ଆଜିଠୁ ଆରମ୍ଭ ହେଲା ଏକକ ପିଜି ପ୍ରବେଶିକା, ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆଜିଠୁ ଆରମ୍ଭ ହୋଇଯାଇଛି । ଏହି  ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରେ ଶେଷ ହେବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍‍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆଜିଠୁ ଆରମ୍ଭ ହୋଇଯାଇଛି । ଏହି  ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରେ ଶେଷ ହେବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍‍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

୧ ତାରିଖରେ ଆର୍ଥାତ ଆଜି ଛାତ୍ରଛାତ୍ରୀ ଆନ୍ଥ୍ରୋପୋଲଜି, ଭୂଗୋଳ ଓ ଏମବିଏ ନାମଲେଖା ପାଇଁ ପ୍ରବେଶିକା ଦେବାକୁ ଥିବାବେଳେ ୨ ତାରିଖରେ ଫିଜିକ୍ସ, ଏଲଏଲଏମ ଓ ବାଣିଜ୍ୟ ବିଷୟ ପାଇଁ ପ୍ରବେଶିକା ଦେବେ। ସେହିପରି ୩ରେ ମାଇକ୍ରୋବାୟୋଲଜି, ଜୋଲୋଜୀ ଓ ପଏମଆଇଆର ପାଇଁ ପ୍ରବେଶିକା ଦେବାକୁ ଥିବାବେଳେ ପରୀକ୍ଷା ୧୩ ତାରିଖ ଯାଏଁ ଚାଲିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସେହିପରି ଅଗଷ୍ଟ ୨୫ ତାରିଖରେ ପରୀକ୍ଷା ଫଳ ଆଧରରେ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ଚୟନ(ଚଏସ ଫିଲିଂ) କରିବେ। ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ୮ ତାରିଖ ସଂଧ୍ୟା ୭ଟାରେ ସାମ୍ସ ଇ-ସ୍ପେସ୍‍ରେ ଅପଲୋଡ ହେବାକୁ ଥିବାବେଳେ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ ଓ ୧୫ ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବାକୁ ଥିବାବେଳେ ୧୬ ତାରିଖରେ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସରେ ଅପଲୋଡ ହେବ। ତେବେ ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର