ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ

The Sakala Picture
Published On

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ। କଂଗ୍ରେସ ଅଧ୍ୟକ୍ଷ ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ଯୋଗଦେବେ। ସମାବେଶରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣ […]

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ। କଂଗ୍ରେସ ଅଧ୍ୟକ୍ଷ ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ଯୋଗଦେବେ। ସମାବେଶରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣ ଲୋକ ଯୋଗ ଦେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏକତ୍ରିତ ଲୋକଙ୍କୁ ଖଡ୍‌‌ଗେ ଉଦବୋଧନ ଦେବା ସହ ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ପିସିସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

29 Jan 2024 By The Sakala

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ। କଂଗ୍ରେସ ଅଧ୍ୟକ୍ଷ ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ଯୋଗଦେବେ। ସମାବେଶରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣ ଲୋକ ଯୋଗ ଦେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏକତ୍ରିତ ଲୋକଙ୍କୁ ଖଡ୍‌‌ଗେ ଉଦବୋଧନ ଦେବା ସହ ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ପିସିସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

https://www.thesakala.in/latest-odisha-news/congress-leader-mallikarjun-kharge-is-visiting-odisha-today/article-29479
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର