ବିବାହ ବିଚ୍ଛେଦ ପାଇଁ ଉଭୟଙ୍କ ସମ୍ମତି ଆବଶ୍ୟକ: ହାଇକୋର୍ଟ

The Sakala Picture
Published On

କଟକ: ହିନ୍ଦୁ ବିବାହ ଆଇନରେ ଯଦି ଦମ୍ପତିଙ୍କ ମଧ୍ୟରେ କେହି ଜଣେ ବି ବିଚ୍ଛେଦ ପାଇଁ ସମ୍ମତି ପ୍ରତ୍ୟାହାର କରେ, ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ବିଭିନ୍ନ ଦୃଷ୍ଟାନ୍ତମୂଳକ ରାୟରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଜଣେ ମହିଳାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ଏପରି ରାୟ ଦେଇଛନ୍ତି। ଆବେଦନକାରୀ […]

କଟକ: ହିନ୍ଦୁ ବିବାହ ଆଇନରେ ଯଦି ଦମ୍ପତିଙ୍କ ମଧ୍ୟରେ କେହି ଜଣେ ବି ବିଚ୍ଛେଦ ପାଇଁ ସମ୍ମତି ପ୍ରତ୍ୟାହାର କରେ, ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ବିଭିନ୍ନ ଦୃଷ୍ଟାନ୍ତମୂଳକ ରାୟରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଜଣେ ମହିଳାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ଏପରି ରାୟ ଦେଇଛନ୍ତି। ଆବେଦନକାରୀ ବିବାହ ବିଚ୍ଛେଦ ପାଇଁ ସମ୍ମତି ପ୍ରତ୍ୟାହାର କରିବାର ୪ ଦିନ ପରେ ବାଲେଶ୍ୱର ପରିବାର ଅଦାଲତ ବିବାହ ବିଚ୍ଛେଦକୁ ଅନୁମତି ଦେଇ ଜାରି କରିଥିବା ଆଦେଶ ଆଇନ ଆଖିରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ହିନ୍ଦୁ ବିବାହ ଅଧିନିୟମ-୧୯୫୫ର ଧାରା ୧୩(ଖ)ରେ ପରସ୍ପର ସମ୍ମତିରେ ସ୍ୱାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ଆବେଦନ କରିବାର ବ୍ୟବସ୍ଥା ରହିଛି। ତେବେ ମାମଲା ବିଚାରାଧୀନ ଥିବା ଓ ଯୁକ୍ତି ଉପସ୍ଥାପନ ଶେଷ ହୋଇଥିଲେ ମଧ୍ୟ ଦମ୍ପତିଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରିପାରିବେ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଣୁ ବାଲେଶ୍ୱର ପରିବାର ଅଦାଲତଙ୍କ ଗତ ୨୦୨୧ ନଭେମ୍ବର୨୨ର ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଅନ୍ୟପଟରେ ଆସନ୍ତା ୬ ମାସ ମଧ୍ୟରେ ପରିବାର ଅଦାଲତ ଏହି ମାମଲାର ଫଇସଲା କରିବାକୁ ହାଇକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ପ୍ରକାଶଥାଉକି, ଉଭୟ ଆବେଦନକାରୀ ଓ ତାଙ୍କ ସ୍ୱାମୀ ଯୁଗ୍ମ ଭାବେ ବିବାହ ବିଚ୍ଛେଦ ପାଇଁ ସମ୍ମତିପୂର୍ବକ ପରିବାର ଅଦାଲତରେ ୨୦୨୦ରେ ଆବେଦନ କରିଥିଲେ। ତେବେ ୨୦୨୧ ନଭେମ୍ବର ୧୮ରେ ଆବେଦନକାରୀ ପତ୍ନୀ ସମ୍ମତି ପ୍ରତ୍ୟାହାର କରିନେଇଥିଲେ। ହେଲେ ଏହାର ୪ ଦିନ ପରେ ବିବାହ ବି‌ଚ୍ଛେଦକୁ ମଞ୍ଜୁର କରି ବାଲେଶ୍ୱର ପରିବାର ଅଦାଲତ ଆଦେଶନାମା ଜାରି କରିଥିଲେ। ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଏହି ଆଦେଶ ବିରୋଧରେ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର