ଆସନ୍ତା ୨ ଦିନ ପରେ ୪ ଡିଗ୍ରୀ କମିବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨ ଦିନ ପରେ ରାଜ୍ୟରେ ତାମପାତ୍ରା ପୁଣି ହ୍ରାସ ପାଇବ। ଅନେକ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଫଳରେ ରାଜ୍ୟରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ପୂର୍ବ ତୁଳନାରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି। ଏହି ଅବପାତ ଟି ତାମିଲନାଡୁ -ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ […]

ଭୁବନେଶ୍ୱର: ଆସନ୍ତା ୨ ଦିନ ପରେ ରାଜ୍ୟରେ ତାମପାତ୍ରା ପୁଣି ହ୍ରାସ ପାଇବ। ଅନେକ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଫଳରେ ରାଜ୍ୟରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ପୂର୍ବ ତୁଳନାରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି। ଏହି ଅବପାତ ଟି ତାମିଲନାଡୁ -ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ହୋଇ ୨୨ ସୁଦ୍ଧା ଦୁର୍ବଳ ହେବ। ଏହା ପରେ ରାଜ୍ୟକୁ ପୁଣି ଥରେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରିବ। ଏହି ବାୟୁ ଶକ୍ତିଶାଳୀ ହେବା ଦ୍ୱାରା ରାଜ୍ୟରେ ତାପମାତ୍ରା ହ୍ରାସ ହେବ ଓ ପୁଣି ଶୀତର ପ୍ରକୋପ ବଢ଼ିବ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦିରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଛି। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ୨୪ ନଭେମ୍ୱର ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ, ଯଦି ଲଘୁଚାପ ସୃଷ୍ଟି ହୁଏ ତେବେ କେତେ ଘନୀଭୂତ ହେବ ତାହା ବିଭାଗ ସ୍ପଷ୍ଟ କରି ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର