୬ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ଶୀତ, ୪-୫ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଶୀତ। ୬ ତାରିଖରୁ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବର୍ତ୍ତମାନ ଓଡ଼ିଶା ଉପରେ ଏକ ପଶ୍ଚିମାଝଡ଼ର ପ୍ରଭାବ ରହିଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ୩ ଦିନ ହେଲା ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ୬ ତାରିଖରୁ ଏହି ସ୍ଥିତିରେ ପରିବର୍ତ୍ତନ ଆସିବ। ତାପମାତ୍ରା ୪-୫ ଡିଗ୍ରୀ ହ୍ରାସ ପାଇବ ଓ ପୁଣି ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ପଡ଼ୋଶୀ ଝାଡ଼ଖଣ୍ଡରେ ତାପମାତ୍ରା ଖସିବା ସହ ସେଠାରେ ଶୀତ ଲହରୀ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ମଧ୍ୟ ଏହି ସ୍ଥିତି ନେଇ ପାଗ ଅନୁକୂଳ ରହିଛି।  

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ସେହିପରି ପଶ୍ଚିମାଝଡ଼ ସହ ଆର୍ଦ୍ରତାର ପରିମାଣ ଅଧିକ ଥିବାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କୁହୁଡ଼ି ସ୍ଥିତି ଲାଗି ରହିଛି। କୁହୁଡ଼ି ଯୋଗୁଁ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ କ୍ଷମତା ହ୍ରାସ ହୋଇ ୫୦-୧୦୦ ମିଟରରୁ ବି କମ୍‌ ରହୁଛି। ଫଳରେ ସକାଳ ସମୟରେ ରାସ୍ତାଘାଟ ଦେଖାଯାଉ ନଥିବାରୁ ଯାନବାହନ ଚଳାଚାଳରେ ବ୍ୟାହତ ସୃଷ୍ଟି ହୋଇଛି। ଆହୁରି ୩ ଦିନ ଯାଏ ଏଭଳି ଘନ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉପଗ୍ରହରୁ ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳୁ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ସହ ଦକ୍ଷିଣରେ ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି/ବାୟୁମଣ୍ଡଳର ନିମ୍ନଭାଗରେ ତଳୁଆ ମେଘ ସମୂହର ଆସ୍ତରଣ ଦେଖିବାକୁ ମିଳିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ ଯାଜପୁର ଓ ନୟାଗଡ଼ରେ ଅତି ଘନ କୁହୁଡ଼ି ଆଶଙ୍କା ରହିଥିବା ବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଘନକୁହୁଡ଼ି ଆଶଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର