କ୍ଷୁଧାର୍ତ୍ତ ଓଡ଼ିଶା କେମିତି ହେଲା ଖାଦ୍ୟ ବଳକା ରାଜ୍ୟ, ସମଗ୍ର ବିଶ୍ବବାସୀଙ୍କୁ ଜଣାଇଲେ ନବୀନ

The Sakala Picture
Published On

ରୋମ୍‌/ଭୁବନେଶ୍ବର : ଏକଦା କ୍ଷୁଧାର୍ତ୍ତ ରାଜ୍ୟଭାବେ ଗଣା ହେଉଥିବା ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟ। ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଅନ୍ୟଉପରେ ନିର୍ଭର କରୁଥିଲା। ୧୯୯୯ ମହାବାତ୍ୟାରେ ସମ୍ପୁଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଓଡିଶା ଯେ ଏତେ ସହଜରେ ପୁଣିଥରେ ଅଣ୍ଟା ସଳଖି ଛିଡା ହେବ ଆଉ କେବଳ ନିଜ ଦେଶ ନୁହେଁ ସାରା ବିଶ୍ବ ଆଗରେ ଏକ ଉଦାହରଣ ସୃଷ୍ଟି କରିବ ତାହା ହୁଏତ କେହି କେବେ ଭାବି ପାରନଥିବେ । କିନ୍ତୁ […]

ରୋମ୍‌/ଭୁବନେଶ୍ବର : ଏକଦା କ୍ଷୁଧାର୍ତ୍ତ ରାଜ୍ୟଭାବେ ଗଣା ହେଉଥିବା ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟ। ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଅନ୍ୟଉପରେ ନିର୍ଭର କରୁଥିଲା। ୧୯୯୯ ମହାବାତ୍ୟାରେ ସମ୍ପୁଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଓଡିଶା ଯେ ଏତେ ସହଜରେ ପୁଣିଥରେ ଅଣ୍ଟା ସଳଖି ଛିଡା ହେବ ଆଉ କେବଳ ନିଜ ଦେଶ ନୁହେଁ ସାରା ବିଶ୍ବ ଆଗରେ ଏକ ଉଦାହରଣ ସୃଷ୍ଟି କରିବ ତାହା ହୁଏତ କେହି କେବେ ଭାବି ପାରନଥିବେ । କିନ୍ତୁ ତାହା ସମ୍ଭବ ହୋଇଛି।୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶା ଓ ୨୦୨୨ରେ ଆତ୍ମନିର୍ଭରଶୀଳ ଓଡ଼ିଶାକୁ ତୁଳନା କଲେ ରୂପାୟଣର ବାସ୍ତବତା ପ୍ରତୀୟମାନ ହୁଏ। ଏକ ସମୟରେ ନିଜର ସ୍ଥିତି ଓ ସ୍ଥିତାବସ୍ଥା ନିମନ୍ତେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ଧାନ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଛି। ଭାରତବର୍ଷର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଜି ପ୍ରମୁଖ ଅଂଶୀଦାର। ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ସମୟକ୍ରମେ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟ ଢେର ଆଗରେ ରହିଛି।  ଯାହା ବିଶ୍ବର ବିଭିନ୍ନ ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାର ମୁଖ୍ୟ ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଗ୍ର ବିଶ୍ବ ଆଗରେ ରାଜ୍ୟର ଏହି ସଫଳତାର ଗାଥା ବଖାଣିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଆଜି ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧି ଧରି ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି।  ଗତ ୨୨ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପରବର୍ତ୍ତି ପାଣିପାଗର ମୁକାବିଲା କରି ଆତ୍ମନିଯୁକ୍ତି ସୃଷ୍ଟି, କୁପୋଷଣ ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ଆଗରେ ରହିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଓଡ଼ିଶା ପାଲଟିଛି ମଡେଲ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ସହଭାଗିତାରେ ଆହୁରି ଆଗକୁ ବଢିବାକୁ ଚାହୁଁଛୁ । ରୋମ୍‌ ଥିବା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା । ୨୦ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରିବା ଶିଖିବା ସହ ଅନ୍ୟକୁ ଶିଖାଇପାରୁଛି ଏବଂ ବିପଦ ବେଳେ ସାହାଯ୍ୟ କରିପାରୁଛି, ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୯୯୯ ମହାବାତ୍ୟାର ମହାତାଣ୍ଡବ ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ସୁଦୃଢ଼ ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ, ସ୍ଥାନୀୟ ଲୋକଙ୍କ ସହାଭାଗିତା, ବୈଷୟିକ ଜ୍ଞାନ କୌଶଳର ସଠିକ୍ ଉପଯୋଗ ଫଳରେ ଓଡ଼ିଶା ଆଜି ନମ୍ବର ଓ୍ବାନ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ଦୂରଦୃଷ୍ଟି ସହ ମିଶନ ଜିରୋ କାଜୁଆଲଟି ବିଶ୍ବ ଦରବାରରେ ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ ।୧୯୯୯ ଅକ୍ଟୋବର ମହାବାତ୍ୟା ବେଳେ ନା ଥିଲା ଆଗୁଆ ସୂଚନା, ନା ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ନା ଥିଲା ଆଶ୍ରୟ କେନ୍ଦ୍ର ନା ଥିଲା ରିଲିଫ୍ । ୧୦ହଜାର ଲୋକଙ୍କ ଜୀବନ ଯାଇଥିଲା ୩୦୦ କିଲୋମିଟର ବେଗରେ ଆସିଥିବା ମହାବାତ୍ୟାରେ । ଏହା ପରେ ନିଜେ ନିଜେ ଶିଖିବାକୁ ଆରମ୍ଭ କଲା ଓଡ଼ିଶା । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାର ଯୋଜନା ପ୍ରସ୍ତୁତ କଲେ । ୨୦୦୧ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ପାଇଁ ନିଜର ଟିମ୍ ଗଢ଼ିଲା । ଆରମ୍ଭ ହେଲା ODRAF- ୨୦୦୧ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA ଗଢିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେଲା । ଓଡ଼ିଶା ଢାଞ୍ଚାରେ ଜାତୀୟ ସ୍ତରରେ ୨୦୦୬ରେ ଗଢ଼ାହେଲା NDMA ଏବଂ NDRF । ରାଜ୍ୟରେ ଥିବା ସରକାରୀ ପ୍ରତିଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବା ସାଙ୍ଗକୁ ବିପର୍ଯ୍ୟୟ ବେଳେ ସ୍ଥାନୀୟ ଲୋକଙ୍କ ସହଭାଗିତାକୁ ଗୁରୁତ୍ବ ଦିଆଗଲା ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମିଶନ ଜିରୋ କାଜୁଆଲଟି ମନ୍ତ୍ରରେ କାମ କଲେ ସରକାର । ୧୮ଟି ସମୁଦ୍ର କୂଳିଆ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ୟୁନେସ୍କୋରୁ ସ୍ବୀକୃତି ପାଇଛି । ଏବେ ପ୍ରତ୍ୟେକ ପଞ୍ଚାୟତ ସହ ୨୩ ହଜାର ଗାଁ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମପ୍ରାପ୍ତ । ୩୨ଟି ଆବଶ୍ୟକ ଉପକରଣ ସହ ୧ ହଜାର ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧି ସମସ୍ତେ ଏବେ ତାଲିମପ୍ରାପ୍ତ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ସ୍ଥାନୀୟ ଲୋକଙ୍କ ଭାଗିଦାରୀରେ ପ୍ରସ୍ତୁତ ହୋଇଛି ବିପର୍ଯ୍ୟୟ ମୁକାବିଲାର ବ୍ଲୁ ପ୍ରିଣ୍ଟ । ୨୦୧୯ରେ ଆସିଥିବା ଫନି ବାତ୍ୟାରେ ୨୪ ଘଣ୍ଟା ମଧ୍ୟରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ କରିଛି ଓଡ଼ିଶା ।

୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଓଡ଼ିଶାକୁ ଆଗେଇ ନେଇ ଖାଦ୍ୟ ସୁରକ୍ଷା, ଶିଳ୍ପାନୁକୂଳ ବାତାବରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା,କୃଷି ଓ ସାମଗ୍ରିକ ଭିତ୍ତିଭୂମିର ରୂପାନ୍ତରଣ ସହ ସନ୍ତୁଳିତ ଆର୍ଥିକ ପରିଚାଳନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାର ମୁଖ୍ୟ ବିନ୍ଧାଣୀ ନବୀନ ବିଶ୍ବକୁ ବାର୍ତ୍ତା ଦେବା ପରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ ପ୍ରଶଂସା କରିଛନ୍ତି। ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।

24 Jun 2022 By The Sakala

https://www.thesakala.in/latest-odisha-news/cm-naveen-patnaik-shares-odishas-achievements-on-food-security-at-wfp-headquarters-in-rome/article-12760
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର