ମନୋରଞ୍ଜନ
ଓଡ଼ିଶା
ଆଗକୁ ହକି ବିଶ୍ୱକପ: ରାଉରକେଲା ବିମାନ ବନ୍ଦର କାର୍ଯ୍ଯକ୍ଷମ ପାଇଁ ସିନ୍ଧିଆଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଉରକେଲା ବିମାନ ବନ୍ଦର କାର୍ଯ୍ଯକ୍ଷମ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗକୁ ବିଶ୍ୱକପ ହକି ମ୍ୟାଚ୍ ଖେଳାଯିବ। ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ୍ ଖେଳାଯିବ। ତେଣୁ ନଭେମ୍ବର ୩୦ ତାରିଖ ପୂର୍ବରୁ ରାଉରକେଲା ବିମାନବନ୍ଦରକୁ କାର୍ଯ୍ଯ କ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ସେଲ୍ […]
ଭୁବନେଶ୍ୱର: ରାଉରକେଲା ବିମାନ ବନ୍ଦର କାର୍ଯ୍ଯକ୍ଷମ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗକୁ ବିଶ୍ୱକପ ହକି ମ୍ୟାଚ୍ ଖେଳାଯିବ। ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ୍ ଖେଳାଯିବ। ତେଣୁ ନଭେମ୍ବର ୩୦ ତାରିଖ ପୂର୍ବରୁ ରାଉରକେଲା ବିମାନବନ୍ଦରକୁ କାର୍ଯ୍ଯ କ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।
ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା
ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ନବୀକରଣ କରିବା ସହ ରନଓ୍ୱେ, ଟର୍ମିନାଲ, ବିଲ୍ଡିଂ ଭଳି କାମ ନେଇ ସମୀକ୍ଷା କରିବାକୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନ ସେବା ଶୀଘ୍ର ଆରମ୍ଭ କରିବା ଦିଗରେ ଶୀଘ୍ର ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।






