ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ଇ-ମେଲରେ ବୋମା ଧମକ । ସମ୍ବଲପୁର, କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ ।  ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ACS ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ। ଆଜି ସଂନ୍ଧ୍ୟାରେ ଏ ସମ୍ପର୍କରେ ବସୁଛି ଏକ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରାଯିବ । 

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୋମା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ । ଏହାସହିତ ସମ୍ପୃକ୍ତ ସ୍ଥାନକୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

08 Jan 2026 By Madhusudan Das

ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ଇ-ମେଲରେ ବୋମା ଧମକ । ସମ୍ବଲପୁର, କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ ।  ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ACS ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ। ଆଜି ସଂନ୍ଧ୍ୟାରେ ଏ ସମ୍ପର୍କରେ ବସୁଛି ଏକ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରାଯିବ । 

ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୋମା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ । ଏହାସହିତ ସମ୍ପୃକ୍ତ ସ୍ଥାନକୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର