୧୦ ଜିଲ୍ଲା ପାଇଁ ନୂଆ ଦଳୀୟ ସଭାପତିମାନଙ୍କର ନାମ ଘୋଷଣା କଲା କଂଗ୍ରେସ

The Sakala Picture
Published On

ଭୁବନେଶ୍ୱର: ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ କଂଗ୍ରେସ ଘୋଷଣା କରିଛି । ଏଆଇସିସି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା ହୋଇଛି । କୋରାପୁଟ ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁର୍ଗାଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଛି । ଜିଲ୍ଲା ସଭାପତି ପଦ ନେଇ ଦୀର୍ଘ ଦିନ ଧରି ବାହିନୀପତି ଓ ଉଲାକା ଗୋଷ୍ଠୀ ମଧ୍ୟରେ ଲାଗିରହିଥିଲା ବିବାଦ । […]

ଭୁବନେଶ୍ୱର: ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ କଂଗ୍ରେସ ଘୋଷଣା କରିଛି । ଏଆଇସିସି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା ହୋଇଛି । କୋରାପୁଟ ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁର୍ଗାଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଛି । ଜିଲ୍ଲା ସଭାପତି ପଦ ନେଇ ଦୀର୍ଘ ଦିନ ଧରି ବାହିନୀପତି ଓ ଉଲାକା ଗୋଷ୍ଠୀ ମଧ୍ୟରେ ଲାଗିରହିଥିଲା ବିବାଦ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ନୂଆପଡାରେ ସୁରେଶ କୁମାର ଆଜାର୍, କେନ୍ଦୁଝରରେ ମୋହନ ପରିଡା, ପୁରୀରେ ଜୟରାମ ପଟ୍ଟନାୟକ, ଭଦ୍ରକରେ ଆଶୋକ ଦାସ, ଅନୁଗୋଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଅସିଫ୍‌ ଅଲ୍ଲୀ ଖାନ୍, ସୁନ୍ଦରଗଡରେ ଜନାର୍ଦ୍ଦନ ଦେହୁରୀ, ରାୟଗଡାରେ ବିଜୟ କୁମାର ଗମାଙ୍ଗୋ, ଦେବଗଡରେ ସେମ୍ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପଞ୍ଚାନନ କାନୁନଗୋ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାୟିତ୍ୱ ମିଳିଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର