ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି, ନାକେଦମ୍‌ କରିବ କୁହୁଡ଼ି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଜାରି ରହିଛି। ଏହାସହ କିଛି କିଛି ସ୍ଥାନରେ ଘନ କୁହୁଡ଼ି ଲୋକଙ୍କୁ ନାକେଦମ୍‌ କରିଛି। ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା କାରଣରୁ କୁହୁଡ଼ିର ପ୍ରଭାବ ବଢ଼ିଥିବା ବେଳେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ଆକଳନ କରାଯାଇଛି। ପଶ୍ଚିମାଝଡ଼ର ଆଗମାନ ପ୍ରଭାବରେ ରାଜ୍ୟକୁ ବର୍ତ୍ତମାନ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହୋଇଛି। ଏହାପ୍ରଭାବରେ ରାତିର ତାପମାତ୍ରା ମଧ୍ୟ କମିବାର ସମ୍ଭାବନା ରହିଛି। ମୁଖ୍ୟତଃ ବାୟୁମଣ୍ଡଳର ତଳ ସ୍ତରରେ ଜଳୀୟବାଷ୍ପର ବୃଦ୍ଧି ସହ ଘନକୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ରବିବାର ରାଜ୍ୟର ଉତ୍ତର ଏବଂ ଆଭ୍ୟନ୍ତରୀଣ ଭାଗରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ବିଶେଷ କରି ମୟୁରଭଞ୍ଜ, ସୁନ୍ଦରଗଡ଼,  କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେତୁ ଲୋକେ ନାହିଁ ନ ଥିବା ସମସ୍ୟାରେ ପଡ଼ିଛନ୍ତି। ସୋମବାର ମଧ୍ୟ ସମାନ ସ୍ଥିତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର କହିଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ କନ୍ଧମାଳରେ ଘନ କୁୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି ଓ କୋରାପୁଟରେ ମଧ୍ୟମଧରଣର କୁହୁଡ଼ି ପାଇଁ ପାଣିପାଗ କେନ୍ଦ୍ର କହିଛି। 

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି କିପରି ରାସ୍ତାରେ ଯାନବାହନ ଚଳାଚଳରେ ଦୁର୍ଘଟଣା ନ ଘଟିବ ତାହା ଉପରେ ରାଜ୍ୟ ପରିବହନ ବିଭାଗ ଗୁରୁତ୍ୱ ଦେଇଛି। ଏଥିପାଇଁ ବିଭାଗ ପକ୍ଷରୁ କୁହୁଡ଼ି ସମୟରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ଦିଆଯାଇଛି। ନିହାତି ଆବଶ୍ୟକ ଥିଲେ ଧୀରେ ଓ ସାବଧାନତାର ସହ ଗାଡ଼ି ଚଳାଇବାକୁ କୁହାଯାଇଥିବା ବେଳଏ ଗାଡ଼ି ପାର୍କିଂ ସମୟରେ ହାଜାର୍ଡ ଲାଇଟ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ଆବଶ୍ୟକ ନଥିଲେ ଗାଡ଼ି ଓଭରଟେକ୍‌ କରିବାକୁ ମଧ୍ୟ ବାରଣ କରାଯାଇଛି। ଦ୍ରୁତଗତିରେ ଗାଡ଼ି ଚଳାଇବାକୁ ବାରଣ କରାଯିବା ସହ ହଠାତ୍‌ ଲେନ୍‌ ପରିବର୍ତ୍ତନ ନ କରିବା ଓ ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର