ଆହୁରି ୫ ଦିନ ଥରିବ ସାରା ଓଡ଼ିଶା, ୧୨ ଡିଗ୍ରୀ ତଳେ ୧୨ ସହରରର ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ। ତେଣୁ ଆଗାମୀ ୫ ଦିନ ଯାଏଁ ରାଜ୍ୟବ୍ୟାପୀ ପାଖ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଡ. ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୦.୩ ଡିଗ୍ରୀରୁ ୨.୭ ଡିଗ୍ରୀ ଯାଏଁ […]

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ। ତେଣୁ ଆଗାମୀ ୫ ଦିନ ଯାଏଁ ରାଜ୍ୟବ୍ୟାପୀ ପାଖ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଡ. ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୦.୩ ଡିଗ୍ରୀରୁ ୨.୭ ଡିଗ୍ରୀ ଯାଏଁ ତଳକୁ ଖସିଛି। ଅପରପକ୍ଷେ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୦.୨ରୁ ୧ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ୧ ଡିଗ୍ରୀରୁ ୨.୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଝାରସୁଗୁଡ଼ାରେ ରାତ୍ରି ତାପମାତ୍ରା ସର୍ବାଧିକ ୨.୬ ଡିଗ୍ରୀ ବୁଦ୍ଧି ପାଇଥିବା ବେଳେ କଟକରେ ୧.୦ ଡିଗ୍ରୀ ବୃଦ୍ଧି ପାଇଛି। ଅପରପକ୍ଷେ ସୋନପୁରରେ ରାତ୍ରି ତାପମାତ୍ରା ସର୍ବାଧିକ ୨.୭ ଡିଗ୍ରୀ ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୧୨ଟି ସହରର ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ଭାବେ ଫୁଲବାଣୀର ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, କୋରାପୁଟରେ ଡିଗ୍ରୀ ୭.୫ , ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ, ଟିଟଲାଗଡ଼଼ରେ ୯.୮ ଡିଗ୍ରୀ, ଭବାନୀପାଟଣାରେ ଡିଗ୍ରୀ ୧୦.୦, ସୋନପୁର ୧୦.୫ ଡିଗ୍ରୀ, କେନ୍ଦୁଝର ୧୧.୦ ଡିଗ୍ରୀ, ବଲାଙ୍ଗୀର ୧୧.୦ ଡିଗ୍ରୀ, ଅନୁଗୁଳ ୧୧.୦ ଡିଗ୍ରୀ, ମାଲକାନଗିରି ୧୧.୫ ଏବଂ ଚାନ୍ଦବାଲି ଠାରେ ୧୧.୬ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଡ. ଦାସ ସୂଚନା ଦେଇଛନ୍ତି। ରାତ୍ରି ଏବଂ ସ୍ୱାଭାବିକ ତାପମାତ୍ରା ମଧ୍ୟରେ ସର୍ବାଧିକ ବ୍ୟବଧାନ ଗୋପାଳପୁରରେ ୩.୦ ଡିଗ୍ରୀ ରହିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର