ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ୭୮.୭୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଓଡିଶାରେ ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ( CMRF) ରୁ ୭୮.୭୬  ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଓଡିଶାରେ ମିଶନାରୀ ଅଫ ଚାରିଟି ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା […]

ଭୁବନେଶ୍ୱର : ଓଡିଶାରେ ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ( CMRF) ରୁ ୭୮.୭୬  ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଓଡିଶାରେ ମିଶନାରୀ ଅଫ ଚାରିଟି ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ୭୮.୭୬  ଲକ୍ଷ ଟଙ୍କା ଦ୍ୱାରା ରାଜ୍ୟର ବିଭିନ୍ନ କୁଷ୍ଠରୋଗ ଓ ଅନାଥ ଆଶ୍ରମରେ ୯୦୦ ରୁ ଅଧିକ ଅନ୍ତେବାସୀ ଉପକୃତ ହେବେ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ  ଓଡିଶାରେ ମିଶନାରୀ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗତ ୩୦ରେ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଅନୁଷ୍ଠାନ ସହ ନିୟମିତ ଯୋଗାଯୋଗରେ ରହିବା ସହ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

04 Jan 2022 By The Sakala

ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ୭୮.୭୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ ମିଶନାରୀ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ଟି ଅନୁଷ୍ଠାନକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ( CMRF) ରୁ ୭୮.୭୬  ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଓଡିଶାରେ ମିଶନାରୀ ଅଫ ଚାରିଟି ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ଚିଫ୍‌ ମିନିଷ୍ଟର ରିଲିଫ ଫଣ୍ଡରୁ ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ୭୮.୭୬  ଲକ୍ଷ ଟଙ୍କା ଦ୍ୱାରା ରାଜ୍ୟର ବିଭିନ୍ନ କୁଷ୍ଠରୋଗ ଓ ଅନାଥ ଆଶ୍ରମରେ ୯୦୦ ରୁ ଅଧିକ ଅନ୍ତେବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ  ଓଡିଶାରେ ମିଶନାରୀ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗତ ୩୦ରେ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଅନୁଷ୍ଠାନ ସହ ନିୟମିତ ଯୋଗାଯୋଗରେ ରହିବା ସହ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର