ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସମସ୍ତକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ […]

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ରତ୍ନ ସିଂହସନ ଛାଡ଼ି ରଥକୁ ଆସିବେ ତିନି ଠାକୁର ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ କାଳିଆ ସାଆନ୍ତ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

20 Jun 2023 By The Sakala

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସମସ୍ତକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ରତ୍ନ ସିଂହସନ ଛାଡ଼ି ରଥକୁ ଆସିବେ ତିନି ଠାକୁର ।

ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ କାଳିଆ ସାଆନ୍ତ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର