଠାନର କର୍ମଚାରୀଙ୍କ ସମେତ ମୋଟ୍ ୬୦ ଜଣ ଅନ୍ତେବାସୀଙ୍କୁ କରୋନା କବଳିତ କରିଛି। ଅଧିକାଂଶ ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଥିବାବେଳେ ଗୁରୁତରଙ୍କ ବିଭିନ୍ନ ମେଡିକାଲ୍ରେ ଚିକିତ୍ସା ଚାଲିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସ୍ଵାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଆଦୃତା ଶିଶୁ ସଦନକୁ ମାଡ଼ି ସାରିଛି କରୋନା। ଏଠାରେ ପଜିଟିଭ୍ ଚିହ୍ନଟ ପରେ ସ୍ଵତନ୍ତ୍ର ଭାବେ କୋଭିଡ୍ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨ରୁ ୪ ବର୍ଷ ବୟସର ୨ ଜଣ ଶିଶୁ ରହିଛନ୍ତି । ସେହିପରି ୫ରୁ ୧୧ ବର୍ଷ ମଧ୍ୟରେ ୨୦ ଜଣ ଓ ୧୨ ବର୍ଷରୁ ଊର୍ଦ୍ଧ୍ବ ବସୟର ମୋଟ୍ ୩୮ ଜଣ କରୋନା ପଜିଟିଭ୍ ବାହାରିଥିବା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଘନଶ୍ୟାମ ବେହେରା ପ୍ରକାଶ କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କୁ ଔଷଧ ଦିଆଯାଇଛି। ଅଧିକାଂଶ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବା ବେଳେ ସେମାନେ ସୁସ୍ଥ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡାକ୍ତର ବେହେରା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

13 May 2021 By The Sakala

ଆଦୃତା ଶିଶୁ ସଦନରେ କରୋନା; ୬୦ ଅନ୍ତେବାସୀ ଆକ୍ରାନ୍ତ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ହୁ ହୁ ହୋଇ ବଢ଼ୁଛି କରୋନ ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳକୁ ମାଡ଼ି ସାରିଲାଣି ଏହି ଅଦୃଶ୍ୟ ଭୂତାଣୁ । ଏଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ଏହି ଶିଶୁ ସଦନରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଅନୁଷ୍ଠାନର କର୍ମଚାରୀଙ୍କ ସମେତ ମୋଟ୍ ୬୦ ଜଣ ଅନ୍ତେବାସୀଙ୍କୁ କରୋନା କବଳିତ କରିଛି। ଅଧିକାଂଶ ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଥିବାବେଳେ ଗୁରୁତରଙ୍କ ବିଭିନ୍ନ ମେଡିକାଲ୍ରେ ଚିକିତ୍ସା ଚାଲିଛି।

ସ୍ଵାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଆଦୃତା ଶିଶୁ ସଦନକୁ ମାଡ଼ି ସାରିଛି କରୋନା। ଏଠାରେ ପଜିଟିଭ୍ ଚିହ୍ନଟ ପରେ ସ୍ଵତନ୍ତ୍ର ଭାବେ କୋଭିଡ୍ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨ରୁ ୪ ବର୍ଷ ବୟସର ୨ ଜଣ ଶିଶୁ ରହିଛନ୍ତି । ସେହିପରି ୫ରୁ ୧୧ ବର୍ଷ ମଧ୍ୟରେ ୨୦ ଜଣ ଓ ୧୨ ବର୍ଷରୁ ଊର୍ଦ୍ଧ୍ବ ବସୟର ମୋଟ୍ ୩୮ ଜଣ କରୋନା ପଜିଟିଭ୍ ବାହାରିଥିବା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଘନଶ୍ୟାମ ବେହେରା ପ୍ରକାଶ କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କୁ ଔଷଧ ଦିଆଯାଇଛି। ଅଧିକାଂଶ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବା ବେଳେ ସେମାନେ ସୁସ୍ଥ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡାକ୍ତର ବେହେରା ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର