ଏମ୍ଏସ୍ଏମ୍ଇ ପାଇଁ ଆରମ୍ଭ ହେଲା ସିଏମ୍-ଏସ୍ଆରଆଇଏମ୍ ପୋର୍ଟାଲ, ଋଣ ସୁଧ ଫେରିପାଇବେ ଉଦ୍ୟୋଗୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରି ରଖୁଥିବା ଏମ୍ଏସ୍ଏମ୍ଇ ପାଇଁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’। କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ର ବେଶ୍ କ୍ଷତିର ସମ୍ମୁଖୀନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର କ୍ଷତିଭରଣା ପାଇଁ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। […]

ଭୁବନେଶ୍ୱର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରି ରଖୁଥିବା ଏମ୍ଏସ୍ଏମ୍ଇ ପାଇଁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’। କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ର ବେଶ୍ କ୍ଷତିର ସମ୍ମୁଖୀନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର କ୍ଷତିଭରଣା ପାଇଁ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। ଚଳିତ ମାସ ୧୫ ତାରିଖରୁ ସୁଧ ଫେରସ୍ତ ପାଇବା ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧, ୨୦୨୦ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ଏଥିପାଇଁ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଅଣୁ ଓ କ୍ଷୁଦ୍ର ଉତ୍ପାଦନକାରୀ ଉଦ୍ୟୋଗଗୁଡିକ ଦ୍ୱାରା ରପ୍ତାନି ପାଇଁ କାର୍ଯ୍ୟ କରୁଥିବା ପୁଞ୍ଜି ସମେତ ବ୍ୟାଙ୍କଗୁଡିକରୁ ପ୍ରାପ୍ତ କାର୍ଯ୍ୟର ପୁ୍ଞ୍ଜି ଋଣର ସୁଧ ଭାର ହ୍ରାସ କରିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଉଛି। ବ୍ୟାଙ୍କ ଗୁଡିକରୁ ପାଉଥିବା ପୁଞ୍ଜି ଋଣ ଯେଉଁଠାରେ ନଗଦ କ୍ରେଡିଟ୍ (ରପ୍ତାନି କ୍ଷେତ୍ରରେ ପ୍ରାକ୍-ପରିବହନ/ପ୍ୟାକିଂ କ୍ରେଡିଟ୍) ୧୦ ଲକ୍ଷ ଟଙ୍କା ସୀମା ପର୍ଯ୍ୟନ୍ତ ଅର୍ଥ ସମ୍ପୂର୍ଣ୍ଣ ରୂପେ ଫେରସ୍ତ ଦିଆଯିବ। ରପ୍ତାନି କ୍ଷେତ୍ରରେ ନଗଦ କ୍ରେଡିଟ୍ ୧୦ ଲକ୍ଷ ଟଙ୍କାରୁ ୩ କୋଟି ଟଙ୍କା ସୀମା ପର୍ଯ୍ୟନ୍ତ, ୨୫% ହାରରେ ଫେରସ୍ତ କରାଯିବ। ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁଧର ୭୫% ଫେରସ୍ତ ଦିଆଯିବ। ସେହିପରି ୫୦ ଲକ୍ଷରୁ ୧ କୋଟି ଟଙ୍କା ଋଣର ସୁଧ ଉପରେ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ସୁଧ ଫେରସ୍ତ ମିଳିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଯେ କୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ବି ଏମ୍ଏସ୍ଏମ୍ଇ ୟୁନିଟ୍ ଗୁଡିକ ଏହି ସୁବିଧା ପାଇପାରିବେ। ଏହି ନୂତନ ଯୋଜନା ପାଇଁ ବାର୍ଷିକ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। କ୍ଷତିପୂରଣ ରାଶି ହିତାଧିକାରୀ ଶିଳ୍ପ ୟୁନିଟ୍ ଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ଆର୍ଥିକ ବର୍ଷ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଅବଶିଷ୍ଟ ପାଣ୍ଠି ପାଇଁ ଅତିରିକ୍ତ ବଜେଟ ମାଧ୍ୟମରେ ବ୍ୟବସ୍ଥା କରାଯିବ। ସୁଧ ଛାଡ଼ ପାଇଁ ଯୋଗ୍ୟତା ଅର୍ଜନ ନିମନ୍ତେ ବୈଧ ‘ଉଦ୍ୟମ’ ପ୍ରମାଣପତ୍ର ଥିବା ଆବଶ୍ୟକ। ମଜ୍ଞ-ଗ୍ଦକ୍ସସଜ୍ଞ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ପୋର୍ଟାଲରେ ଆବେଦନପତ୍ର ଗ୍ରହଣ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର