ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦଯାପିତ, ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଷ୍ଟଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, […]

ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ।

ଆହୁରି ପଢ଼ନ୍ତୁ: ବନ୍ୟା ପରିଚାଳନା ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ନେତ୍ରୀ ସୁଜାତାଙ୍କ ସମାଲୋଚନା: ୨ ବର୍ଷରେ ଭୁଶୁଡ଼ିଯାଇଛି ୨ ଦଶନ୍ଧିର ବ୍ୟବସ୍ଥା

ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମାଈ ହାତୀର ମୃତଦେହ ଠାବ: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।”‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି। ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ । ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ଏ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ପାଇଲେ। ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ପାଞ୍ଚ ଜଣ ହେଲେ ବାଲେଶ୍ୱର ଏସ୍.ବି.ଏସ୍ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ। ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥା- କେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ।

ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟରେ ପିଲାମାନଙ୍କ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି ହୋଇ ପାରିଛି। ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ମାର୍ଟନେସ୍ ହିଁ 5T ସ୍କୁଲ ରୂପାନ୍ତରଣର ସଫଳତା ଦର୍ଶାଉଛି। ଶିକ୍ଷା, କ୍ରୀଡା ସହିତ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ମିଳିଛି ତାହା ଦ୍ୱାରା ଆମ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ଦେଶ ବିଦେଶରେ ସୁନାମ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ।

ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଅର୍ପଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର