ପାର୍କିଂକୁ ନେଇ ତେଜିଲା ବିବାଦ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକନମ୍ବର ହାଟ ବନ୍ଦ

The Sakala Picture
Published On

ଭୁବନେଶ୍ୱର: ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍‌‌-୧ ମାର୍କେଟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ଭେଣ୍ଡିଂ ଜୋନ୍‌‌ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ପରେ ଉଭୟ ପକ୍ଷରୁ ଥାନା ସାମ୍ନାରେ ଧାରଣା ଦେଇଥିଲେ। ଏହାପର ଠାରୁ ୟୁନିଟ୍‌‌-୧ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦରହିଛି। ଫଳରେ ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବା ଲୋକେ ହଟହଟା […]

ଭୁବନେଶ୍ୱର: ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍‌‌-୧ ମାର୍କେଟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ଭେଣ୍ଡିଂ ଜୋନ୍‌‌ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ପରେ ଉଭୟ ପକ୍ଷରୁ ଥାନା ସାମ୍ନାରେ ଧାରଣା ଦେଇଥିଲେ। ଏହାପର ଠାରୁ ୟୁନିଟ୍‌‌-୧ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦରହିଛି। ଫଳରେ ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବା ଲୋକେ ହଟହଟା ହୋଇ ଫେରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ୟୁନିଟ-୧ ମାର୍କେଟ ବାହାରେ ଭୂତଳ ମାର୍କେଟ ନିକଟସ୍ଥ ଫୁଟ୍‌‌ପାଥରେ ଉଠାଦୋକାନୀମାନେ ଦୋକାନ ଖୋଲିଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟା ବେଳକୁ ଉକ୍ତ ଫୁଟପାଥ୍‌‌ରେ ସ୍ଥାୟୀ ଦୋକାନୀମାନଙ୍କ ପକ୍ଷରୁ ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟପକ୍ଷ ନିଜ ନିଜର ଯୁକ୍ତି ବାଢ଼ିଥିଲେ। ପରେ ଉଭୟ ପକ୍ଷରୁ ଥାନା ଘେରାଉ କରିବାରୁ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା। ପୁଲିସ ଉପସ୍ଥିତିରେ ବିଏମ୍‌‌ସି ଏବଂ ଉଭୟପକ୍ଷ ସହ ଆଲୋଚନା ହେବ ବୋଲି କୁହାଯିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ଏହାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ୟୁନିଟ୍‌‌-୧ର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଭଭୟପକ୍ଷ ନିଜ ଜିଦ୍‌‌ରେ ଅଟଳ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

୧୨ଶହ ସ୍ଥାୟୀ ଦୋକାନ, ଶହେ ଉଠାଦୋକାନ ବନ୍ଦ
ପାର୍କିଂକୁ ନେଇ ଚାଲିଥିବା ବିବାଦ ଯୋଗୁଁ ୟୁନିଟ୍‌‌-୧ର ୧୨ଶହରୁ ଅଧିକ ସ୍ଥାୟୀ ଦୋକାନ ବନ୍ଦ ରହିଛି। ସେହିପରି ପ୍ରାୟ ଶହେରୁ ଅଧିକ ଉଠାଦୋକାନୀ ସେମାନଙ୍କ ପାଲ ଉଠାଇ ନାହାନ୍ତି। ପରିବା, ଖାଦ୍ୟସାମଗ୍ରୀ, ପୋଷାକ ଦୋକାନ ଏବଂ ଭେଣ୍ଡିଂ ଜୋନରେ ଥିବା ଦୋକାନଗୁଡ଼ିକ ବନ୍ଦରହିଛି। ଦୋକାନୀମାନେ ମେଳି ହୋଇ ନିଜ ନିଜ ସ୍ଥାନରେ ବସିରହିଛନ୍ତି। ଫଳରେ ଲୋକଙ୍କୁ ହଟହଟା ହୋଇ ଫେରିଯିବାକୁ ପଡ଼ିଛି। ତେବେ ୟୁନିଟ୍‌‌-୧ କେବେ ଖୋଲିବ ସେନେଇ କିଛି ସମାଧାନ ବାହାରି ନ ପାରିବାରୁ ଚିନ୍ତାରେ ଉଭୟ ଦୋକାନୀ ଏବଂ ଗ୍ରାହକ। ରାଜଧାନୀର ଦୈନିନ ହାଟ ବ୍ୟବସାୟ ସଂଘର କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି ପାର୍କିଂ ପାଇଁ ଆମେ ବିଏମ୍‌‌ସି ସହ ଆଲୋଚନା କରିଥିଲୁ। ବିଏମ୍‌‌ସି ଫୁଟ୍‌‌ପାଥକୁ ପାର୍କିଂ ପାଇଁ ଖୋଲିଦେବ ବୋଲି କହିଥିଲା। ହେଲେ ପ୍ରତିଶ୍ରୁତି ପୂରଣ ନ କରିବାରୁ ଆମେ ବାଧ୍ୟ ହୋଇ ଏଠାରେ ପାର୍କିଂ କରିଛି। ଅନ୍ୟପକ୍ଷରେ ୟୁନିଟ୍‌‌-୧ ଫ୍ରୁଟ୍‌‌ସ୍‌‌ ଭେଣ୍ଡି ଜୋନର ସାଧାରଣ ସମ୍ପାଦକ ସୂର୍ଯ୍ୟମଣୀ ସାହୁ କହିଛନ୍ତି ଏଠାରେ ୧୭ ବର୍ଷ ହେଲା ଭେଣ୍ଡିଂ ଜୋନ୍‌‌ ରହିଛି। ଉଠା ଦୋକାନୀମାନଙ୍କର ଟ୍ରେଡ୍‌‌ ଲାଇସେନ୍ସ ରହିଥିଲା ବେଳେ ଗ୍ରାଉଣ୍ଡ ରେଣ୍ଟ ଦେଉଛନ୍ତି।

୧୦୦ ଟଙ୍କାର ପରିବାକୁ ହଜାରେ ଟଙ୍କା ଜରିମାନା
ୟୁନିଟ୍‌‌-୧ ମାର୍କେଟରେ ପାର୍କିଂର ପର୍ଯ୍ୟାପ୍ତ ସୁବିଧା ନାହିଁ। ଫଳରେ ଏଠାକୁ ଆସୁଥିବା ଗ୍ରାହକମାନେ ରାସ୍ତା କଡ଼ରେ ଗାଡ଼ି ରଖି ଚାଲିଯାଉଛନ୍ତି। ମାତ୍ର ଶହେ ଟଙ୍କାର ପରିବା କିଣୁଥିଲା ବେଳେ ବେଆଇନ୍‌‌ ପାର୍କିଂ ଯୋଗୁଁ ହଜାରେ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ମୋବାଇଲକୁ ମେସେଜ୍‌‌ ଆସିଯାଉଛି। ଫଳରେ ଗ୍ରାହକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ଧୀରେ ଧୀରେ ଗ୍ରାହକମାନେ ଏହି ପରିବା ମାର୍କେଟରୁ ମୁହଁ ଫେରାଉଛନ୍ତି। ୟୁନିଟ୍‌‌-୧ ପାର୍କିଂ ପାଇଁ ଗୋଟିଏ ପଡ଼ିଆ ରହିଛି। ହେଲେ ମାତ୍ର ୪ଶହ ଗାଡ଼ି ପାର୍କିଂର ବ୍ୟବସ୍ଥା ରହିଛି। ୧୨୦୦ ଜଣ ବ୍ୟବସାୟ କରୁଥିବା ବେଳେ ସେଠାରେ ମାତ୍ର ୪ଶହ ଗାଡ଼ି ପାର୍କିଂ ବ୍ୟବସ୍ଥା ରହିଥିବାରୁ ଅନେକ ସମସ୍ୟା ହେଉଛି ବୋଲି ଦୋକାନୀମାନେ କହିଛନ୍ତି।

ହକି ପରେ ରାସ୍ତା ଉପର ପାର୍କିଂ ବନ୍ଦ ଅଛି
ପୂର୍ବରୁ ମାର୍କେଟର ସାମ୍ନା ରାସ୍ତାରେ ପାର୍କିଂ କରାଯାଉଥିଲା। କାରଗୁଡ଼ିକ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଥିଲା ବେଳେ ବାଇକ୍‌‌ ପାଇଁ ମଧ୍ୟ ରାସ୍ତାରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଟ୍ରାଫିକ୍‌‌ ସମସ୍ୟା ହେଲେ ମଧ୍ୟ ଏଠାରେ ଦୀର୍ଘ ବର୍ଷ ଧରି ପାର୍କିଂ ହୋଇଆସୁଥିଲା। ହେଲେ ହକି ବିଶ୍ୱକପ୍‌‌ ବେଳେ ଏହାକୁ ଉଠାଇ ଦିଆଗଲା। ଫଳରେ ଚାରିଚକିଆରେ ଆସୁଥିବା ଗ୍ରାହକ ଆଉ ଆସୁନାହାନ୍ତି। ଏବେ ବାଇକ୍‌‌ରେ ଆସୁଥିବା ଗ୍ରାହକ ମଧ୍ୟ ପାର୍କିଂ ଯୋଗୁଁ ମୁହଁ ଫେରାଉଛନ୍ତି।

ଛକିକି ରହୁଛି ଟ୍ରାଫିକ୍‌‌ ପୁଲିସ
ରାଜଧାନୀରେ ସାରା ବେଆଇନ୍‌‌ ପାର୍କିଂ ହେଲେ ମଧ୍ୟ ଟ୍ରାଫିକ୍‌‌ ପୁଲିସର ସେତେଟା ନଜର ପଡୁନାହିଁ। ହେଲେ ୟୁନିଟ୍‌‌ -୧ ସାମ୍ନାରେ ପାର୍କିଂକୁ ଜାଣିଶୁଣି କଡ଼ାକଡ଼ି କରାଯାଉଛି। ସବୁବେଳେ ଏଠାରେ ଦୁଇ ଟ୍ରାଫିକ୍‌‌ କର୍ମଚାରୀ ଛକିକି ରହୁଛନ୍ତି। ରାସ୍ତାରେ ଗାଡ଼ି ଦେଖିବା ମାତ୍ରେ ଫଟୋ ଉଠାଇ ଦେଉଛନ୍ତି ବୋଲି ୟୁନିଟ୍‌‌-୧ ମାର୍କେଟ୍‌‌ ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଉଛି।

29 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର