ରାଜ୍ୟରେ ତଳମୁହାଁ ପାରଦ; ରାତି ତୁଳନାରେ ଦିନରେ ଅଧିକ ଥଣ୍ଡା

The Sakala Picture
Published On

ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିରେ ଯେଉଁ ପରିମାଣରେ ପାରଦ ଖସିବା କଥା, ତାହା ହେଉ ନଥିବାରୁ ରାତିରେ ବିଶେଷ ଥଣ୍ଡା ଅନୁଭୂତ ହେଉ ନଥିବା ଦେଖିବାକୁ ମିଳୁଛି। […]

ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିରେ ଯେଉଁ ପରିମାଣରେ ପାରଦ ଖସିବା କଥା, ତାହା ହେଉ ନଥିବାରୁ ରାତିରେ ବିଶେଷ ଥଣ୍ଡା ଅନୁଭୂତ ହେଉ ନଥିବା ଦେଖିବାକୁ ମିଳୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବା ହେତୁ ସୂର୍ଯ୍ୟକିରଣ ପଡ଼ୁନାହିଁ। ଏହାଦ୍ୱାରା ଦିନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌‌ ରହୁଛି ଓ ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିବେଳା ଆକାଶ ମେଘୁଆ ହେତୁ ତାପମାତ୍ରା ଅଧିକ ରହୁଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଫୁଲବାଣୀରେ ଏହା ୭ ଡିଗ୍ରୀ ଅଧିକ ରହିଛି। ତେବେ ଆକାଶରୁ ମେଘଖଣ୍ଡ ହଟିବା ପରେ ରାତିରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

09 Dec 2023 By The Sakala

ରାଜ୍ୟରେ ତଳମୁହାଁ ପାରଦ; ରାତି ତୁଳନାରେ ଦିନରେ ଅଧିକ ଥଣ୍ଡା

ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିରେ ଯେଉଁ ପରିମାଣରେ ପାରଦ ଖସିବା କଥା, ତାହା ହେଉ ନଥିବାରୁ ରାତିରେ ବିଶେଷ ଥଣ୍ଡା ଅନୁଭୂତ ହେଉ ନଥିବା ଦେଖିବାକୁ ମିଳୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବା ହେତୁ ସୂର୍ଯ୍ୟକିରଣ ପଡ଼ୁନାହିଁ। ଏହାଦ୍ୱାରା ଦିନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌‌ ରହୁଛି ଓ ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିବେଳା ଆକାଶ ମେଘୁଆ ହେତୁ ତାପମାତ୍ରା ଅଧିକ ରହୁଛି।

ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଫୁଲବାଣୀରେ ଏହା ୭ ଡିଗ୍ରୀ ଅଧିକ ରହିଛି। ତେବେ ଆକାଶରୁ ମେଘଖଣ୍ଡ ହଟିବା ପରେ ରାତିରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

https://www.thesakala.in/latest-odisha-news/cold-wave-conditions-increases-in-odisha/article-28052
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର