ମୁମ୍ବଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଆଜି ନିବେଶକଙ୍କ ସହ କରିବେ ଆଲୋଚନା

The Sakala Picture
Published On

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ତିନିଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦେଶର ବାଣିଜ୍ୟିକ ରାଜଧାନୀରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ସାକ୍ଷାତ କରି ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଜଣାଇବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ […]

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ତିନିଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦେଶର ବାଣିଜ୍ୟିକ ରାଜଧାନୀରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ସାକ୍ଷାତ କରି ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଜଣାଇବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ, ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସେହିପରି ଗୁରୁବାର ଦିନ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବେ ଓ ଓପନିଂ ବେଲ୍‍ ବଜାଇବେ। ଏହା ପରେ ସେ ଶିଳ୍ପ ଉଦ୍ୟୋଗ ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ୍‍ ଶୋ’ରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ସମ୍ମେଳନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁମ୍ବଇରେ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ତାହା ଉପରେ ଶ୍ରୀ ମହାପାତ୍ର ଉଦ୍ୟୋଗପତିମାନଙ୍କୁ ଅବଗତ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କିପରି ବହୁବିଧ କ୍ଷେତ୍ରରେ ଭରପୂର ସୁଯୋଗ ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ମଧ୍ୟ ଶ୍ରୀ ମହାପାତ୍ର ସେମାନଙ୍କୁ ସୂଚନା ଦେଇଛନ୍ତି। ଉପଯୁକ୍ତ ଭିତ୍ତିଭୂମି, ଜମି ବ୍ୟାଙ୍କ, ଗୁଣାତ୍ମକ ବିଦ୍ୟୁତ ଯୋଗାଣ, କ୍ଷେତ୍ର ଉପଯୋଗୀ ଶିଳ୍ପ ଜୋନ୍‍ ଏବଂ ସହଜରେ ବ୍ୟବସାୟ ବାତାବରଣର ଉପାଦେୟତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର