ନୂଆମୋଡ଼ ନେଲା ଟୁଙ୍ଗୁରୁ ବିବାଦ: ଗାମୁଛା ପିନ୍ଧି ୮ ଦିନ ଥିଲେ ଗୃହବନ୍ଦୀ, ବର୍ଷା ଟୁଙ୍ଗୁରୁକୁ ଦେଲେ ଏକ ନୂଆ ମୋବାଇଲ

The Sakala Picture
Published On

ଖଣ୍ଡଗିରି: କିଛିଦିନ ଲାଗି ରହିଥିବା ବିବାହିତା ମହିଳା ବର୍ଷା ଓ ଟୁଙ୍ଗୁରୁ ଭୋଳ ବିବାଦ ଭିନ୍ନ ମୋଡ଼ ନେଇଛି। ଟୁଙ୍ଗୁରୁକୁ ବିବାହ କରିବା ପାଇଁ ବର୍ଷା ଭରତପୁର ଥାନାରେ ଧାରଣା ଦେବାର ୩ ଦିନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଟୁଙ୍ଗୁରୁ। ବର୍ଷାଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ନାହିଁ ବରଂ ତାଙ୍କୁ ବଦ୍‍ନାମ କରିବା ପାଇଁ ବର୍ଷା ଏଭଳି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଟୁଙ୍ଗୁରୁଙ୍କ ଅଟୋ ଭଡ଼ା କରି ବର୍ଷା […]

ଖଣ୍ଡଗିରି: କିଛିଦିନ ଲାଗି ରହିଥିବା ବିବାହିତା ମହିଳା ବର୍ଷା ଓ ଟୁଙ୍ଗୁରୁ ଭୋଳ ବିବାଦ ଭିନ୍ନ ମୋଡ଼ ନେଇଛି। ଟୁଙ୍ଗୁରୁକୁ ବିବାହ କରିବା ପାଇଁ ବର୍ଷା ଭରତପୁର ଥାନାରେ ଧାରଣା ଦେବାର ୩ ଦିନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଟୁଙ୍ଗୁରୁ। ବର୍ଷାଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ନାହିଁ ବରଂ ତାଙ୍କୁ ବଦ୍‍ନାମ କରିବା ପାଇଁ ବର୍ଷା ଏଭଳି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଟୁଙ୍ଗୁରୁଙ୍କ ଅଟୋ ଭଡ଼ା କରି ବର୍ଷା ଏମ୍‍ସ ଡାକ୍ତରଖାନା ଯାଇଥିଲେ ଓ ସେହିଠାରୁ ଉଭୟ ମୋବାଇଲ ନମ୍ୱର ଦିଆନିଆ ହୋଇ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲେ ମଧ୍ୟ ଶାରିରୀକ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି ଟୁଙ୍ଗୁରୁ। ବର୍ଷା ତାଙ୍କ ସହ ବାରମ୍ୱାର ଝଗଡ଼ା କରୁଥିଲେ। ବର୍ଷା କିଛି ଦିନ ପୂର୍ବରୁ ବରମୁଣ୍ଡା ଠାରେ ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଥରେ ନୁହେଁ ବରଂ ୨/୩ ଥର ବର୍ଷା ତାଙ୍କ ମୋବାଇଲ୍‍ ଫୋନ ଭାଙ୍ଗିଛନ୍ତି ବୋଲି ଟୁଙ୍ଗୁରୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ତେବେ କିଛିଦିନ ପୂର୍ବେ ବର୍ଷା ତାଙ୍କ ଘରକୁ ନେଇଥିଲେ ଓ ସେଠାରେ ତାଙ୍କ ପ୍ୟାଣ୍ଟସାର୍ଟକୁ ଲୁଚାଇ ଦେଇଥିଲେ। ଫଳରେ ସେ ବାହାରକୁ ବାହାରିପାରି ନ ଥିଲେ ଓ ଗାମୁଛା ପିନ୍ଧା ଅବସ୍ଥାରେ ଗୃହବନ୍ଦୀ କରି ରଖିଥିଲେ। ସେହିଭଳି ଖାଇବାକୁ ଦେଇଥିଲେ ସତ କିନ୍ତୁ ଘରୁ ବାହାରିବାକୁ ଦେଇ ନ ଥିଲେ ବୋଲି ଟୁଙ୍ଗୁରୁ ଅଭିଯୋଗ କରିଛନ୍ତି। ଗୃହବନ୍ଦୀ କରି ରଖିବାର ୮ମ ଦିନରେ ବର୍ଷା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଟୁଙ୍ଗୁରୁ ରାତି ଅଧରେ ଲୁଚି ଛପି ବର୍ଷାଙ୍କ ଘରୁ ଖସି ଯାଇଥିଲେ। ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଟୁଙ୍ଗୁରୁ ଖସିଯିବା ପରେ ବର୍ଷା ଟୁଙ୍ଗୁରଙ୍କ ଗାଁ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସିକିରିକୁ ଯାଇଥିଲେ। ଭାଇର ନିର୍ବନ୍ଧ ହୋଇଯାଇଛି ବୋଲି ଟୁଙ୍ଗୁରୁଙ୍କ ଭଉଣୀ ତାଙ୍କୁ କହିଥିଲେ। ଟୁଙ୍ଗୁରୁଙ୍କ ବିବାହ ସ୍ଥିର ହୋଇଯାଇଥିବା ଜାଣିବା ପରେ ବର୍ଷା ଗତ ୨୦ ତାରିଖରେ ଭରତପୁର ଥାନାକୁ ଆସିଥିଲେ। ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବର୍ଷା ଅଭିଯୋଗ କରିଥିଲେ। ଶଙ୍ଖା, ସିନ୍ଦୂର ଓ ଫୁଲମାଳ ଧରି ଟୁଙ୍ଗୁରୁଙ୍କୁ ବିବାହ କରିବେ ବୋଲି ଦିନତମାମ ଭରତପୁର ଥାନାରେ ବସି ରହିଥିଲେ। ତେବେ ଦୀର୍ଘ ସମୟ ଧରି ଆଲୋଚନା ପରେ ବିଳମ୍ୱିତ ରାତିରେ ଉଭୟଙ୍କ ବିବାଦରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଥିଲା। ଟୁଙ୍ଗୁରୁଙ୍କର ଏକାଧିକ ମୋବାଇଲ ବର୍ଷା ଭାଙ୍ଗି ଥିବାରୁ ସେ ଏକ ନୂଆ ମୋବାଇଲ କିଣି ଟୁଙ୍ଗୁରୁଙ୍କୁ ଦେଇଛନ୍ତି। ଉଭୟ ଏବେ ଅଲଗା ହୋଇ ରହିଲେ ମଧ୍ୟ ଯୋଗାଯୋଗରେ ରହିବେ ବୋଲି ଥାନା ପୁଲିସ ପକ୍ଷରୁ ସ୍ଥିର କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର