ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କମିସନରେଟ୍ ପୁଲିସର ଅଭିନବ ପ୍ରୟାସ: ଚୋର ଧରାଇବାରେ ସାହାଯ୍ୟ କଲେ ମିଳିବ ପୁରସ୍କାର

The Sakala Picture
Published On

ଭୁବନେଶ୍ବର: ଚୋରି ଧରିବା ପାଇଁ କମିସନରେଟ୍ ପୁଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ । ଚୋର ଧରାଇ ଦେଲେ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ରାଜଧାନୀରେ ବିଭିନ୍ନ ଲୁଟରେ […]

ଭୁବନେଶ୍ବର: ଚୋରି ଧରିବା ପାଇଁ କମିସନରେଟ୍ ପୁଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ । ଚୋର ଧରାଇ ଦେଲେ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୁଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ମରାଯାଇଛି ୱାଣ୍ଟେଡ୍ ଲୁଟେରାଙ୍କ ପୋଷ୍ଟର । ପାଖାପାଖି ୧୦୦ ଜାଗାରେ ଏଭଳି ପୋଷ୍ଟର ମାରିଛି ପୁଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ବିଗତ ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ୍ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା ବୁଲାଇଥିଲେ କଳା କନା । ହେଲେ ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି । ଏହି ଚୋର, ଲୁଟେରାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ଚୋର ଧରାପଡ଼ିଲେ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କା ନଗଦ ପୁରସ୍କାର । କମିଶନରେଟ ପୋଲିସର  ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।

ଆହୁରି ପଢ଼ନ୍ତୁ: ପିଇବାକୁ ମିଳୁନି ଟୋପାଏ ପାଣି; ରାସ୍ତାରେ ଗରା, ବାଲ୍ଟି ରଖି ମହିଳାଙ୍କ ପ୍ରତିବାଦ, ଘଟଣା ସ୍ଥଳରେ ଉତ୍ତେଜନା

07 Jan 2024 By The Sakala

କମିସନରେଟ୍ ପୁଲିସର ଅଭିନବ ପ୍ରୟାସ: ଚୋର ଧରାଇବାରେ ସାହାଯ୍ୟ କଲେ ମିଳିବ ପୁରସ୍କାର

ଭୁବନେଶ୍ବର: ଚୋରି ଧରିବା ପାଇଁ କମିସନରେଟ୍ ପୁଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ । ଚୋର ଧରାଇ ଦେଲେ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୁଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ମରାଯାଇଛି ୱାଣ୍ଟେଡ୍ ଲୁଟେରାଙ୍କ ପୋଷ୍ଟର । ପାଖାପାଖି ୧୦୦ ଜାଗାରେ ଏଭଳି ପୋଷ୍ଟର ମାରିଛି ପୁଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ବିଗତ ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ୍ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା ବୁଲାଇଥିଲେ କଳା କନା । ହେଲେ ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି । ଏହି ଚୋର, ଲୁଟେରାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ଚୋର ଧରାପଡ଼ିଲେ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କା ନଗଦ ପୁରସ୍କାର । କମିଶନରେଟ ପୋଲିସର  ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର