ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ପ୍ରଭାବ ଜାରି: ତଳମୁହାଁ ପାରଦ, ୩ ଦିନରେ ଖସିବ ୩ ଡିଗ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ପ୍ରଭାବ ଜାରି ରହିଛି। ତାପମାତ୍ରା ତଳମୁହାଁ ହେତୁ ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ପାରଦ ଖସିବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ପୁଣି ପାରଦ ତଳମୁହାଁ ହୋଇଛି। ଏଠାରେ ତାପମାତ୍ରା ୧୧.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ତାପମାତ୍ରା ୧୨.୯, କେନ୍ଦୁଝର ୧୩.୪, ସମ୍ୱଲପୁରରେ ୧୫.୬, ହୀରାକୁଦ ୧୫.୬, ଭୁବନେଶ୍ୱର ୧୬.୨, ବାଲେଶ୍ୱର ୧୭.୮, ପାରାଦୀପରେ ୧୮.୭, ଗୋପାଳପୁର ୧୮.୮, ଚାନ୍ଦବାଲି ୧୯.୨ ଓ ପୁରୀରେ ତାପମାତ୍ରା ୨୦.୫ ଡିଗ୍ରୀ ରେକର୍ଡ ହୋଇଛି। ପଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର