ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର, ମା’ଙ୍କର ଆଶୀର୍ବାଦ ପାଇଁ ସାକାର ହେଲା ସମଲେଇ ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ସମଲେଶ୍ବରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ।ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ସେ ହେଉଛନ୍ତି ଲୋକଙ୍କ ବିଶ୍ବାସର ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟିକୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି। ଲୋକଙ୍କର ସେହି ଭାବ […]

ଭୁବନେଶ୍ୱର: ଆଜି ସମଲେଶ୍ବରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ।ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ସେ ହେଉଛନ୍ତି ଲୋକଙ୍କ ବିଶ୍ବାସର ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟିକୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ଲୋକଙ୍କର ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି। ମାଆଙ୍କର ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସ୍ବପ୍ନର ପ୍ରକଳ୍ପ ହେଉଛି ସମଲେଇ ପ୍ରକଳ୍ପ। ମାଆଙ୍କର ଆଶୀର୍ବାଦରେ ଏହି ପ୍ରକଳ୍ପ ସାକାର ହୋଇଛି। ନବୀନ କହିଛନ୍ତି, କୋଭିଡ ଯୋଗୁ ବହୁତ ଅସୁବିଧା ସତ୍ତ୍ବେ ରେକର୍ଡ ସମୟରେ ମାଆଙ୍କ କୃପାରୁ ପ୍ରକଳ୍ପ ରୂପାନ୍ତରିତ ହୋଇଛି।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ସମଲେଇ ପୀଠ ରୂପାନ୍ତରଣ ୪ଟି ଲକ୍ଷ୍ୟ ରହିଛି। ପ୍ରକଳ୍ପରେ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଯେଉଁଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ। ଏହି ପ୍ରକଳ୍ପ ସାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତି ଆଗକୁ ବଢାଇବ। ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି। ଯେଉଁଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକାସଙ୍ଗେ ମହାନଦୀ ଆଳତି ଦେଖିପାରିବେ। ପ୍ରକଳ୍ପର ସଫଳତାର ଆମ ଭାଇଚାରା ଓ ମାଆଙ୍କର ଆମର ପ୍ରତି ଥିବା ବିଶେଷ ଆଶୀର୍ବାଦର ଫଳ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

5T ରୂପାନ୍ତରଣରେ ୪ ଏକର ଜାଗାରେ ଥିବା ମୂଳ ମନ୍ଦିର ଏବେ ୩୮ ଏକରରେ ଝଟକୁଛି। ଦିନକୁ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢୁଛି। ଭବିଷ୍ୟତକୁ ଦୃଷ୍ଟିର ରଖି ଏହି ପ୍ରକଳ୍ପ କରାଯାଇଛି। ଯାହାକି ଶହଶହ ବର୍ଷ ପର୍ଯ୍ୟନ୍ତ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ଦେବେନି। ପ୍ରକଳ୍ପରେ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳୁଛି। ମାଆଙ୍କର ପୂଜା ସୁବିଧାରେ କରିପାରେବେ। ସେଥିପାଇଁ ସବୁଠାରୁ ବେଶୀ ଧ୍ୟାନ ଦିଆଯାଇଛି।

ସେ ଆହୁରି କହିଛନ୍ତି, ଏବେ ଶ୍ରଦ୍ଧାଳୁମାନେ ଦିବ୍ୟ ଭାବେ ମାଆଙ୍କର ପୂଜା ସହ ଦର୍ଶନ କରିପାରିବେ। ଚୈତ୍ର ନବରାତ୍ର ହେଉ କି ଦଶହରା ନବରାତ୍ର। ବେଶି ଭିଡ ସମୟରେ ବି ଆଉ ଭକ୍ତଙ୍କର ଅସୁବିଧା ହେବନି। ଏକାକାର ହୋଇ ସମସ୍ତେ ମନ୍ଦିରରେ ପୂଜା କରିବେ। ମନ୍ଦିର ରୂପାନ୍ତରଣ ପାଇଁ ଯେଉଁମାନେ କାରିଗର, ଶିଳ୍ପୀ ସେମାନଙ୍କର ଅବଦାନ ଦେଇଛନ୍ତି ଓ ଜମି ଦାନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ସହଯୋଗ ଓଡିଶା ମନେ ରଖିବ ବୋଲି ନବୀନ କହିଛନ୍ତି। ଶୁଭ ଲୋକାର୍ପଣ ଉତ୍ସବରେ ଆମେ ସବୁ ଏକ ହୋଇ ମାଆ ସମଲେଶ୍ବରୀଙ୍କର ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

27 Jan 2024 By The Sakala

ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର, ମା’ଙ୍କର ଆଶୀର୍ବାଦ ପାଇଁ ସାକାର ହେଲା ସମଲେଇ ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସମଲେଶ୍ବରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ।ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ସେ ହେଉଛନ୍ତି ଲୋକଙ୍କ ବିଶ୍ବାସର ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟିକୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି।

ଲୋକଙ୍କର ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି। ମାଆଙ୍କର ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସ୍ବପ୍ନର ପ୍ରକଳ୍ପ ହେଉଛି ସମଲେଇ ପ୍ରକଳ୍ପ। ମାଆଙ୍କର ଆଶୀର୍ବାଦରେ ଏହି ପ୍ରକଳ୍ପ ସାକାର ହୋଇଛି। ନବୀନ କହିଛନ୍ତି, କୋଭିଡ ଯୋଗୁ ବହୁତ ଅସୁବିଧା ସତ୍ତ୍ବେ ରେକର୍ଡ ସମୟରେ ମାଆଙ୍କ କୃପାରୁ ପ୍ରକଳ୍ପ ରୂପାନ୍ତରିତ ହୋଇଛି।

ସମଲେଇ ପୀଠ ରୂପାନ୍ତରଣ ୪ଟି ଲକ୍ଷ୍ୟ ରହିଛି। ପ୍ରକଳ୍ପରେ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଯେଉଁଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ। ଏହି ପ୍ରକଳ୍ପ ସାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତି ଆଗକୁ ବଢାଇବ। ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି। ଯେଉଁଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକାସଙ୍ଗେ ମହାନଦୀ ଆଳତି ଦେଖିପାରିବେ। ପ୍ରକଳ୍ପର ସଫଳତାର ଆମ ଭାଇଚାରା ଓ ମାଆଙ୍କର ଆମର ପ୍ରତି ଥିବା ବିଶେଷ ଆଶୀର୍ବାଦର ଫଳ।

5T ରୂପାନ୍ତରଣରେ ୪ ଏକର ଜାଗାରେ ଥିବା ମୂଳ ମନ୍ଦିର ଏବେ ୩୮ ଏକରରେ ଝଟକୁଛି। ଦିନକୁ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢୁଛି। ଭବିଷ୍ୟତକୁ ଦୃଷ୍ଟିର ରଖି ଏହି ପ୍ରକଳ୍ପ କରାଯାଇଛି। ଯାହାକି ଶହଶହ ବର୍ଷ ପର୍ଯ୍ୟନ୍ତ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ଦେବେନି। ପ୍ରକଳ୍ପରେ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳୁଛି। ମାଆଙ୍କର ପୂଜା ସୁବିଧାରେ କରିପାରେବେ। ସେଥିପାଇଁ ସବୁଠାରୁ ବେଶୀ ଧ୍ୟାନ ଦିଆଯାଇଛି।

ସେ ଆହୁରି କହିଛନ୍ତି, ଏବେ ଶ୍ରଦ୍ଧାଳୁମାନେ ଦିବ୍ୟ ଭାବେ ମାଆଙ୍କର ପୂଜା ସହ ଦର୍ଶନ କରିପାରିବେ। ଚୈତ୍ର ନବରାତ୍ର ହେଉ କି ଦଶହରା ନବରାତ୍ର। ବେଶି ଭିଡ ସମୟରେ ବି ଆଉ ଭକ୍ତଙ୍କର ଅସୁବିଧା ହେବନି। ଏକାକାର ହୋଇ ସମସ୍ତେ ମନ୍ଦିରରେ ପୂଜା କରିବେ। ମନ୍ଦିର ରୂପାନ୍ତରଣ ପାଇଁ ଯେଉଁମାନେ କାରିଗର, ଶିଳ୍ପୀ ସେମାନଙ୍କର ଅବଦାନ ଦେଇଛନ୍ତି ଓ ଜମି ଦାନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ସହଯୋଗ ଓଡିଶା ମନେ ରଖିବ ବୋଲି ନବୀନ କହିଛନ୍ତି। ଶୁଭ ଲୋକାର୍ପଣ ଉତ୍ସବରେ ଆମେ ସବୁ ଏକ ହୋଇ ମାଆ ସମଲେଶ୍ବରୀଙ୍କର ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର