ଦ୍ୱନ୍ଦ୍ୱ ବଢ଼ାଇଲା କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର: ରାଜ୍ୟରେ ବାସ୍ତବ ଚାଷୀ କେତେ ?

Madhusudan Das Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପ୍ରକୃତ ଚାଷୀଙ୍କ ସଂଖ୍ୟା କେତେ? ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁରଙ୍କ ଉତ୍ତର ଏକ ନୂଆ ପ୍ରଶ୍ନକୁ ଜନ୍ମ ଦେଇଛି। ଓଡ଼ିଶାରେ ଚାଷୀଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।  ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଜ୍ୟମନ୍ତ୍ରୀ ରାମନାଥ ଠାକୁର ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାରେ ତାରତମ୍ୟ ରାଜ୍ୟର କୃଷକ ସଂଖ୍ୟା ଓ ହିତାଧିକାରୀ କୃଷକଙ୍କ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଛି ବିବାଦ । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ: 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପାଇଁ ବାହାରିଥିବା ନିଯୁକ୍ତି ପତ୍ର ଜାଲ୍

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୧.୧୫ କୋଟି ଚାଷୀ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ୭,୨୧୯.୦୩ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। କିନ୍ତୁ ପିଏମ୍‌-କିଷାନ ସମ୍ମାନ ନିଧି ଅଧୀନରେ ମାତ୍ର ୩୪,୬୨,୯୩୨ ଜଣ କୃଷକ ୨୩ତମ କିସ୍ତିର ସହାୟତା ପାଇଛନ୍ତି। ସେହିପରି ରାଜ୍ୟରେ କିଷାନ କ୍ରେଡ଼ିଟ୍‌ କାର୍ଡ ଖାତା ସଂଖ୍ୟା ୨୯.୭୩ ଲକ୍ଷ ରହିଛି, ମାତ୍ର ଡିଜିଟାଲ କୃଷି ମିଶନ ଅଧୀନରେ ମାତ୍ର ୨୦,୭୮,୮୩୨ ଜଣ କୃଷକ ପଞ୍ଜିକୃତ ହୋଇଛନ୍ତି। ଏହି ଚାରୋଟି ଯୋଜନାରେ ଲାଭାର୍ଥୀ ସଂଖ୍ୟାରେ ବଡ଼ ପାର୍ଥକ୍ୟ ରାଜ୍ୟରେ ପ୍ରକୃତ କୃଷକ ସଂଖ୍ୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: ଭିଡିଓ ଭାଇରାଲ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

କେନ୍ଦ୍ର ସରକାର କହିଛନ୍ତି, ଓଡ଼ିଶାରେ କୃଷକ କଲ୍ୟାଣ ପାଇଁ ୨୯ଟି କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରାୟୋଜିତ ଯୋଜନା କାର୍ଯ୍ୟକାରୀ ହେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ କେବଳ କୃଷି ଓ କୃଷକ କଲ୍ୟାଣ ବିଭାଗ ଅଧୀନରେ ବିଭିନ୍ନ ଯୋଜନା ପାଇଁ ୪୭୦ କୋଟି ଟଙ୍କାରୁ ଅଧିକ ଅନୁଦାନ ଜାରି କରାଯାଇଛି। ପିଏମ୍‌ କିଷାନ ଯୋଜନାରେ ଓଡ଼ିଶାର କୃଷକମାନଙ୍କୁ ଏପର୍ଯ୍ୟନ୍ତ ୧୫,୧୯୪.୫୨ କୋଟି ଟଙ୍କା ୨୩ଟି କିସ୍ତିରେ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ପରିବର୍ତ୍ତିତ ସୁଧ ସବସିଡି ଯୋଜନା  ଅଧୀନରେ ରାଜ୍ୟର ୨୯.୭୩ ଲକ୍ଷ କିଷାନ କ୍ରେଡ଼ିଟ୍‌ କାର୍ଡ ଖାତା ରହିଥିବା ବେଳେ ୨୦୨୫-୨୬ରେ ୪୨୦.୫୮ କୋଟି ଟଙ୍କା ସୁଧ ସବସିଡି ପ୍ରଦାନ  କରାଯାଇଛି। 

ଆହୁରି ପଢ଼ନ୍ତୁ: କଳାହାଣ୍ଡିରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା: ୨ ସନ୍ଦିଗ୍ଧ ଅଟକ, ଅନ୍ୟ ଦୁଇ ଫେରାର

୨୦୨୫-୨୬ରେ କେନ୍ଦ୍ର ପ୍ରାୟୋଜିତ ଯୋଜନାମାନଙ୍କ ମଧ୍ୟରୁ କୃଷି ଯାନ୍ତ୍ରିକୀକରଣ ଉପ-ମିଶନ ପାଇଁ ସର୍ବାଧିକ ୧୦୫.୪୪ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୮୨.୮୭ କୋଟି, କୃଷି ସମ୍ପ୍ରସାରଣ ଉପ-ମିଶନ ପାଇଁ ୫୦ କୋଟି, ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌ ପାଇଁ ୪୮.୭୮ କୋଟି, ଜାତୀୟ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ମିଶନ ପାଇଁ ୩୮.୩୫ କୋଟି ଏବଂ ଡିଜିଟାଲ କୃଷି ମିଶନ ପାଇଁ ୧୯.୩୩ କୋଟି ଟଙ୍କା ମଞ୍ଜୁର ହୋଇଛି।  ତେବେ ରାଜ୍ୟରେ ଯଦି ୧.୧୫ କୋଟି କୃଷକ ଫସଲ ବୀମାର ଲାଭ ପାଇଛନ୍ତି, ତେବେ ପିଏମ୍‌ କିଷାନରେ ୩୪.୬୨ ଲକ୍ଷ କୃଷକ କିପରି ରହିଛନ୍ତି? ଅବଶିଷ୍ଟ କୃଷକମାନଙ୍କୁ କାହିଁକି ପିଏମ୍‌ କିଷାନରେ ସାମିଲ କରାଯାଇ ନାହିଁ ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି । 

07 Aug 2026 By Madhusudan Das

ଦ୍ୱନ୍ଦ୍ୱ ବଢ଼ାଇଲା କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର: ରାଜ୍ୟରେ ବାସ୍ତବ ଚାଷୀ କେତେ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପ୍ରକୃତ ଚାଷୀଙ୍କ ସଂଖ୍ୟା କେତେ? ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁରଙ୍କ ଉତ୍ତର ଏକ ନୂଆ ପ୍ରଶ୍ନକୁ ଜନ୍ମ ଦେଇଛି। ଓଡ଼ିଶାରେ ଚାଷୀଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।  ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଜ୍ୟମନ୍ତ୍ରୀ ରାମନାଥ ଠାକୁର ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାରେ ତାରତମ୍ୟ ରାଜ୍ୟର କୃଷକ ସଂଖ୍ୟା ଓ ହିତାଧିକାରୀ କୃଷକଙ୍କ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଛି ବିବାଦ । 

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୧.୧୫ କୋଟି ଚାଷୀ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ୭,୨୧୯.୦୩ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। କିନ୍ତୁ ପିଏମ୍‌-କିଷାନ ସମ୍ମାନ ନିଧି ଅଧୀନରେ ମାତ୍ର ୩୪,୬୨,୯୩୨ ଜଣ କୃଷକ ୨୩ତମ କିସ୍ତିର ସହାୟତା ପାଇଛନ୍ତି। ସେହିପରି ରାଜ୍ୟରେ କିଷାନ କ୍ରେଡ଼ିଟ୍‌ କାର୍ଡ ଖାତା ସଂଖ୍ୟା ୨୯.୭୩ ଲକ୍ଷ ରହିଛି, ମାତ୍ର ଡିଜିଟାଲ କୃଷି ମିଶନ ଅଧୀନରେ ମାତ୍ର ୨୦,୭୮,୮୩୨ ଜଣ କୃଷକ ପଞ୍ଜିକୃତ ହୋଇଛନ୍ତି। ଏହି ଚାରୋଟି ଯୋଜନାରେ ଲାଭାର୍ଥୀ ସଂଖ୍ୟାରେ ବଡ଼ ପାର୍ଥକ୍ୟ ରାଜ୍ୟରେ ପ୍ରକୃତ କୃଷକ ସଂଖ୍ୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । 

କେନ୍ଦ୍ର ସରକାର କହିଛନ୍ତି, ଓଡ଼ିଶାରେ କୃଷକ କଲ୍ୟାଣ ପାଇଁ ୨୯ଟି କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରାୟୋଜିତ ଯୋଜନା କାର୍ଯ୍ୟକାରୀ ହେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ କେବଳ କୃଷି ଓ କୃଷକ କଲ୍ୟାଣ ବିଭାଗ ଅଧୀନରେ ବିଭିନ୍ନ ଯୋଜନା ପାଇଁ ୪୭୦ କୋଟି ଟଙ୍କାରୁ ଅଧିକ ଅନୁଦାନ ଜାରି କରାଯାଇଛି। ପିଏମ୍‌ କିଷାନ ଯୋଜନାରେ ଓଡ଼ିଶାର କୃଷକମାନଙ୍କୁ ଏପର୍ଯ୍ୟନ୍ତ ୧୫,୧୯୪.୫୨ କୋଟି ଟଙ୍କା ୨୩ଟି କିସ୍ତିରେ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ପରିବର୍ତ୍ତିତ ସୁଧ ସବସିଡି ଯୋଜନା  ଅଧୀନରେ ରାଜ୍ୟର ୨୯.୭୩ ଲକ୍ଷ କିଷାନ କ୍ରେଡ଼ିଟ୍‌ କାର୍ଡ ଖାତା ରହିଥିବା ବେଳେ ୨୦୨୫-୨୬ରେ ୪୨୦.୫୮ କୋଟି ଟଙ୍କା ସୁଧ ସବସିଡି ପ୍ରଦାନ  କରାଯାଇଛି। 

୨୦୨୫-୨୬ରେ କେନ୍ଦ୍ର ପ୍ରାୟୋଜିତ ଯୋଜନାମାନଙ୍କ ମଧ୍ୟରୁ କୃଷି ଯାନ୍ତ୍ରିକୀକରଣ ଉପ-ମିଶନ ପାଇଁ ସର୍ବାଧିକ ୧୦୫.୪୪ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୮୨.୮୭ କୋଟି, କୃଷି ସମ୍ପ୍ରସାରଣ ଉପ-ମିଶନ ପାଇଁ ୫୦ କୋଟି, ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌ ପାଇଁ ୪୮.୭୮ କୋଟି, ଜାତୀୟ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ମିଶନ ପାଇଁ ୩୮.୩୫ କୋଟି ଏବଂ ଡିଜିଟାଲ କୃଷି ମିଶନ ପାଇଁ ୧୯.୩୩ କୋଟି ଟଙ୍କା ମଞ୍ଜୁର ହୋଇଛି।  ତେବେ ରାଜ୍ୟରେ ଯଦି ୧.୧୫ କୋଟି କୃଷକ ଫସଲ ବୀମାର ଲାଭ ପାଇଛନ୍ତି, ତେବେ ପିଏମ୍‌ କିଷାନରେ ୩୪.୬୨ ଲକ୍ଷ କୃଷକ କିପରି ରହିଛନ୍ତି? ଅବଶିଷ୍ଟ କୃଷକମାନଙ୍କୁ କାହିଁକି ପିଏମ୍‌ କିଷାନରେ ସାମିଲ କରାଯାଇ ନାହିଁ ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର