କରୋନା କଟକଣା, ରାଜ୍ଯରେ ଫିକା ପଡ଼ିବ ହୋଲି
ଭୁବନେଶ୍ବର: ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି। ପୁଣି କରୋନା ଲେଉଟାଣୀ ଦେଇଛି। ତେଣୁ ଏଭଳି ପରିସ୍ଥିତିରେ ହୋଲି ପାଳନ ନେଇ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏନେଇ ଏସଆରସି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ […]
ଭୁବନେଶ୍ବର: ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି। ପୁଣି କରୋନା ଲେଉଟାଣୀ ଦେଇଛି। ତେଣୁ ଏଭଳି ପରିସ୍ଥିତିରେ ହୋଲି ପାଳନ ନେଇ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏନେଇ ଏସଆରସି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ
ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ ନିୟମ ମାନି ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିପାରିବେ। ଏହା ବ୍ୟତୀତ ସର୍ବସାଧାରଣରେ କୌଣସି ପର୍ବ ପାଳନ ହେବନି ବୋଲି କୁହାଯାଇଛି ।






