ଆହୁରୀ ଶକ୍ତିଶାଳୀ ହେଉଛି ବିଜେଡ଼ି: କୋରାପୁଟ କଂଗ୍ରେସକୁ ଶକ୍ତ ଧକ୍କା, ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି

The Sakala Picture
Published On

ଭୁବନେଶ୍ୱର: କୋରାପୁଟ କଂଗ୍ରେସକୁ ଶକ୍ତ ଧକ୍କା । ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ବିଧିବଦ୍ଧ ଭାବେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଚନ୍ଦ୍ରଶେଖରଙ୍କ ଯୋଗଦାନ ପରେ କୋରାପୁଟ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ହେବ। କୋଟପାଡର ପୂର୍ବତନ ବିଧାୟକ ଥିଲେ ଚନ୍ଦ୍ରଶେଖର ମାଝି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ […]

ଭୁବନେଶ୍ୱର: କୋରାପୁଟ କଂଗ୍ରେସକୁ ଶକ୍ତ ଧକ୍କା । ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ବିଧିବଦ୍ଧ ଭାବେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଚନ୍ଦ୍ରଶେଖରଙ୍କ ଯୋଗଦାନ ପରେ କୋରାପୁଟ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ହେବ। କୋଟପାଡର ପୂର୍ବତନ ବିଧାୟକ ଥିଲେ ଚନ୍ଦ୍ରଶେଖର ମାଝି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝି, ସୁବାସ ସିଂହ, ବିଜେଡି ବିଧାୟକ ପ୍ରତାପ ଦେବ, ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ରବି ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର କଂଗ୍ରେସକୁ ବାଏ ବାଏ କହି ବିଜେଡିରେ ଯୋଗଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଚନ୍ଦ୍ରଶେଖରଙ୍କ ସହ ଶହ ଶହ କର୍ମୀ ଓ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ୨୦୧୪ରେ କୋରପୁଟ କୋଟପାଡ଼ରୁ ବିଧାୟକ ଥିଲେ ଚନ୍ଦ୍ରଶେଖର । ୨୦୧୯ରେ କୋଟପାଡ଼ କଂଗ୍ରେସ ଦଳର ବିଧାୟକ ପାର୍ଥୀ ଥିଲେ । ପାଖାପାଖି ୬୦ ହଜାର ଭୋଟ ପାଇଥିଲେ ଚନ୍ଦ୍ରଶେଖର ମାଝି । ବିଜେଡିରେ ସାମିଲ ହେବା ପରେ ଚନ୍ଦ୍ରଶେଖର ମାଝି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ । ବିଜେଡିର ଛୋଟ କର୍ମୀ ଭାବେ କାମ କରୁଛି । ଏହି ଅବସରରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାଂଗଠନିକ ଦକ୍ଷତାକୁ ସେ ଖୁବ ପ୍ରଶଂସା କରିଥିଲେ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚନ୍ଦ୍ରଶେଖର ଦଳ ଛାଡିଲେ କୌଣସି ପ୍ରଭାବ ପଡ଼ିବନି ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର