ଥମୁନି ମୃତ୍ୟୁ: ରାଜ୍ୟରେ କରୋନା ନେଲା ଆଉ ୩୩ ଜୀବନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ […]

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଦେବଗଡ଼, ଯାଜପୁର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୫୪୯କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର