୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ, ୩ ସହରରେ ନିବେଶକଙ୍କ ସହ ହେବ ଆଲୋଚନା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ୍‌‌ ଗସ୍ତରେ ଯିବେ। ଜାପାନ୍‌‌ର ୩ ସହର ଟୋକିଓ, କିଓଟା ଓ ଓସାକାରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ସିଧାସଳଖ ଆଲୋଚନା କରିବେ ଏବଂ ୯ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ। ୨୦୧୮ ଏବଂ ୨୦୨୨ରେ ଅନୁଷ୍ଠିତ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରେ ଜାପାନକୁ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ଜାପାନ୍‌‌ ରାଷ୍ଟ୍ରଦୂତ ଯୋଗ ଦେଇ ଓଡ଼ିଶା ଏବଂ ଜାପାନ୍‌‌ ମଧ୍ୟରେ ବାଣିଜ୍ୟିକ, ସାଂସ୍କୃତିକ […]

ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ୍‌‌ ଗସ୍ତରେ ଯିବେ। ଜାପାନ୍‌‌ର ୩ ସହର ଟୋକିଓ, କିଓଟା ଓ ଓସାକାରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ସିଧାସଳଖ ଆଲୋଚନା କରିବେ ଏବଂ ୯ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

୨୦୧୮ ଏବଂ ୨୦୨୨ରେ ଅନୁଷ୍ଠିତ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରେ ଜାପାନକୁ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ଜାପାନ୍‌‌ ରାଷ୍ଟ୍ରଦୂତ ଯୋଗ ଦେଇ ଓଡ଼ିଶା ଏବଂ ଜାପାନ୍‌‌ ମଧ୍ୟରେ ବାଣିଜ୍ୟିକ, ସାଂସ୍କୃତିକ ସମ୍ପର୍କ ଆହୁରି ନିବିଡ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଜାପାନ୍‌‌ରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍କୃଷ୍ଟ ବାତାବରଣ, ଶାନ୍ତ ପରିବେଶ ତଥା ସକାରାତ୍ମକ ଭିତ୍ତିଭୂମିର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବେ। ସେହିପରି ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ ଥିବା ବିଧିବ୍ୟବସ୍ଥା ଏବଂ ସୁବିଧା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରିବେ। ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ପ୍ଳାଷ୍ଟିକ୍‌‌, ପେଟ୍ରୋକେମିକାଲ୍ସ, ବୟନ, ପ୍ରସାଧନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭରି ରହିଥିବା ଅପାର ସମ୍ଭାବନାକୁ ଉଜାଗର କରିବ ମୁଖ୍ୟମନ୍ତ୍ରୀଙ୍କର ଏହି ଜାପାନ୍‌‌ ଗସ୍ତ କାର୍ଯ୍ୟକ୍ରମ।
ଗତବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଦୁବାଇ ଯାଇ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଓ ପରିଣତିସ୍ୱରୂପ ରାଜ୍ୟକୁ ୨୨,୦୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିଲା। ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବା ବେଳେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଆଣି ରାଜ୍ୟରେ ଆର୍ଥିକ ଏବଂ ସାମାଜିକ ବିକାଶ ଧାରା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି। ୨୦୧୬ ଓ ୨୦୧୮ରେ ଅନୁଷ୍ଠିତ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରୁ ୪୫% ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲା ବେଳେ ୨୦୨୨ ସମ୍ମିଳନୀରେ ୧୦.୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥି ମଧ୍ୟରୁ ଅଦ୍ୟାବଧି ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୁଞ୍ଜି ନିବେଶ ପ୍ରସ୍ତାବକୁ ବାସ୍ତବ ରୂପ ଦେବାରେ ଓଡ଼ିଶା ଜାତୀୟ ହାର ଠାରୁ ଆଗରେ ରହିଛି।

31 Mar 2023 By The Sakala

https://www.thesakala.in/latest-odisha-news/cm-will-go-to-japan-on-the-3rd-april-and-talks-with-investors-in-3-cities/article-20292
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର