ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଭୁବନେଶ୍ୱର ସମ୍‌ ହସ୍‌ପିଟାଲ ସହଯୋଗରେ ପୁରୀ କୋଭିଡ୍‌ ହସ୍‌ପିଟାଲ ନିର୍ମାଣ କରାଯାଇଛି । ହସ୍ପିଟାଲରେ ୯୦ଟି ସାଧାରଣ ଅକ୍ସିଜେନ ବେଡ୍, ୪୦ଟି ଏଚଡିୟୁ ବେଡ୍, ୨୦ଟି ଆଇସିୟୁ ବେଡ୍ ରହିଛି । ଏଥିରେ ଉଚ୍ଚମାନର ଲାବୋରେଟୋରୀ ସହ ଡାଏଗ୍ନୋଷଷ୍ଟିକ ସୁବିଧା ମିଳିବ । District […]

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଭୁବନେଶ୍ୱର ସମ୍‌ ହସ୍‌ପିଟାଲ ସହଯୋଗରେ ପୁରୀ କୋଭିଡ୍‌ ହସ୍‌ପିଟାଲ ନିର୍ମାଣ କରାଯାଇଛି । ହସ୍ପିଟାଲରେ ୯୦ଟି ସାଧାରଣ ଅକ୍ସିଜେନ ବେଡ୍, ୪୦ଟି ଏଚଡିୟୁ ବେଡ୍, ୨୦ଟି ଆଇସିୟୁ ବେଡ୍ ରହିଛି । ଏଥିରେ ଉଚ୍ଚମାନର ଲାବୋରେଟୋରୀ ସହ ଡାଏଗ୍ନୋଷଷ୍ଟିକ ସୁବିଧା ମିଳିବ ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହସ୍ପିଟାଲ ଗୁରୁତର କୋଭିଡ୍ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ । ଏହା ପୂର୍ବରୁ ଜିଲ୍ଲାବାସୀଙ୍କୁ ଭୁବନେଶ୍ୱର ଓ କଟକର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ ଜିଲ୍ଲାରେ ଚିକିତ୍ସା ମିଳିବ । ହସ୍ପିଟାଲର ସମସ୍ତ ପରିଚାଳନା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହସ୍ପିଟାଲର ସମସ୍ତ ଶଯ୍ୟା ଅକ୍ସିଜେନ୍ ପାଇପଲାଇନ୍ ସହ ସଂଯୁକ୍ତ ରହିଛି । ଆବଶ୍ୟକସ୍ଥଳରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ସହ ମିଶି କୋଭିଡ୍ କେୟାର ବ୍ୟବସ୍ଥାକୁ ଚଳାଇବା ଲାଗି ସମ୍ ହସ୍ପିଟାଲ୍ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଏବେର ସମୟ ଆମ ପାଇଁ ଦେଶ ପାଇଁ ଚ୍ୟାଲେଞ୍ଜିଂ । ମହାମାରୀ ବିଶାଳ ମାନବସଂକଟ ସୃଷ୍ଟି କରିଛି । ଏହା ଆମ ଜୀବନକୁ, ସ୍ୱାସ୍ଥ୍ୟ ସହ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

21 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର