କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା

The Sakala Picture
Published On

ଭୁବନେଶ୍ୱର: କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା । ସୁରକ୍ଷା ପାଇଁ ରହିଥିବା ଲୋକ ଲୁଟିନେଲା ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ମୁତାବକ CRPFର ସବ ଇନ୍ସପେକ୍ଟରଙ୍କ ଟଙ୍କା ଚୋରି ଘଟଣାରେ ଆଜି ହୋଇଛି ଫର୍ଦ୍ଦାଫାସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସୁରକ୍ଷା ପାଇଁ ନିୟୋଜିତ ଥିବା CRPF କନଷ୍ଟେବଳ । ମିଳିଥିବା ଖବର ମୁତବାକ 8ଲକ୍ଷ 39 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା […]

ଭୁବନେଶ୍ୱର: କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା । ସୁରକ୍ଷା ପାଇଁ ରହିଥିବା ଲୋକ ଲୁଟିନେଲା ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ମୁତାବକ CRPFର ସବ ଇନ୍ସପେକ୍ଟରଙ୍କ ଟଙ୍କା ଚୋରି ଘଟଣାରେ ଆଜି ହୋଇଛି ଫର୍ଦ୍ଦାଫାସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସୁରକ୍ଷା ପାଇଁ ନିୟୋଜିତ ଥିବା CRPF କନଷ୍ଟେବଳ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

ମିଳିଥିବା ଖବର ମୁତବାକ 8ଲକ୍ଷ 39 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପ୍ରିୟବ୍ରତ ପ୍ରିୟଦର୍ଶନ ପତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ସବ ଇନ୍ସପେକ୍ଟରଙ୍କ ଦେହ ଖରାପ ଥିବାରୁ କନଷ୍ଟେବଳଙ୍କୁ ତାଙ୍କ ସେବା କରିବା ପାଇଁ ନିୟୋଜିତ କରାଯାଇଥିଲା । ବିଶ୍ୱାସରେ ସିନିୟର ଅଫିସର ଟଙ୍କା ଉଠାଇବା ପାଇଁ କନଷ୍ଟେବଳକୁ ATM କାର୍ଡ ଦେଇଥିଲେ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲରେ ବିରଳ ଶିଶୁ ଜନ୍ମ; ଶିଶୁର ରହିଛି ଦୁଇଟି ମୁଣ୍ଡ, କିନ୍ତୁ ଗୋଟିଏ ଶରୀର

ବିଶ୍ୱାସର ସୁଯୋଗ ନେଇ 8 ଲକ୍ଷ 39 ହଜାର ଟଙ୍କା କୌଶଳ କ୍ରମେ କାଢି ନେଇଥିଲା କନଷ୍ଟେବଳ । ଏହି ସବୁ ଟଙ୍କାକୁ ସେୟାର ମାର୍କେଟରେ ଲଗାଇ ତାକୁ ଦୁଇଗୁଣା କରିବା ଆଶାରେ ଖର୍ଚ୍ଚ କରିଥିଲା ଅଭିଯୁକ୍ତ । ଏନେଇ ରାଜ ପାଲ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ତଦନ୍ତ ଚଳାଇବା ପରେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି । ଏବଂ ସମସ୍ତ ଟଙ୍କା ଫେରି ପାଇଛନ୍ତି ଅଭିଯୋଗକାରୀ ଅଫିସର ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘୋଷଣାକୁ ବିରୋଧ କରି କ୍ଷେତ୍ରବାସୀ ଡିଏଭି କଲେଜରେ ଉତ୍ତେଜନା; ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର