ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ, ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ
ଖୋର୍ଦ୍ଧା: ଶେଷରେ ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ଗିରଫ କଲା ପୋଲିସ । ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ ମହାବିଦ୍ୟାଳୟ ସମ୍ପୃକ୍ତ ଅଧ୍ୟକ୍ଷ ଜଣକ । ଏ ନେଇ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା କରିଥିଲେ । ତଦନ୍ତ ଆଧାରରେ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ବୋଲଗଡ଼ ପୋଲିସ ।
ସୂଚନା ଅନୁସାରେ, କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟାପିକାଙ୍କ ଫୋନକୁ ଅଧ୍ୟକ୍ଷ ଭଏସ ମେସେଜ ଜରିଆରେ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ବାର୍ତ୍ତା ଦେଇଥିଲେ । ଏଥିରେ ଅଧ୍ୟାପିକା ଜଣକ ମାନସିକ ଆଘାତ ପାଇ ବାପାଙ୍କୁ ଜଣାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ଆଜି ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆହୁରି ପଢ଼ନ୍ତୁ: ପୁତିନଙ୍କ ପାଇଁ ଭାରତ ଉପରେ ସାରା ବିଶ୍ୱର ନଜର





