ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ, ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ

Madhusudan Das Picture
Published On

ଖୋର୍ଦ୍ଧା: ଶେଷରେ ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ଗିରଫ କଲା ପୋଲିସ । ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ ମହାବିଦ୍ୟାଳୟ ସମ୍ପୃକ୍ତ ଅଧ୍ୟକ୍ଷ ଜଣକ । ଏ ନେଇ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା କରିଥିଲେ । ତଦନ୍ତ ଆଧାରରେ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ବୋଲଗଡ଼ ପୋଲିସ ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ସୂଚନା ଅନୁସାରେ, କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟାପିକାଙ୍କ ଫୋନକୁ ଅଧ୍ୟକ୍ଷ ଭଏସ ମେସେଜ ଜରିଆରେ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ବାର୍ତ୍ତା ଦେଇଥିଲେ । ଏଥିରେ ଅଧ୍ୟାପିକା ଜଣକ ମାନସିକ ଆଘାତ ପାଇ ବାପାଙ୍କୁ ଜଣାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ଆଜି ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

10 Dec 2025 By Madhusudan Das

ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ, ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ

ଖୋର୍ଦ୍ଧା: ଶେଷରେ ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ଗିରଫ କଲା ପୋଲିସ । ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ ମହାବିଦ୍ୟାଳୟ ସମ୍ପୃକ୍ତ ଅଧ୍ୟକ୍ଷ ଜଣକ । ଏ ନେଇ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା କରିଥିଲେ । ତଦନ୍ତ ଆଧାରରେ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ବୋଲଗଡ଼ ପୋଲିସ ।

ସୂଚନା ଅନୁସାରେ, କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟାପିକାଙ୍କ ଫୋନକୁ ଅଧ୍ୟକ୍ଷ ଭଏସ ମେସେଜ ଜରିଆରେ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ବାର୍ତ୍ତା ଦେଇଥିଲେ । ଏଥିରେ ଅଧ୍ୟାପିକା ଜଣକ ମାନସିକ ଆଘାତ ପାଇ ବାପାଙ୍କୁ ଜଣାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ଆଜି ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର