ମହିଳା ହକି ଟିମ୍‌ ସହ ଭିଡିଓ କନଫରେନ୍‌ସିଂରେ କଥା ହେଲେ ମୁଖ୍ୟମନ୍ତ୍ରୀ, ମନୋବଳ ଦୃଢ଼ କରିବାକୁ କହିଲେ ନବୀନ

The Sakala Picture
Published On

ଭୁବନେଶ୍ୱର: ମହିଳା ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା […]

ଭୁବନେଶ୍ୱର: ମହିଳା ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାବାସି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ସୂଚନା ଯୋଗ୍ୟ, ବ୍ରୋଞ୍ଚ ପଦକ ନେଇ ଆଜି ଖେଳାଯାଇଥିବା ଗ୍ରେଟ ବ୍ରିଟେନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । କଡ଼ା ଟକ୍କର ଦେଇ ୪-୩ ଗୋଲରେ ପରାଜୟ ବରଣ କରିଛି ମହିଳା ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରୁଜିତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍‌ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍‌ରେ ଆଗୁଆ ରହିଥିଲା । ଏବଂ ଶେଷ ପର୍ଯ୍ଯନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

06 Aug 2021 By The Sakala

ମହିଳା ହକି ଟିମ୍‌ ସହ ଭିଡିଓ କନଫରେନ୍‌ସିଂରେ କଥା ହେଲେ ମୁଖ୍ୟମନ୍ତ୍ରୀ, ମନୋବଳ ଦୃଢ଼ କରିବାକୁ କହିଲେ ନବୀନ

ଭୁବନେଶ୍ୱର: ମହିଳା ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାବାସି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ, ବ୍ରୋଞ୍ଚ ପଦକ ନେଇ ଆଜି ଖେଳାଯାଇଥିବା ଗ୍ରେଟ ବ୍ରିଟେନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । କଡ଼ା ଟକ୍କର ଦେଇ ୪-୩ ଗୋଲରେ ପରାଜୟ ବରଣ କରିଛି ମହିଳା ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରୁଜିତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍‌ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍‌ରେ ଆଗୁଆ ରହିଥିଲା । ଏବଂ ଶେଷ ପର୍ଯ୍ଯନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର