ଆଜି ଶେଷ ରଥ ସମନ୍ୱୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ, ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବେ। ଆସନ୍ତା ୨୦ ତାରିଖ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏଥର ଅଧିକ ଶ୍ରଦ୍ଧାଳୁ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ଏଥିପାଇଁ ପ୍ରଶାସନ କ’ଣ କ’ଣ […]

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ, ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବେ। ଆସନ୍ତା ୨୦ ତାରିଖ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏଥର ଅଧିକ ଶ୍ରଦ୍ଧାଳୁ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ଏଥିପାଇଁ ପ୍ରଶାସନ କ’ଣ କ’ଣ ପ୍ରସ୍ତୁତି କରିଛି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅନୁଷ୍ଠିତ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଠିକଣା ସମୟକୁ ସବୁ ପ୍ରସ୍ତୁତ ହୋଇଯିବ ବୋଲି କହିଥିଲେ। ବୈଠକରେ ଅଧିକାରୀମାନେ କି ପ୍ରକାର ପ୍ରସ୍ତୁତି କରିଛନ୍ତି ସେ ସମ୍ପର୍କରେ ସବିଶେଷ ସୂଚନା ଦେବେ। କାହାର କ’ଣ କାମ ବାକି ରହିଯାଇଛି ଏବଂ ଅଧିକ କ’ଣ କଲେ ରଥଯାତ୍ରା ଶୃଙ୍ଖଳିତ ହୋଇପାରିବ ଏବଂ ଭକ୍ତମାନେ ଭଲ ଭାବେ ଦର୍ଶନ କରିବେ ତାହା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର