ରୋମ୍‌ରୁ ହେଲା ଓଡ଼ିଶା କାମ, ବିଦେଶରେ ଥାଇ ବି ସରକାରୀ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ

The Sakala Picture
Published On

ରୋମ୍‌/ଭୁବନେଶ୍ବର : ରୋମରୁ ହେଲା ଓଡ଼ିଶା କାମ ।ଦୁନିଆର ଯେକୌଣସି ସ୍ଥାନରୁ ରହି କରାଯାଇପାରିବ ଦାୟିତ୍ବ ସମ୍ପାଦନ, ଏହାର ବଡ଼ ଉଦାହରଣ ଆଜି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋମ ଗସ୍ତରେ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିତିଦିନିଆ ଜରୁରୀ ସରକାରୀ କାମ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସ୍ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଆଉ ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ପ୍ରକାଶ କରିବା […]

ରୋମ୍‌/ଭୁବନେଶ୍ବର : ରୋମରୁ ହେଲା ଓଡ଼ିଶା କାମ ।ଦୁନିଆର ଯେକୌଣସି ସ୍ଥାନରୁ ରହି କରାଯାଇପାରିବ ଦାୟିତ୍ବ ସମ୍ପାଦନ, ଏହାର ବଡ଼ ଉଦାହରଣ ଆଜି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋମ ଗସ୍ତରେ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିତିଦିନିଆ ଜରୁରୀ ସରକାରୀ କାମ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସ୍ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଆଉ ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ପ୍ରକାଶ କରିବା ସହ ବାସ୍ ଗୋଟିଏ କ୍ଲିକରେ, କିଛି କ୍ଷଣରେ ସମସ୍ତ କାର୍ଯ୍ୟ କରାଯାଇପାରୁଥିବାରୁ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସକୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ‘ରୋମରେ ଥିବା କେତେକ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ, କିଛି ଜରୁରୀ ସରକାରୀ କାମ ଶେଷକରୁଛି । ଏଥିପାଇଁ ଆମର ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସକୁ ଧନ୍ୟବାଦ ହେବି । ପ୍ରକୃତରେ ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତ।’

ସୂଚନାଯୋଗ୍ୟ ଯେ ଓସ୍ବାସ ବା ଓଡ଼ିଶା ସେକ୍ରେଟାରିଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ ବା ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରବାହ ସ୍ୱୟଂଚଳନ ବ୍ୟବସ୍ଥା ହେଉଛି ଓଡ଼ିଶା ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିଜସ୍ବ ଇ-ପ୍ରଶାସନ ବ୍ୟବସ୍ଥା। ୨୦୧୨ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ପର୍ଯ୍ୟାୟକ୍ରମେ ଅନେକ ପରୀକ୍ଷା ନିରୀକ୍ଷା ପରେ ଏହା ଏବେ ଶତ ପ୍ରତିଶତ ଭାବରେ କାମ କରୁଛି । ୨୦୧୮ରୁ ଏହା ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇ ଆସୁଛି। ତେବେ ଲାକଡାଉନ ସମୟରେ ଏହା ଯେମିତି ବରଦାନ ସଦୃଶ ହୋଇଥିଲା ।ସବୁ ଅଧିକାରୀଙ୍କୁ ଭିପିଏନ ଆଇଡି ଓ ପାସ ୱାଡ଼ ଦିଆଯାଇଛି। ଯାହାକୁ ବ୍ୟବହାର କରି ଅଫିସ କାମ ଘରେ ବସି କରିପାରୁଛନ୍ତି ବାବୁ । କେବଳ ଅଧିକାରୀ ନୁହଁନ୍ତି ମନ୍ତ୍ରୀମାନେ ମଧ୍ୟ ଏହାକୁ ଆପଣାଇଛନ୍ତି ।ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଅଧୀନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସିଷ୍ଟମ (ଓକାକ) ନୋଡାଲ ଅଫିସ ଭାବରେ କାର୍ଯ୍ୟ କରୁଛି । ଓସ୍ବାସ୍‌ ମାଧ୍ୟମରେ କର୍ମଚାରୀମାନେ ଅନଲାଇନ୍‌ରେ ଯୋଡ଼ି ହୋଇ ରହିଛନ୍ତି । ସବୁ କାମ ଅନଲାଇନରେ ହେଉଛି । ପ୍ରତି ସରକାରୀ ବିଭାଗର ସମସ୍ୟା ଓ ରିସିପ୍ଟ ସେକ୍ସନରେ ପାଳି ଅନୁଯାୟୀ କର୍ମଚାରୀମାନେ କାମ କରୁଛନ୍ତି । ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ କାମ କରୁଛି । ଓସ୍ବାସର ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ୟ୍ୟପଦ୍ଧତିକୁ ଦକ୍ଷ ଓ ପ୍ରଭାବୀ କରାଇବା, କର୍ମଚାରୀମାନଙ୍କ ଉତ୍ପାଦିକା ଶକ୍ତିରେ ଅଭିବୃଦ୍ଧି ଘଟାଇବା, ତଥ୍ୟର ଦକ୍ଷ ପରିଚାଳନା, ଉତ୍ତମ ଯୋଗାଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ଜ୍ଞାନ ପରିଚାଳିତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରଗତି । ଓଡ଼ିଶା ସରକାରଙ୍କ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନେ ପ୍ରଶଂସା କରିଛନ୍ତି ।

25 Jun 2022 By The Sakala

https://www.thesakala.in/latest-odisha-news/cm-naveen-patnaik-has-continued-government-work-abroad-through-oswas/article-12781
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର