ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ ଭଦ୍ରକ ପୁଣି ଅଶାନ୍ତ: ଇଣ୍ଟରନେଟ୍ ସେବା ବନ୍ଦ, ୧୬୩ ଧାରା ଲାଗୁ

The Sakala Picture
Published On

ଭଦ୍ରକ/ଧାମନଗର/ଦୋବଲ: ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଶୁକ୍ରବାର ସଂଧ୍ୟାରେ ଭଦ୍ରକ ସହର ଅଶାନ୍ତ ହୋଇପଡ଼ିଛି। ବିବାଦୀୟ ପୋଷ୍ଟ କରିଥିବା ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଗୋଷ୍ଠୀ ପୋଡ଼ାଜଳା, ଭଙ୍ଗାରୁଜା କରିବା ସହ ପୁଲିସ୍‌କୁ ଆକ୍ରମଣ କରିଛନ୍ତି। ଟେକା ମାଡ଼ରେ ସିଟି ଡିଏସ୍‌‌ପି ଅଂଶୁମାନ ଦ୍ୱିବେଦୀଙ୍କ ସମେତ ଟାଉନ୍‌‌ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଏସ୍‌‌ଆଇ ରୋଜେନ ମୁର୍ମୁ ଆହତ ହୋଇଛନ୍ତି। ଏସ୍‌‌ଆଇଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ […]

ଭଦ୍ରକ/ଧାମନଗର/ଦୋବଲ: ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଶୁକ୍ରବାର ସଂଧ୍ୟାରେ ଭଦ୍ରକ ସହର ଅଶାନ୍ତ ହୋଇପଡ଼ିଛି। ବିବାଦୀୟ ପୋଷ୍ଟ କରିଥିବା ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଗୋଷ୍ଠୀ ପୋଡ଼ାଜଳା, ଭଙ୍ଗାରୁଜା କରିବା ସହ ପୁଲିସ୍‌କୁ ଆକ୍ରମଣ କରିଛନ୍ତି। ଟେକା ମାଡ଼ରେ ସିଟି ଡିଏସ୍‌‌ପି ଅଂଶୁମାନ ଦ୍ୱିବେଦୀଙ୍କ ସମେତ ଟାଉନ୍‌‌ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଏସ୍‌‌ଆଇ ରୋଜେନ ମୁର୍ମୁ ଆହତ ହୋଇଛନ୍ତି। ଏସ୍‌‌ଆଇଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟେକାମାଡ଼ରେ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭାଙ୍ଗିଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ମୃଦୁ ଲାଠିଚାଳନା କରି ବିକ୍ଷୋଭକାରୀଙ୍କୁ ଘଉଡ଼ାଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ୧୬୩ ଧାରା ଜାରି କରାଯାଇଛି। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏପରିକି ପୁରୁଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ପୁଲିସକୁ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟପକ୍ଷରେ ବିବାଦୀୟ ପୋଷ୍ଟ କରିଥିବା ଯୁବକକୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା‌‌ରେ ଧାମନଗର ଥାନାରେ ଧୂଷୁରୀ ଅଞ୍ଚଳର ଜଣଙ୍କ ନାଁରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ସଂପୃକ୍ତ ଅଞ୍ଚଳରେ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସୂଚନାଯୋଗ୍ୟ, ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟିଂ କରିଥିଲେ। ଏହା ସଂଖ୍ୟାଲଘୁ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ କୁଠାରଘାତ କରିଥିଲା। ଏହାର ପ୍ରତିବାଦରେ ଲୋକମାନେ ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ ବିଳମ୍ବକୁ ଦାୟୀ କରି ଆଜି ନଙ୍ଗାମହଲାଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ଲୋକ ଏକତ୍ରିତ ହୋଇଥିଲେ। ପରେ ସେମାନେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ ଓ ତହସିଲଦାର(ମାଜିଷ୍ଟ୍ରେଟ୍‌)ଘଟଣାସ୍ଥଳକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ସେହିପରି ଜିଲ୍ଲାର ଦୋବଲ ଓ ଧାମନଗର ଅଞ୍ଚଳରେ ମଧ୍ୟ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆପତ୍ତିଜନକ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଧାମନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସନ୍ଧ୍ୟାରେ ଦୋବଲ ଅଞ୍ଚଳର ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିମାନେ ଏକତ୍ରିତ ହୋଇ ବିଭିନ୍ନ ନାରାବାଜି କରି ଧାମନଗର ଥାନାରେ ପହଞ୍ଚିଥିଲେ। ଥାନାଧିକାରୀ ଫଣୀନ୍ଦ୍ର ଭୂଷଣ ନାୟକଙ୍କୁ ଧୂଷୁରୀ ଅଞ୍ଚଳର ଜଣେ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ ଦେଇ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପରେ ଧାମନଗର ଅଞ୍ଚଳର ସେହି ସମ୍ପ୍ରଦାୟର ଆଉ କିଛି ବ୍ୟକ୍ତିମାନେ ପହଞ୍ଚି ଅଭିଯୁକ୍ତକୁ ଗିରଫ ଦାବି କରିବା ସହ ଥାନା ଆଗରେ ଦୋବଲ-ଧାମନଗର ଛକ ରାସ୍ତାକୁ ଅବରୋଧ କରି ନାରାବାଜି କରିଥିଲେ। ବିଜୁ ପଟ୍ଟନାୟକ ଛକରେ ଟାୟାର ଜାଳି ଅବରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ସେହି ସାମାନ ଘଟଣାରେ ଧାମନଗର ଉର୍ଷ କମିଟି ତରଫରୁ ଲିଖିତ ଅଭିଯୋଗ ପ୍ରଦାନ କରଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର