ସୁଧୁରିପାରୁନି ଧଉଳି କ୍ରାଫ୍ଟ ବଜାର; ନଷ୍ଟହେଲାଣି ସୌନ୍ଦର୍ଯ୍ୟକରଣ, ହେଉନି ହସ୍ତକଳା ପ୍ରଦର୍ଶନୀ

The Sakala Picture
Published On

ଭୁବନେଶ୍ୱର: ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଧଉଳି କ୍ରାଫ୍ଟ ବଜାର। ସୁଧୁରିପାରୁନି କ୍ରାଫ୍ଟ ବଜାରର ଅବସ୍ଥା। ନଷ୍ଟ ହେଲାଣି ସୌନ୍ଦର୍ଯ୍ୟକରଣ। ହସ୍ତଶିଳ୍ପ ବଜାର କେବେ ଖୋଲିବ ତା’ର ଠିକଣା ନାହିଁ। ଧଉଳି ଶାନ୍ତିସ୍ତୂପର ପାଦଦେଶରେ ରହିଥିବା ଏହି କ୍ରାଫ୍ଟ୍‌‌ ବଜାର ଏବେ ଏକପ୍ରକାର ନଷ୍ଟ ହେବାକୁ ବସିଛି। ଏହାସହିତ ଏସବୁ ଜଙ୍ଗଲଘେରା ହୋଇପଡ଼ିରହିଛି। କଳା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଧଉଳି ପାଦଦେଶରେ ହୋଇଥିବା ଏହି ବଜାର ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ […]

ଭୁବନେଶ୍ୱର: ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଧଉଳି କ୍ରାଫ୍ଟ ବଜାର। ସୁଧୁରିପାରୁନି କ୍ରାଫ୍ଟ ବଜାରର ଅବସ୍ଥା। ନଷ୍ଟ ହେଲାଣି ସୌନ୍ଦର୍ଯ୍ୟକରଣ। ହସ୍ତଶିଳ୍ପ ବଜାର କେବେ ଖୋଲିବ ତା’ର ଠିକଣା ନାହିଁ। ଧଉଳି ଶାନ୍ତିସ୍ତୂପର ପାଦଦେଶରେ ରହିଥିବା ଏହି କ୍ରାଫ୍ଟ୍‌‌ ବଜାର ଏବେ ଏକପ୍ରକାର ନଷ୍ଟ ହେବାକୁ ବସିଛି। ଏହାସହିତ ଏସବୁ ଜଙ୍ଗଲଘେରା ହୋଇପଡ଼ିରହିଛି। କଳା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଧଉଳି ପାଦଦେଶରେ ହୋଇଥିବା ଏହି ବଜାର ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ବଜାରଟି କରାଯାଇଥିଲେ ବି ସେହି ସ୍ଥାନରେ ଏବେ କିଛି ଭଙ୍ଗା ପଥର ମୂର୍ତ୍ତି କେବଳ ରହିଛି। କ୍ରାଫ୍ଟ୍‌‌ ବଜାରର ରକ୍ଷଣାବେକ୍ଷଣ ଦାୟିତ୍ୱ ସେ ସମୟରେ ଧଉଳି ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା। ଏହାସହିତ ନିକଟରେ ଥିବା ଧଉଳି ଆର୍ଟ ଓ କ୍ରାଫ୍ଟ କଲେଜର ଛାତ୍ରଛାତ୍ରୀ ସେଠାରେ ସେମାନଙ୍କର କଳାର ପ୍ରଦର୍ଶନୀ ମଧ୍ୟ କରୁଥିଲେ। ମାତ୍ର ଧୀରେ ଧୀରେ ତାହା ନଷ୍ଟ ହେବାକୁ ବସିଥିବାବେଳେ ଏବେ ଅନ୍ଧାର ହେଲେ ଅସାମାଜିକଙ୍କ ଭିଡ଼ ଜମୁଛି। ନା ପୂରଣ ହୋଇପାରୁଛି ମୂଳ ଉଦ୍ଦେଶ୍ୟ ନା ହସ୍ତଶିଳ୍ପ କାରିଗରୀ ପ୍ରଦର୍ଶିତ ହୋଇପାରୁଛି। ଫଳରେ ଶ୍ରୀହୀନ ହୋଇପଡ଼ିଲାଣି ଧଉଳି କ୍ରାଫ୍ଟ ବଜାର।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୨୦୧୩ ମସିହାରେ ଉଦ୍‌‌ଘାଟିତ ହୋଇଥିଲା ଏହି କ୍ରାଫ୍ଟ୍‌‌ ବଜାର। ଏହି କ୍ରାଫ୍ଟ୍‌‌ ବଜାରରେ ୧୬ଟି ଦୋକାନ ଘରର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ରାଜ୍ୟର ବିଭିନ୍ନ ପାରମ୍ପରିକ ଆର୍ଟ ଓ କ୍ରାଫ୍ଟକୁ ରଖାଯାଇ ବିକ୍ରିବଟା ସହିତ ପ୍ରଦର୍ଶନୀ କରାଯିବା ଲକ୍ଷ୍ୟ ରହିଥିଲା। ଏଥିପାଇଁ କାରିଗରଙ୍କ ନାଁରେ ଷ୍ଟଲ୍‌‌ ବଣ୍ଟନ କରାଯାଇଥିଲା। କାରିଗରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦେଖାଇବା ପାଇଁ ଯୋଜନା କରାଯାଇଥିଲା। ଦେଢ଼ ଏକର ପରିମିତ ଏହି ସ୍ଥାନରେ କ୍ରାଫ୍ଟ୍‌‌ ବଜାରଟି କରାଯାଇଥିଲା। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧.୨ କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇ ଏହି ବଜାର ବିକାଶିତ କରାଯାଇଥିଲା। ମାତ୍ର ଏବେ ତାହା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ଏଥିରେ ୬ଟି ବଡ଼ ଓ ୧୦ଟି ଛୋଟ ଦୋକାନ ଘର ରହିଥିଲା। କାରିଗରଙ୍କ ସାମଗ୍ରୀ ବିକ୍ରିବଟା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କ୍ରାଫ୍ଟ୍‌‌ ବଜାର କିଛିଦିନ ପରେ ନଷ୍ଟ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସେହିପରି କ୍ରାପ୍ଟ୍‌‌ ବଜାର ପରିସରରେ ସୌନ୍ଦର୍ଯ୍ୟକରଣ ପାଇଁ ଥିବା ପ୍ରତିମୂର୍ତ୍ତି ସବୁ ଭାଙ୍ଗିରୁଜି ଗଲାଣି। ଏଥିପାଇଁ ନା ନିଆଯାଉଛି ପଦକ୍ଷେପ ନା ଏହାକୁ ଆରମ୍ଭ କରାଯିବା ନେଇ ହେଉଛି କୌଣସି ବ୍ୟବସ୍ଥା। ବର୍ଷବର୍ଷ ଧରି ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି କ୍ରାଫ୍ଟ୍‌‌ ବଜାର ଏବେ ଦୃଷ୍ଟି ଆଢୁଆଳରେ ରହିଛି। ଧଉଳି ଶାନ୍ତିସ୍ତୂପକୁ ପ୍ରତ୍ୟେକଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ମଧ୍ୟ କ୍ରାଫ୍ଟ ବଜାର ବନ୍ଦ ହୋଇରହିଛି। କେବଳ ଜଣେ ସିକ୍ୟୁରିଟି ଗାର୍ଡଙ୍କ ବ୍ୟତୀତ ଏବେ ସେ ସ୍ଥାନ ଖାଁ ଖାଁ ଲାଗୁଛି। ଚିତ୍ରକଳା ପ୍ରଦର୍ଶନୀ ସାଙ୍ଗକୁ କ୍ରାଫ୍ଟ୍‌‌ ପ୍ରଦର୍ଶନୀ ପର୍ଯ୍ୟନ୍ତ ରହିଥିବା ଗ୍ୟାଲେରୀରେ ଝୁଲିଛି ତାଲା। ରକ୍ଷଣାବେକ୍ଷଣା ଅଭାବରୁ କ୍ରାଫ୍ଟ୍‌‌ ବଜାରର ସୌନ୍ଦର୍ଯ୍ୟକରଣ ବି ନଷ୍ଟ ହେବାକୁ ବସିଲାଣି। ଲୋକଲୋଚନଠାରୁ ଏବେ ଦୂରରେ ଧଉଳି କ୍ରାଫ୍ଟ୍‌‌ ବଜାର। କ୍ରାଫ୍ଟ ବଜାରରେ ଥିବା ଫଳକରୁ କିଛି ଅକ୍ଷର ଲିଭି ବିକୃତ ଓଡ଼ିଆ ହୋଇରହିଛି। ଦୀର୍ଘଦିନ ଧରି ଏଭଳି ଅବହେଳିତ ଅବସ୍ଥାରେ ରହିଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏହାସହିତ କ୍ରାଫ୍ଟ ବଜାରରେ ଥିବା ଶୌଚାଳୟ ସବୁ ନଷ୍ଟ ହୋଇପଡ଼ିରହିଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର